କୋଭିଡ୍ ଟିକାକରଣ – ଜାଣନ୍ତୁ କିଏ ନେବେ ଓ କିଏ ନେବେ ନାହିଁ ?

ଆମ ଦେଶରେ ଯେପରି ଭାବେ କରୋନା ମହାମାରୀ ବଢିବାରେ ଲାଗିଛି ତାହାର ଅନ୍ତ କେବ ହେବ କହି ହେବ ନାହି । ଏହାକୁ ରୋକିବା ପାଇଁ ଅନେକ ଚେଷ୍ଟା ସାରିଥିଲେ ମଧ୍ୟ ଏହାର କୌଣସି ସଠିକ ନିରାକରଣ ମିଳିପାରୁ ନାହି । ଅନେକ ପରୀକ୍ଷା ନିରୀକ୍ଷା ପରେ ଆମ ଦେଶର ବୈଜ୍ଞାନିକ ମାନେ କୋଭିଡ ବା କରୋନା ଭାଇରସକୁ ରୋକିବା ପାଇଁ ବା ଏହାର ପ୍ରୋକପରୁ ବଞ୍ଚିବା ପାଇଁ କୋଭିଡ ଟୀକା ବାହାର କରିଛନ୍ତି ।

କୋଭିଡ ଟୀକା କେବଳ ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଯେମିତିକି ବୟସ୍କ ଲୋକ ମାନେ ନେଇ ପାରିବେ । ବର୍ତ୍ତମାନ ଏହି ଟୀକା ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ନେଇ ପାରିବେ । ମେ ୧ ରୁ କୋଭିଡ ଟୀକା ଲାଗୁ ହେବାକୁ ଯାଉଛୁ ଯେଉଁଥିରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଟୀକାକରଣ କରି ପାରିବେ । ଆଜି ଆମେ ଆପଣ ମାନଙ୍କୁ କୋଭିଡ ଟୀକା କିଏ ନେବେ ଇ କିଏ ନେବେ ନାହି ସେହି ବିଷୟରେ କହିବାକୁ ଯାଉଛୁ ।

କୋଭିଡ ଭ୍ୟାକ୍ସିନ ବର୍ତ୍ତମାନ ଦୁଇ ପ୍ରକାରର ରହିଛି । ପ୍ରଥମ ଟୀକା ନେଲେ ୭୦% ଚାନ୍ସ ରହିଛି ଯାହାକୁ ନେବାର ଫାଷ୍ଟ ଦୋଜର ୨୧ ଦିନ ପର୍ଯ୍ୟନ୍ତ କରୋନା ନ ହେବାର ବା ମୃ-ତ୍ୟୁ ନ ହେବାର ରହିଛି । କୋ- ଭ୍ୟାକ୍ସିନ ନେଲେ ୮୧% ଚାନ୍ସ ରହିଛି ଯାହାକୁ ନେଲେ କରୋନା ହେବ କି ନାହି ଏ ପର୍ଯ୍ଯନ୍ତ ଜଣାପଡି ନାହି । ଏହା ଡବଲ ନିଯୁଟ୍ରାନ ଭ୍ୟାକ୍ସିନ ଭାବେ କମ କରୁଛି । ଆଗକୁ ତୃତୀୟ ଭ୍ୟାକ୍ସିନ ଯାହା ୯୧% ଚାନ୍ସ ରହିଛି ଯାହା ଖୁବ ଜଲ୍ଦି ଆସିବାକୁ ଯାଉଛି ।

କେଉଁମାନେ କୋଭିଡ ଟୀକା ନେବେ : ୧୮ ବର୍ଷରୁ କମ ବୟସର ବ୍ୟକ୍ତି ଏହି ଟୀକା ନେଇ ପାରିବେ ନାହି । ଆମ ଦେଶରେ କେବଳ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି ଟୀକା ନେବେ । ଯେଉଁମାନେ ଗର୍ଭବତୀ ଅଛନ୍ତି ବା ଯିଏ ଛୋଟ ପିଲାଙ୍କୁ କ୍ଷୀର ଖୁଆଉଛନ୍ତି ସେମାନେ ଏହି ଟୀକା ନେଇ ପାରିବେ ନାହି । ଯେଉଁମାନଙ୍କର ଶରୀରରେ ଆଲର୍ଜି ରହିଛି ସେମାନେ ଏହି ଟୀକା ନେବେ ନାହି ।

ଟୀକା ନେବା ପରେ ସତର୍କ ରୁହନ୍ତୁ : ଯଦି ଆପଣ କୋଭିଡର ଡବଲ ଡୋଜ ନେଇଛନ୍ତି ତେବେ ଗୋଟିଏ ରୁମରେ ବିନା ମାସ ବା ସୋସିଆଲ ଡ଼ିଷ୍ଟାନ୍ସରେ ରହି ପାରିବେ । କିନ୍ତୁ ଯଦି ଆପଣ ଭିଡ ଜାଗାକୁ ଯାଉଛନ୍ତି ତେବେ ମାସ ପିନ୍ଧାନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏହା କରିବା ଫଳରେ ଆପଣ ଓ ଆପଣଙ୍କ ଆଖପାଖରେ ଥିବା ଲୋକମାନେ ମଧ୍ୟ ସୁସ୍ଥ ରହିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ