କିଏ ହେବେ ଉପ-ରାଷ୍ଟ୍ରପତି ? ଏହି 4 ଜଣଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ NDA ?

ଆଗକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଉପ-ରାଷ୍ଟ୍ରପତି ଆସନକୁ ନେଇ ମଧ୍ୟ ପ୍ରତିଯୋଗୀତା ଆରମ୍ଭ ହୋଇଗଲାଣି । ଏହି ଦୌଡରେ ଏନଡ଼ିଏ ର ତିନିଜଣ ସମ୍ଭାବ୍ୟ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରେନ୍ଦ୍ର ସିଂ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନଖଭି । ଏହା ବ୍ଯତୀତ ବର୍ତମାନ ଉପ-ରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଏନଡ଼ିଏ ପୁନର୍ବାର ଉପ-ରାଷ୍ଟ୍ରପତି ଆସନ ପାଇଁ ରଖିପାରେ ବୋଲି ସମ୍ଭାବନା ରହିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସରିଥିବା ବେଳେ ଏବେ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ଵାଧୀନ ଏନଡ଼ିଏ କାହାକୁ ପ୍ରାର୍ଥୀ କରିବ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରେନ୍ଦ୍ର ସିଂ ଏହି ଚର୍ଚ୍ଚାରେ ଆଗରେ ରହିଛନ୍ତି । କଂଗ୍ରେସ ଛାଡିବା ପରେ ପଞ୍ଜାବ ଲୋକକଂଗ୍ରେସ ନାମରେ ଗଠନ କରିଥିବା ନୂଆ ଦଳକୁ ଅମରେନ୍ଦ୍ର ବିଜେପି ସହ ମିଶ୍ରଣ କରିବା ନେଇ ଚର୍ଚ୍ଚା ହେବା ପରେ ଉପ-ରାଷ୍ଟ୍ରପତି ଦୌଡରେ ତାଙ୍କ ନାଁ ସାମିଲ ହେବା ନେଇ ସବୁଆଡେ ଆଲୋଚନା ହେଉଛି ।

ଯଦି ଏନଡ଼ିଏ ଅମରେନ୍ଦ୍ର ସିଂକୁ ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରେ ତେବେ ବିଜେପି ଶିଖ୍ ଭୋଟରଙ୍କୁ ପ୍ରଭାବିତ କରିବା ସହ ଏହା ଆଗାମୀ ନିର୍ବାଚନରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି । ସେହିପରି ମଧ୍ୟପ୍ରଦେଶର ଚାରିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂ ଚୌହାନଙ୍କ ନାମ ନେଇ ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବିଜେପି ରାଜନୀତିରେ ଶିବରାଜ ସିଂ ଚୌହାନ ଜଣେ ଟାଣୁଆ ନେତା ଓ ତାଙ୍କ ପାଖରେ ଦେଶର ନେତୃତ୍ଵ ନେବା ଭଳି ସାମର୍ଥ୍ୟ ରହିଛି । ସେହିପରି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିବା ମୁଖତାର ଆବାସ ନଖଭିଙ୍କ ନାମ ମଧ୍ୟ ସାମ୍ନାକୁ ଆଣିପରେ ବିଜେପି । ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ଏନଡ଼ିଏ ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଜଣେ ସଂଖ୍ୟାଲଘୁ ନେତାଙ୍କୁ ପ୍ରାର୍ଥୀ କରି ଏକ ସକାରାତ୍ମକ ବାର୍ତ୍ତା ଦେଇପାରେ ବୋଲି କୁହାଯାଉଛି ।

ଏହି ତିନିଜଣଙ୍କ ବାଦ୍ ବର୍ତ୍ତମାନ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଏନଡ଼ିଏ ପୁଣି ଥରେ ପ୍ରାର୍ଥୀ କରିପାରେ । ଅର୍ଥାତ ଏହି ଚାରିଜଣଙ୍କ ମଧ୍ୟରୁ କେହି ଜଣେ ଉପ-ରାଷ୍ଟ୍ରପତି ହେବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।