ଔଷଧ ଦରକାର ନାହିଁ, କିଡନୀର ସ୍ଟୋନକୁ ବହୁତ ଜଲ୍ଦି ବାହାର କରିଦିଏ ଏହି ୫ ଟି ଜିନିଷ, ରକ୍ତ ବି ହୋଇଥାଏ ସଫା

କହିବାକୁ ଗଲେ କିଡନୀରେ ସ୍ଟୋନ ସେତେବେଳେ ହୋଇଥାଏ ଯେତେବେଳେ କିଛି ପଦାର୍ଥ, ଯେମିତି କି କ୍ୟାଲସିୟମ, ଆକ୍ସାଲେଟ ଓ ୟୁରିକ ଏସିଡ କିଡନୀରେ କ୍ରିସ୍ଟଲ ତିଆରି କରିବା ପାଇଁ ପର୍ଯାପ୍ତ ରୂପରେ ଜମା ହୋଇଥାଏ । ପାଖାପାଖି ୮୦ ରୁ ୮୫ % କିଡନୀରେ ସ୍ଟୋନ କ୍ୟାଲସିୟମରେ ତିଆରି ହୋଇଥାଏ । କହିବାକୁ ଗଲେ ପର୍ଯ୍ୟାପ୍ତ ମାତ୍ରାରେ ତରଳ ପଦାର୍ଥର ସେବନ କିଡନୀର ସ୍ଟୋନକୁ ବାହାର କରିବା ପାଇଁ ସବୁଠୁ ଭଲ ଓ ସୁରକ୍ଷିତ ଉପାୟ ଅଟେ ।

ଏହା ସହିତ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାର ଭରପୁର ସେବନ ଦ୍ଵାରା ଆପଣ ବିନା ଔଷଧରେ ନିଜର କିଡନୀର ସ୍ଟୋନକୁ ବାହାର କରି ପାରିବେ ।

ଲେମ୍ବୁ ରସ

ଲେମ୍ବୁ ରସରେ ସାଇଟ୍ରିକ ଏସିଡର ମାତ୍ରା ବହୁତ ଅଧିକ ଥାଏ, ଯାହା ଧୀରେ ଧୀରେ କିଡନୀର ସ୍ଟୋନକୁ ତରଳାଇ ମୁତ୍ର ମାର୍ଗ ଦେଇ ବାହାରକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।

ତରଭୁଜ ରସ

ତରଭୁଜରେ ଉଚ୍ଚ ମାତ୍ରାରେ ପୋଟାସିୟମ ଲବଣ ଥାଏ । ଯାହା ମୁତ୍ରରେ ଅମ୍ଲୀୟ ସ୍ତରକୁ ବି ନିୟମିତ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ଗୋଟିଏ କପ ତରଭୁଜ ରସରେ ୧/୪ ଅଂଶ ଧନିଆ ପାଉଡର ମିଶାଇ ସେବନ କରିବେ ତେବେ ଏହା କିଡନୀରେ ସ୍ଟୋନ ହୋଇଥିବା ସମୟରେ ବହୁତ ଲାଭକାରୀ ହୋଇଥାଏ ।

ବେଦେନା ରସ

ବେଦେନାର ରସ ବି କିଡନୀର ସ୍ଟୋନକୁ ଦୂର କରିବା ପାଇଁ ବହୁତ ମହତ୍ଵପୂର୍ଣ୍ଣ ଉପାୟ ଅଟେ । କାରଣ ଏହା ପୋଟାସିୟମର ଏକ ଭଲ ସ୍ରୋତ ଅଟେ । ପୋଟାସିୟମ ଓ ମିନେରାଲ୍ସ କ୍ରିସ୍ଟଲର ଗଠନକୁ ଅଟକାଇ ଥାଏ, ଯାହା କିଡନୀର ସ୍ଟୋନର କାରଣ ହୋଇଥାଏ । ଏହା କିଡନୀ ରେ ସ୍ଟୋନ ର ଗଠନକୁ ବି କମ କରିଥାଏ, କିଡନୀରୁ ବିଷାକ୍ତ ପଦାର୍ଥକୁ ବି ବାହାର କରିଥାଏ ଓ ମୁତ୍ରରେ ଅମ୍ଲତାର ସ୍ତରକୁ ବି କମ କରିଥାଏ ।

ଧନିଆ ପତ୍ର

କିଛି ଧନିଆ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଏହା ପରେ ଏହାକୁ ଛୋଟ ଛୋଟ କରି କାଟି ଗୋଟିଏ ଲିଟର ପାଣିରେ ପକାଇ ଦିଅନ୍ତୁ । ସେଥିରେ ଅଳ୍ପ ଆଜ୍ଵାଇନ ବି ମିଶାଇ ଦିଅନ୍ତୁ । ଧନିଆ ପତ୍ର, ଆଜ୍ଵାଇନ ଓ ପାଣିକୁ ଅଳ୍ପ ତାପମାତ୍ରାରେ ୧୦ ମିନିଟ ପର୍ଯ୍ୟନ୍ତ ଗ୍ୟାସରେ ଗରମ କରନ୍ତୁ । ଏହା ଥଣ୍ଡା ହୋଇଯିବା ପରେ ଏହାକୁ ସବୁଦିନ ଖାଲି ପେଟରେ ସେବନ କରନ୍ତୁ । ଏହାକୁ ସବୁଦିନ ପିଇବା ଦ୍ଵାରା କିଡନୀର ସ୍ଟୋନ ଧୀରେ ଧୀରେ ତରଳି ଶରୀର ବାହାରକୁ ବାହାରିଯାଏ ।

ଗ୍ରୀନ ଟି

ଗୋଟିଏ ଚାମଚ ଗ୍ରୀନ ଟୀକୁ ଏକ କପ ପାଣିରେ ଗରମ କରି ଛାଣି ନିଅନ୍ତୁ ଓ ଏହାର ସେବନ କରନ୍ତୁ । ଦିନକୁ ୨ କପ ଗ୍ରୀନ ଟୀର ସେବନ କରିବା ଦ୍ଵାରା ଏହା କିଡନୀରେ ଥିବା ସ୍ଟୋନକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।