ଚାଣକ୍ୟଙ୍କ ଅନୁସାରେ ଯଦି ଆପଣ ଏହି ସବୁ ଲୋକଙ୍କର କରିବେ ଭଲ ତ ସେହି ଲୋକ ନିଶ୍ଚୟ କରିବ ଆପଣଙ୍କର ଖରାପ

ଚାଣକ୍ୟ ତାଙ୍କ ସମୟରେ ଏକ ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନୀତିରେ ଏମିତି ସବୁ କଥା ରହିଛି ଯାହା ଆପଣଙ୍କ ଜୀବନକୁ ସଫଳ କରିପାରିବ । ଏହା ଆପଣଙ୍କ ଜୀବନ ପାଇଁ ବହୁତ ଲାଭ ଦାୟକ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଛାଣିବା ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି ସବୁ ନୀତି ବିଷୟରେ । ସମସ୍ୟାରେ ପଡିଥିବା ଲୋକମାନଙ୍କୁ ସହାୟତା କରିବା ଭଲ ହୋଇଥାଏ, ହେଲେ ଚାଣକ୍ୟ ନୀତି ଅନୁସାରେ କିଛି ଲୋକଙ୍କ ସହାୟତା କରିବା ମୁର୍ଖାମି ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଲୋକଙ୍କ ସହାୟତା କରିବା ଉଚିତ ନୁହେଁ ।

ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକ ସବୁବେଳେ ଦୁଃଖରେ ଅଛନ୍ତି ବୋଲି ଜଣାଇଥାନ୍ତି ସେମାନଙ୍କୁ କେବେ ସାହାର୍ଯ୍ୟ କରିବା ଉଚିତ ନୁହେଁ । କିଛି ଲୋକ ଅଛନ୍ତି ଯଦି ସେମାନେ ସୁଖୀ ଥିବେ ତଥାପି ସେମାନେ କୌଣସି ବାହାନା ଜରିଆରେ ନିଜକୁ ଦୁଃଖୀ ଦେଖାଇବା ପାଇଁ ଚେଷ୍ଟା କରିବେ । ହେଲେ ଯଦି ସେମାନେ ଦୁଃଖୀ ଥିବେ ତେବେ ତାଙ୍କୁ ଏହାକୁ ପଦର୍ଶନ କରିବାର ବହୁତ ଭଲ ମଉକା ମିଳିଥାଏ ।

ଯେଉଁ ଲୋକ ମୂର୍ଖ ହୋଇଥାନ୍ତି ସେମାନଙ୍କ ସହାୟତା କରିବା ଚାଣକ୍ୟ ନୀତି ଅନୁସାରେ ବହୁତ ବଡ ମୁର୍ଖାମି ହୋଇଥାଏ । ମୂର୍ଖ ଲୋକ ଯେକୌଣସି ଲୋକଙ୍କ କଥାରେ ଆସିଯାନ୍ତି ଓ ସେମାନେ କୌଣସି କଥା ପାଇଁ ଖରାପ ଭାବିଥାନ୍ତି । ଯଦି ଆପଣ ଏହି ପରି ଲୋକଙ୍କୁ ସାହାର୍ଯ୍ୟ କରିବେ ତେବେ ଆପଣ ମଧ୍ୟ ମୂର୍ଖ ହେବେ । ତେଣୁ ଏହି ଲୋକମାନଙ୍କୁ କେବେ ବି ସାହାର୍ଯ୍ୟ କରିବେ ନାହିଁ ।

ଯେଉଁ ବ୍ୟକ୍ତିର ଚରିତ୍ର ଖରାପ ହୋଇଥାଏ ଓ ନିଜ ଲକ୍ଷଭ୍ରଷ୍ଟ ହେଉଥାଏ ସେହି ବ୍ୟକ୍ତିର ସହାୟତା କରିବା ଉଚିତ ନୁହେଁ । କାରଣ ସମାଜରେ ତା’ର ଚରିତ୍ର ଖରାପ ଥାଏ ଯାହାଫଳରେ ତାକୁ ସାହାର୍ଯ୍ୟ କରିଲେ ଆପଣଙ୍କ ଚରିତ୍ର ମଧ୍ୟ ଖରାପ ହୋଇଥାଏ ।