ବର୍ଷ ୨୦୨୦ରେ ଭାଙ୍ଗିପାରେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ର ଏହି ୩ଟି ବଡ ରେକର୍ଡ

ବର୍ଷ ୨୦୧୯ କ୍ରିକେଟ ପାଇଁ ବହୁତ ଭଲ ରହିଛି । ବର୍ଷ ୨୦୧୯ରେ ବହୁତ ଅନ୍ତରାଷ୍ଟ୍ରୀୟ ରେକର୍ଡ ହୋଇଛି ଓ ଭାଙ୍ଗିଛି ମଧ୍ୟ । ବର୍ଷ ୨୦୧୯ରେ କ୍ରିକେଟ ର ଜନକ କୁହାଯାଉଥିବା ଇଂଲଣ୍ଡ ପ୍ରଥମ ଥର ବିଶ୍ଵ ଚ୍ୟାମ୍ପିୟନ ହୋଇଛି । ଏହା ସହିତ ଏହି ବର୍ଷ ଆଇସିସି ମ୍ୟାନେଜମେଣ୍ଟ ଟେସ୍ଟ କ୍ରିକେଟରେ ଟେସ୍ଟ ଚ୍ୟାମ୍ପିୟନଶିପ ବି ଆରମ୍ଭ କରିଛି । ଯେଉଁଥିରେ ଭାରତୀୟ ଟିମ ସବୁ ମ୍ୟାଚ ଜିତି ୩୬୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ଅଛି ।

କହିବାକୁ ଗଲେ ବର୍ଷ ୨୦୨୦ରେ ଟି – ୨୦ ବିଶ୍ଵ କପ ମ୍ୟାଚ ହେବ । ଯେଉଁଥି ପାଇଁ ସବୁ ଟିମ ନିଜର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଅନ୍ୟ ପଟେ ବର୍ଷ ୨୦୨୦ରେ ବହୁତ ରେକର୍ଡ ହେବାର ଅଛି ଓ ବହୁତ ରେକର୍ଡ ଭାଙ୍ଗିବାର ବି ଅଛି । ଆଜି ଆମେ ଆପଣଙ୍କୁ ଏହି ଖାସ ଲେଖା ମାଧ୍ୟମରେ କହିବୁ କି, ସେ ୩ଟି ରେକର୍ଡ ବିଷୟରେ ଯାହା ବର୍ଷ ୨୦୨୦ରେ ଭାଙ୍ଗିପାରେ ।

୧ – ୫୦ ଟି ଏକଦିବସୀୟ ଶତକ ପୁରା କରି ପାରନ୍ତି ବିରାଟ କୋହଲି

କହିବାକୁ ଗଲେ ବିରାଟ କୋହଲି ଯେଉଁ ସମୟରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଡେବ୍ୟୁ କରିଛନ୍ତି ସେହି ସମୟରୁ ଲଗାତାର ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି । ବର୍ଷ ୨୦୧୯ରେ କୋହଲି ଆଇସିସି ର ଟେସ୍ଟ ଓ ୱାଣ୍ଡେ ର ରୈଂକିଂଗରେ ୪ର୍ଥ ସ୍ଥାନରେ ରହିଥିଲେ । ଏକଦିବସୀୟ ମ୍ୟାଚ ବିଷୟରେ କହିଲେ ବିରାଟ କୋହଲି ଏଥିରେ ବି ଭଲ ଫର୍ମରେ ଅଛନ୍ତି । ସେ ବର୍ଷ ୨୦୧୯ରେ ଏକଦିବସୀୟ କ୍ରିକେଟରେ ସବୁଠୁ ଅଧିକ ରନ ଯୋଡିବା ମାମଲାରେ ଦ୍ଵିତୀୟ ସ୍ଥାନରେ ଥିଲେ ।

ସେ ଗତ ବର୍ଷ ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ ମାରିଥିଲେ । ଏହା ଦ୍ଵାରା ବିରାଟ କୋହଲିଙ୍କ ଏକଦିବସୀୟ କ୍ରିକେଟରେ ୪୩ଟି ଶତକ ହୋଇ ସାରିଛି । ଏହା ସହିତ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଏକ ବଡ ଅନ୍ତରାଷ୍ଟ୍ରୀୟ ରେକର୍ଡର ପାଖାପାଖି ଆସି ସାରିଛନ୍ତି । ବର୍ତ୍ତମାନ ହୋଇପାରେ କି ଭାରତୀୟ କ୍ୟାପଟେନ ଏହି ବର୍ଷ ସଚିନଙ୍କ ରେକର୍ଡକୁ ଭାଙ୍ଗି ପାରନ୍ତି ।

୨ – ରୋହିତ ଶର୍ମା ଭାଙ୍ଗି ପାରନ୍ତି, ବ୍ରାୟନ ଲାରାଙ୍କ ୪୦୦ ରନର ରେକର୍ଡ

ଭାରତୀୟ ଟିମ ର ଉପ – କ୍ୟାପଟେନ ରୋହିତ ଶର୍ମା ୱାଣ୍ଡେ କ୍ରିକେଟରେ ତ ନିଜର ଭଲ ଫର୍ମରେ ଅଛନ୍ତି । କିନ୍ତୁ ବର୍ଷ ୨୦୧୯ରେ ତାଙ୍କୁ ଟେସ୍ଟ କ୍ରିକେଟରେ ଓପନିଙ୍ଗ କରିବାର ଚାନ୍ସ ମିଳିଲା । ତେବେ ରୋହିତ ଶର୍ମା ସାଉଥ ଆଫ୍ରିକା ବିରୁଦ୍ଧରେ ଖେଳି ଗୋଟିଏ ଟେସ୍ଟ ମ୍ୟାଚର ଦୁଇଟି ପାରିରେ ଦୁଇଟି ଶତକ ମାରିଥିଲେ । କହିବାକୁ ଗଲେ ଯଦି ରୋହିତ ଶର୍ମା ନିଜର ଏହିଭଳି ଫର୍ମକୁ ଜାରି ରଖିବେ ତେବେ ସେ ୱେଷ୍ଟଇଣ୍ଡିଜ ର ବ୍ୟାଟ୍ସମ୍ୟାନ ବ୍ରାୟନ ଲାରାଙ୍କ ଟେସ୍ଟ କ୍ରିକେଟ ପାରିରେ ୪୦୦ରନର ରେକର୍ଡକୁ ବି ଭାଙ୍ଗି ଦେଇ ପାରନ୍ତି ।

ଅସଲରେ କିଛି ଦିନ ପୂର୍ବେ ହିଁ ବ୍ରାୟନ ଲାରା କହିଥିଲେ କି, “ମୋର ଟେସ୍ଟ କ୍ରିକେଟର ଗୋଟିଏ ପାରିରେ ୪୦୦ ରନ ରେକର୍ଡ କେବଳ ରୋହିତ ଶର୍ମା ଭାଙ୍ଗି ପାରନ୍ତି । ସେ ରୋହିତଙ୍କ ସହିତ ଭାରତୀୟ ଯୁବ ଖେଳାଳି ପୃଥ୍ୱୀ ଶ ଙ୍କର ନାମ ବି ନେଇଥିଲେ ।“

୩ – ରୋହିତ ଶର୍ମା ଭାଙ୍ଗି ପାରନ୍ତି ଜୟସୂର୍ୟାଙ୍କ ବଡ ରେକର୍ଡ

କହିବାକୁ ଗଲେ ରୋହିତ ଶର୍ମା ବର୍ଷ ୨୦୧୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବହୁତ ରେକର୍ଡ କରିଛିନ୍ତି ଓ ଭାଙ୍ଗିଛନ୍ତି ମଧ୍ୟ । ଏହା ମଧ୍ୟରେ ରୋହିତ ଶର୍ମା ଶ୍ରୀଲଙ୍କାର ଜୟସୂର୍ୟାଙ୍କ ଏକ ବଡ ରେକର୍ଡକୁ ବି ଭାଙ୍ଗି ପାରନ୍ତି । ଅସଲରେ ଜୟସୂର୍ୟାଙ୍କ ନାମରେ ୱାଣ୍ଡେ କ୍ରିକେଟରେ ସବୁଠୁ ଅଧିକ ୨୭୦ଟି ଛକା ମାରିବାର ରେକର୍ଡ ଅଛି ଓ ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ୨୪୪ଟି ଛକା ମାରିସାରିଛନ୍ତି । ବର୍ଷ ୨୦୨୦ରେ ମାତ୍ର ୨୭ଟି ଛକା ମାରିବା ଦ୍ଵାରା ରୋହିତ ଶର୍ମା ଜୟସୂର୍ୟାଙ୍କ ଠାରୁ ବି ଆଗକୁ ବାହାରି ପାରନ୍ତି ।