ସମୟ ଥାଇ ଏହି ସଙ୍କେତ ପ୍ରତି ଦିଅନ୍ତୁ ଧ୍ୟାନ, ଦୂରରେ ରହିବ କିଡନୀ ରୋଗର ସଙ୍କଟ

ନୂଆବର୍ଷ ଆରମ୍ଭ ହେଇ ସାରିଲାଣି । ସମସ୍ତେ ଚାହାଁନ୍ତି ଆସୁଥିବା ସମୟରେ ସ୍ୱାସ୍ଥ୍ୟବାନ ରହିବାକୁ । କିଛିଲୋକ ନୂଆବର୍ଷରେ ଓଜନ କମେଇବା ପାଇଁ ଚେଷ୍ଟା ଆରମ୍ଭ କରିଥାନ୍ତି ।ଏହା ସହିତ ଆପଣଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବା ମଧ୍ୟ ନିହାତି ଅବଶ୍ୟକ କାରଣ ଏହା ଦ୍ଵାରା ଆପଣ ଆଗକୁ ଆସୁଥିବା ବଡ ସଙ୍କଟ ବିଷୟରେ ଜାଣି ପାରିବେ ଓ ସେହି ସଙ୍କଟରୁ ନିଜକୁ ରକ୍ଷା କରିପାରିବେ।

ଆଜି ଆମେ ଆପଣଙ୍କୁ ଏମିତି କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହାଦ୍ଵାରା ଆପଣ ଜାଣିପାରିବେ କି କେଉଁ କାରଣରୁ ଆପଣଙ୍କ କିଡନୀ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣ ବାରମ୍ବାର ପରିଶ୍ରା ଯାଉଛନ୍ତି ତେବେ ଆପଣ ତୁରନ୍ତ ଡାକ୍ଟରଙ୍କ ସହ ପରାମର୍ଶ କରନ୍ତୁ । କିଡନୀ ଆପଣଙ୍କ ଶରୀରରେ ଥିବା ତରଳ ପଦାର୍ଥ ଓ ଆବର୍ଜନାକୁ ବାହାର କରିଥାଏ । କିଡନୀ ର କାମ ହେଉଛି ରକ୍ତରେ ଖଣିଜ ପଦାର୍ଥର ସପ୍ଲାଏକୁ ଉତ୍ତମ କରିବା । ଯଦି ଆପଣାଙ୍କୁ ହଠାତ ଆପଣଙ୍କ ତ୍ଵଚ୍ଚା ଅଲଗା ଲାଗେ ଓ ତ୍ଵଚ୍ଚା ଜଳା ପୋଡା ଓ କୁଣ୍ଡେଇ ହୁଏ ତେବେ ଆପଣ ଏହାକୁ ହାଲକାରେ ନ ନେଇ ଡକ୍ଟରଙ୍କ ପାଖକୁ ଯାଇ ପରାମର୍ଶ ନେବା ଉଠିତ ।

ଯଦି ଆପଣାଙ୍କୁ ସବୁବେଳେ ଥକାପଣ ଓ ଦୁର୍ବଳତା ଅନୁଭବ ହେଉଛି ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ତୁରନ୍ତ ଡାକ୍ଟରଙ୍କ ସହ ପରାମର୍ଶ କରନ୍ତୁ କାରଣ ଏହାଦ୍ଵାରା ଆପଣଙ୍କ କିଡନୀରେ ସମସ୍ୟା ଦେଖା ଯାଇପାରେ । ଯଦି ଆପଣଙ୍କ କିଡନୀରେ କିଛି ସମସ୍ୟା ଥିବ ତେବେ ରକ୍ତ ଭଲ ଭାବରେ ଛାଣି ହୋଇ ପାରିବ ନାହିଁ ।

ପରିଶ୍ରାରେ ରକ୍ତ ପଡିବା ଦ୍ଵାରା କିଡନୀରେ ସଙ୍କ୍ରମଣ ଓ ସ୍ଟୋନ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ବାରମ୍ବାର ପରିସ୍ରା ଯିବା , ତ୍ଵଚ୍ଚା ଖରାପ ଦେଖାଯିବା, ଦୁର୍ବଳ ଲାଗିବା, ଥକାପଣ ଅନୁଭବ ହେବା ଏସବୁକୁ ଅଣଦେଖା କରିବା ଉଚିତ ନୁହେଁ । ଭୋକ ନ ଲାଗିବା ମଧ୍ୟ କିଡନୀ ଖରାପ ହେବାର ଲକ୍ଷଣ ହେଇପାରେ ।

କିଡନୀ ଠିକ ସେ କାମ ନ କଲେ ଶରୀରକୁ ପାୱାର ମିଳେନାହିଁ ,ସେଥିପାଇଁ ମଣିଷକୁ କମ ଭୋକ ଲାଗେ । ଯଦି ଆପଣଙ୍କୁ କମ ଭୋକ ଲାଗୁଛି ତେବେ ନିଞ୍ଚୟ ଆପଣ କିଡନୀ ପରୀକ୍ଷା କରନ୍ତୁ । ଏହା ଥିଲା କିଡନୀ ଖରାପ ହେବାର ଲକ୍ଷଣ । ଆପଣ ଏହାର ଧ୍ୟାନ ରଖି ନିଜ ଶରୀରକୁ ନିରୋଗ ରଖନ୍ତୁ।