ମୃତ୍ୟୁର କିଛି ସମୟ ପୂର୍ବରୁ ଝିଅ ସହ ଫୋନ କଲ୍ ରେ କଥା ହୋଇଥିଲେ ବାପା, କିନ୍ତୁ ହଠାତ ଆସିଥିଲା ଡାକ୍ତର ଖାନାରୁ କଲ୍, ଆଉ ତା’ ପରେ…

ରାତିରେ ବାପା ଝିଅକୁ ଫୋନ କଲ୍ କରିଥିଲେ ଆଉ କଣ କରୁଛୁ ବୋଲି ପଚାରିଥିଲେ । ଝିଅ କହିଥିଲା ମେସ୍ ରେ ଆଜି ଚିକେନ ହେଇଥିଲା ଆଉ ସେ ଗିନାରେ ଚିକେନ ଆଣି ରୁମ୍ ରେ ରଖିଛି । ତା’ର ଭାତ ଖାଇବାକୁ ଇଚ୍ଛା ନଥିଲା ତେଣୁ ମା’ ଦେଇଥିବା ମୁଢି ସହ ସେହି ଚିକେନ ଖାଇବ ବୋଲି ବାପାଙ୍କୁ କହିଥିଲା ଝିଅ । ବାପା କହିଥିଲେ, ହଉ ମା ଖାଇଦେବୁ । ଆଉ ଭଲରେ ପାଠ ପଢିବୁ । ତୋ ମା’ ବହୁତ ପରିଶ୍ରମ କରି ତୋତେ ନର୍ସ ପାଠ ପଢାଉଛି ।

ଝିଅ ବି କହିଥିଲା ହଁ ବାପା ମୁଁ ଭଲ ପାଠ ପଢୁଛି । ଏଥର କ୍ଳାସ ପରୀକ୍ଷାରେ ମୁଁ ୫ ନମ୍ବର ସ୍ଥାନରେ ରହିଛି । ଆଉ ପରୀକ୍ଷା ସରିଗଲେ ଭଲ ଚାକିରି ବି ପାଇଯିବି । ଏତିକି କଥା ହେବା ପରେ ବାପା କହିଥିଲେ ହଉ ମା ଫୋନ ରଖ ମୋ ଡ୍ଯୁଟି ଟାଇମ ହେଲାଣି ମୁଁ ଯାଉଛି । ରାତି ୮ଟା ସମୟରେ ବାପା ଝିଅ ଫୋନ କଲ୍ ରେ ଏମିତି କଥା ହୋଇଥିଲେ । ଆଉ ଏହାର ଠିକ ଦେଢ ଘଣ୍ଟା ପରେ ଅର୍ଥାତ ରାତି ୯ଟା ବାଜି ୩୦ ମିନିଟ ସମୟରେ ତାଙ୍କୁ ଜ୍ଯୋତି ହସ୍ପିଟାଲରୁ ଫୋନ କଲ୍ ଯାଇଥିଲା ।

ତାଙ୍କୁ କୁହା ଯାଇଥିଲା କି ତୁମ ଦେହ ପୁରା ଗୁରୁତର ସେ ଆଇସିୟୁରେ ଅଛନ୍ତି ଶୀଘ୍ର ଆସ । ଆଉ ଏହାର ଠିକ ୫ଦିନ ପରେ ଘରର ଅବସ୍ଥା ଦେଖିଲେ ଆପଣଙ୍କ ମନ ବି ସହିବନି । ଝିଅ ପାଇଁ ଘର କାନ୍ଦ ବୋବାଳିରେ ଫାଟି ପଡୁଛି ଆଉ ସମସ୍ତଙ୍କ ଆଖିରୁ ଧାର ଧାର ଲୁହ ବୋହି ପଡୁଛି ।

କାରଣ ଝିଅ ନର୍ସ ହେବା ପାଇଁ ଯାଇଥିଲା କିନ୍ତୁ ଶବ ହୋଇ ଘରକୁ ଫେରିଛି । ଏକଥା କେହିବି ସହଜରେ ଗ୍ରହଣ କରି ପାରୁନାହାନ୍ତି । ମା, ବଡମା, ଭାଇ, ଭାଉଜ ସମସ୍ତେ ରାହା ଛାଡି କାନ୍ଦୁଛନ୍ତି । ଘରର ଗେଲ ବସରିଆ ଝିଅ ଲିପ୍ସା ଆଜି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛି । ରୋଗୀ ମାନଙ୍କର ସେବା କରିବା ପାଇଁ ସେ ନର୍ସ ପାଠ ପଢୁଥିଲେ । କିନ୍ତୁ ତାଙ୍କ ସହ ଯେ ଏମିତି ଘଟିଯିବ ସେକଥା କିଏ ବା ଜାଣିଥିଲେ ।

ବାଲେଶ୍ଵରର ଜ୍ଯୋତି ହସ୍ପିଟାଲରେ ପାଠ ପଢୁଥିବା ଲିପ୍ସା ଆଜି ନୀରବି ଯାଇଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କୁ ରାଗିଂ ହୋଇଥାଇ ପାରେ ବୋଲି ଅଭିଯୋଗ କରିଛନ୍ତି ଘରଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।