ବନ୍ଧୁଗଣ ପାଟି ଗନ୍ଧ ହେବା ଗୋଟେ ସାଧାରଣ କଥା, ଏହା କାହାକୁବି ହୋଇପାରେ । ମୁହଁ ଗନ୍ଧ ହେଲେ ଲୋକ କଥା ହେବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି କିନ୍ତୁ କେବେ ବି ଏହା ପ୍ରକାଶ କରନ୍ତି ନାହିଁ କି ସେହି ଲୋକକୁଙ୍କୁ ଆପଣଙ୍କ ପାଟି ଦୁର୍ଗନ୍ଧ ହେଉଛି, କାରଣ ହେଲା ସେମାନେ ଏହା ଲାଜରେ ପ୍ରକାଶ କରନ୍ତି ନାହିଁ । ପାଟି ଗନ୍ଧ ହେବା କେଉଁଠି ନା କେଉଁଠି ଆମ ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟାର ସମାଧାନ ହେବା ନିହାତି ଦରକାର । ତ ଏହାର କାରଣ କଣ ହୋଇପାରେ, ତେବେ ଏହି ସମସ୍ୟାର ବହୁତ ସାରା କାରଣ ହୋଇପାରେ ।
ଯେମିତିକି ମୁହଁରେ କିଛି ଇନଫେକସନ ହେବା, ପେଟ ସଫା ହେଉନଥିବା, କୋଷ୍ଠ କାଠିନ୍ୟ, ବ୍ରଶ ନ କରିବା, ଜିଭ ସଫା ନ କରିବା, ଖାଇସାରିବା ପରେ କୁଳକୁଞ୍ଜା ନକଲେ, ଶୋଇଲା ପୂର୍ବରୁ ମୁହଁ ସଫା ନ କରି ଶୋଇବା ।

ଏହାର ବହୁତ କିଛି ସରଳ ସମାଧାନ ରହିଛି ଯେଉଁଟା ଘରେ ମିଳୁଥିବା ଜିନିଷରେ ହୋଇପାରିବ । ବହୁତ ଜିନିଷ ଆମ ରୋଷେଇଘରୁ ହିଁ ମିଳେ ଯାହା ଦ୍ଵାରା ଆମେ ମୁହଁରୁ ବାହାରୁ ଥିବା ଦୁର୍ଗନ୍ଧର ଉପଚାର କରିପାରିବା । ସମୟ ପୂର୍ବରୁ ଯଦି ଆମେ ତାର ସମାଧାନ ନ କରିବା ତାହାଲେ ବ୍ୟକ୍ଟେରିଆ ପଚନ ତନ୍ତ୍ରକୁ ବିଗାଡି ପାରେ । ଦିନରେ ଦୁଇଥର ବ୍ରଶ କରିବା ଉଚିତ, ସକାଳେ ଓ ଶୋଇବା ପୂର୍ବରୁ ।

ଶୋଇବା ପୂର୍ବରୁ ବ୍ରସ କରିବା ସହିତ ଜିଭ ସଫା କରିବା ଉଚିତ । ଯାହାବି ବ୍ୟକ୍ଟେରିଆ ଆମ ଜିଭରେ ଥାଏ ଯଦି ଆମେ ସଫା ନ କରୁଛୁ ତ ସେ ଖରାପ ଜିନିଷ ବାହାରକୁ ଆସିବ ନାହିଁ । ଖାଇସାରିବା ପରେ କୁଳା କରିବା ଉଚିତ, ଯଦି ମୁହଁରୁ ଦୁର୍ଗନ୍ଧ ଯାଉନି ତାହେଲେ ଗରମ ପାଣିରେ ଲେମ୍ବୁ ଚିପୁଡି ସେଥିରେ ମୁହଁ ସଫା କରନ୍ତୁ । ଲେମ୍ବୁରେ ଆଣ୍ଟି ବ୍ୟକ୍ଟେରିଆ ଭିଟାମିନ ଥାଏ ସେଥିରେ ସଫା କଲେ ତାହା ବ୍ୟକ୍ଟେରିଆକୁ ସଫା କରିଥାଏ ।

ଆମେ ଯଦି କେଉଁ ରେଷ୍ଟୁରାଣ୍ଟ ଖାଇବାକୁ ଯାଏ ତ ସେମାନେ ଖାଇସାରିବା ପରେ ପାନ ମଧୁରି ଅଫର କରନ୍ତି, ଏହାର କାରଣ ଏହାକି ମୁହଁର ସ୍ୱାସ୍ଥ୍ୟକୁ ସୁଧାରିବାରେ ପାନମଧୁରୀ ବହୁତ ସାହାଯ୍ୟ କରିଥାଏ । ଖାଇବା ପରେ ମୁହଁରେ ଛୋଟ ଛୋଟ ପାର୍ଟିକ୍ଲସ ଥାଏ ଯାହା କୁଳା କରିବା ପରେବି ବାହାରି ନଥାଏ । ସେଥିଲାଗି ଛୁଇଙ୍ଗମ ଖାଇଲେ ମଇଳାକୁ ବାହାରକୁ ବାହାର କରିଦିଏ ।

ଯଦି ଆମର ଦାନ୍ତମୂଳ ସୁସ୍ଥ ନଥାଏ ତେବେ ଟିକେ ସୋରିଷ ତେଲ ଓ ଲୁଣ ନେଇ ଦାନ୍ତ ମୂଳରେ ଘସିଲେ ଦାନ୍ତ ମୂଳ ଶକ୍ତ ହେବ ଓ କୌଣସି ପ୍ରକାରର ଇନଫେକସନ ହେବନି । ଘରେ ଗୋଟିଏ ମାଉଥ ୱାଶ ବନେଇପାରିବେ । ଅଳ୍ପ ପାଣି ନେଇ ଡାଲଚିନି ଗୁଣ୍ଡକୁ ପାଣିରେ ଗରମକରି ସେଇ ପାଣିରେ କୁଳା କରିବା ଦ୍ଵାରା ଦୁର୍ଗନ୍ଧ ଦୂର ହୋଇଥାଏ ।

ସେଥିରେ ସିନେମିକ ଏଲଡିହାଇଡ ଥାଏ ସେ ମୁହଁର ସ୍ୱାସ୍ଥ୍ୟ ଭଲ ରଖିବା ଦ୍ଵାରା ଖରାପ ଦୁର୍ଗନ୍ଧକୂ ଦୂର କରିଥାଏ । ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ଇଲାଇଚି ବି ଚୋବେଇ ପାରିବେ । ଏହି ସବୁ ଜିନିଷ ସାହାଯ୍ୟ କରିବ ମୁହଁର ଖରାପ ଦୁର୍ଗନ୍ଧକୁ ଦୂର କରିବା ପାଇଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।