କିଛି ଅଲଗା କାମ ପାଇଁ ବନିଥିଲା “ହାଇ ହିଲ୍” ଓ “କୋଲା” ଭଳି ଜିନିଷ – ଏସବୁର ଅସଲି ବ୍ୟବହାର ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

କିଛି ଅଲଗା କାମ ପାଇଁ ବନିଥିଲା “ହାଇ ହିଲ୍” ଓ “କୋଲା” ଭଳି ଜିନିଷ

ଆପଣ ଜାଣନ୍ତି କି, ଆମେ ପ୍ରତ୍ୟେକ ଦିନ ଯେଉଁ ଜିନିଷ ବ୍ୟବହାର କରୁଛି ତାହା ଅନ୍ୟ କାମ ପାଇଁ ତିଆରି ହୋଇଥିଲା । ଯେମିତିକି ବିଯାଗ୍ରାକୁ ଛାତି ରୋଗରେ ବ୍ୟବହାର କରାଯାଉଥିଲା, ଏହା ଛାତିର ରୋଗକୁ କଣ୍ଟୋ୍ରଲ୍‌ କରି ରଖୁଥିଲା, କିନ୍ତୁ ଆଜିକାଲି ତାହା ଅନ୍ୟ କାମରେ ବ୍ୟବହାର କରାଯାଉଛି । ଏହିପରି ଅନ୍ୟ କେତେକ ଦ୍ରବ୍ୟକୁ ଅନ୍ୟ ପ୍ରକାରରେ ବ୍ୟବହାର କରାଯାଉଛି । ଆସନ୍ତୁ ଜାଣିବା ଏହି ଦ୍ରବ୍ୟ କେଉଁଥିପାଇଁ ତିଆରି ହୋଇ କି ପ୍ରକାର ବ୍ୟବହାର ହେଉଛି ।

ଟି ସାର୍ଟ:

ଟି ସାର୍ଟ ପ୍ରଥମେ ଅଣ୍ଡର ଗାରମେଣ୍ଟ ହିସାବରେ ବ୍ୟବହାର ହେଉଥିଲା, ଅମରିକାର ନାଭି ସୈନିକ ମାନେ ବ୍ୟବହାର କରୁଥିଲେ । ପିନ୍ଧିବାକୁ ଭଲ ଲାଗୁଥିବାରୁ ଏହାକୁ ସମସ୍ତେ ବ୍ୟବହାର କରିବାକୁ ଲାଗିଲେ ।

କୋକା କୋଲା :

୧୮୮୬ ମସିହାରେ ଡ. ଜର୍ନ ପେମ୍ବର୍ଟନ କୋକା କୋଲାକୁ ପେନ୍‌ କିଲର ରୂପରେ ବ୍ୟବହାର କରୁଥିଲେ । ଏହା କୋକା ପତି ଓ ଆଲ୍‌କୋହଲ୍‌ କୁ ମିଶାଇ ତିଆରି ହୋଇଥିଲା । ଯାହା ଏବେ ସପ୍ଟ ଡ୍ରିଂକ୍‌ ରୂପରେ ବ୍ୟବହାର କରାଯାଉଛି ।

ତକିଆ

ତକିଆକୁ ଆରାମରେ ଶୋଇବା ପାଇଁ ବ୍ୟବହାର କରାଯାଉଛି । କିନ୍ତୁ ଏହା ନାକ, କାନ, ମୁହଁରେ ଛୋଟପୋକ-ଯୋକ ଆଦି ନ ଚଢ଼ିବା ପାଇଁ ତିଆରି ହୋଇଥିଲା । ପ୍ରାଚୀନ କାଳରେ ଇଜିପ୍ଟର ନାଗରିକ ତକିଆର ବ୍ୟବହାର ନିଜର ନାକ, କାନ, ମୁହଁରେ ଛୋଟପୋକ-ଯୋକ ଆଦି ନ ଚଢ଼ିବା ପାଇଁ ତିଆରି କରିଥିଲେ ।

ଭାଇଗ୍ରା:

ଆଜି କାଲି ଭାଇଗ୍ରା କୁ କଣ ପାଇଁ ବ୍ୟବହାର କରାଯାଉଛି ଆପଣମାନେ ସମସ୍ତେ ଜାଣିଥିବେ । କିନ୍ତୁ ଏହା ଅନ୍ୟ କାମ ପାଇଁ ତିଆରି ହୋଇଥିଲା । ଏହାକୁ ପ୍ରଥମେ ଛାତିର ରୋଗ ଓ ବ୍ଲଡ୍‌ ପ୍ରେସରକୁ କଣ୍ଟ୍ରୋଲ୍‌ କରିବା ପାଇଁ ତିଆରି ହୋଇଥିଲା । ଏବେ ଏହାକୁ ଅନ୍ୟ କାମରେ ବ୍ୟବହାର କରାଯାଉଛି ।

ଟାଇ:

ଟାଇ ବାନ୍ଧିବା ଆଜିକାଲି ଫେସନ ହୋଇଗଲାଣି । ପ୍ରାଚୀନ କାଳରେ ଏହାକୁ ମୋଫଲର୍‌ ରୂପରେ ବ୍ୟବହାର କରାଯାଉଥିଲା । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏହାକୁ ଗଳାରେ ବାନ୍ଧୁଥିଲେ । ସେହି ସମୟରେ ଏହାକୁ ରୂମାଲ୍‌ ରୂପରେ ମଧ୍ୟ ବ୍ୟବହାର କରାଯାଉଥିଲା । କିଛି ଦେଶର ସୈନିକମାନେ ମଧ୍ୟ ଏହାକୁ ବ୍ୟବହାର କରୁଥିଲେ ।

ହାଇ ହିଲ୍‌:

ହାଇ ହିଲ୍‌ ଆଜି ଗୋଟେ ବଡ ଫ୍ୟାସନ ରେ ପରିଣତ ହୋଇ ସରିଲାଣି । କିନ୍ତୁ ପ୍ରଥମେ ଏହାର ବ୍ୟବହାର କେବଳ ସୈନିକ ମାନେ କରୁଥିଲେ । ହାଇ ହିଲ୍‌ ପିନ୍ଧିକି ସେମାନେ ଗୋଟେ ଜାଗାରେ କିପରି ସ୍ଥିର ହୋଇ ଠିଆ ହେଇପାରିବେ ସେପରି ଟ୍ରେନିଂ ଦିଆ ଯାଉଥିଲା ।

ଟି ବ୍ୟାଗ୍‌:

ସବୁଜାଗାରେ ଆଜି କାଲି ଆପଣ ଟି ବ୍ୟାଗ୍‌ ବ୍ୟବହାର ହେଉଥିବାର ଦେଖିବେ । ସହଜରେ କେମିତି ଚା ତିଆରି ହେବ ସେଥିପାଇଁ ଟି ବ୍ୟାଗ୍‌ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ତିଆରି କରିଥିବା ନିଉୟର୍କ ର ଥୋମାସ ସୁଲିବନ ଏହାକୁ ଚା ବିକିବା ପାଇଁ ବନେଇ ଥିଲେ । ସେ କହୁଥିଲେ କି ଗୋଟେ କପ ଚା ପାଇଁ ଗୋଟିଏ ଟି ବ୍ୟାଗ ଲୋକଙ୍କୁ ଦିଆଯାଉ ।