କିଭଳି ହେବ ଚନ୍ଦ୍ରୟାନ-3 ର ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ…

ଚନ୍ଦ୍ରାୟନ-3 ର କେମିତି ହେବ ସଫ୍ଟ ଲ୍ୟାଣ୍ଡିଂ ? କାହିଁକି ଏହି ପ୍ରକ୍ରିୟା ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ? ନମସ୍କାର ବନ୍ଧୁଗଣ । ପ୍ରଥମେ ଆସନ୍ତୁ ଜାଣିବା ଲ୍ୟାଣ୍ଡର ଓ ରୋଭୋର ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ । ଚନ୍ଦ୍ରୟାନ-3 ଲ୍ୟାଣ୍ଡର ଓ ରୋଭୋର କୁ ମିଶାଇ ଓଜନ ହେବ 1 ହଜାର 749.86 କେଜି ହୋଇଥିବା ବେଳେ ଉଭୟଙ୍କର କାର୍ଯ୍ୟକାଳ 14 ଦିନ ମାତ୍ର । ଛୋଟ କାର ଆକାରରର ଲ୍ୟାଣ୍ଡର ର ଲମ୍ବ 2 ମିଟର ଓ ଓସାର 2 ମିଟର ।

ଏହାର ଉଚ୍ଚତା 1.166 ମିଟର । ଏଥିରେ ଏକାଧିକ କ୍ୟାମେରା ଲାଗିଛି ଉନ୍ନତ ସେକ୍ସନ । ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି 4ଟି ଥ୍ରଷ୍ଟର ଓ 4ଟି ମଜବୁତ ଗୋଡ । ସଫ୍ଟ ଲ୍ୟାନ୍ଦିଙ୍ଗ ବେଳେ 4ଟି ପର୍ଯ୍ୟାପ୍ତ ଦେଇ ଲ୍ୟାଣ୍ଡର ଗତି କରିବ । ଯଥା ରଫ ବ୍ରେକିଂ, ଅଲ୍ଟିଚ୍ୟୁତ ହୋଲ୍ଡ, ଫାଇନ ବ୍ରେକିଂ ଓ ଟର୍ମିନାଲ ଡିସେଣ୍ଟ ଫ୍ରେଜ ।

ଇସୁ ବୈଜ୍ଞାନିକଙ୍କ ସୂଚନା ମୁତାବକ 5ଟା 45 ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଚନ୍ଦ୍ରପ୍ରୁଷ୍ଠରୁ 30 କିମି ଉଚ୍ଚତାରେ ଖୁବ ଦ୍ରୁତ ଗତିରେ ଯିବ ଲ୍ୟାଣ୍ଡର । ଏହାର ବେଗ ସେକେଣ୍ଡ ପ୍ରତି 1.68 କିମି । ଏହାର ବେଗ କମ କରିବା ପାଇଁ 4ଟି ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ । 30 କିମି ଉଚ୍ଚତରଉ ଏହା ସିଧା ରଫ ବ୍ରେକିଂ ପର୍ଜ୍ଯାୟରେ 7.5 କିମି ଉଚ୍ଚକୁ ଖସିଯିବ ।

ଏହା ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠାରୁ 6.8 କିମି ଉଚ୍ଚରେ ଥିବା ବେଳେ କେବଳ 2ଟି ଥ୍ରାଷ୍ଟର ଚାଲୁ ରହିବ । ସେହି ସମୟରେ ଲ୍ୟାଣ୍ଡର ର ବେଗ 4 ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର 350 ମିଟର ଥିବ । ଏହା ପରେ 800 ମିଟର ଅଲ୍ଟିଚ୍ୟୁତ ରେ ଏହାର ବେଗ ସୁଁ ହୋଇଯିବ ଓ ତଳକୁ ଖସି ଆରମ୍ଭ କରିବ । ଫାଇନ ବ୍ରେକିଂ ଫେଜ ପରେ ଶେଷ ପର୍ଜ୍ଯାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପ୍ରୁଷ୍ଠରୁ ମାତ୍ର 10 ମିଟର ଉଚ୍ଚତାରେ ଥିବ ।

ସେତେବେଳେ ଏହା କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖୀ ପାରିବ କି ତଳେ କୌଣସି ଗାତ କି ପଥର ଅଛି କି ନାହିଁ । ଯଦି ସବୁ କିଛି ଠିକ ଥାଏ ତେବେ ଏହା ସଫ୍ଟ ଲ୍ୟାଣ୍ଡ କରିବ ନଚେତ ଆଉ ସ୍ଥାନକୁ ବାଚିବ । ଏହି ପୁରା ପ୍ରକ୍ରିୟା 17 ମିନିଟ 21 ସେକେଣ୍ଡରୁ 17 ମିନିଟ 32 ସେକେଣ୍ଡ ଯାଏଁ ଘଟିବ । ଯଦି ସବୁ କିଛି ଠିକ ରୁହେ ତେବେ ଚନ୍ଦ୍ରୟାନ-3 ର ଲ୍ୟାଣ୍ଡର ପାଦ ଥାପିବ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ।

ଏହା ପରେ ଲ୍ୟାଣ୍ଡର ରୁ ଏକ ସିଡି ବାହାରିବ ଓ ତଳକୁ ଗାଡି ଆସିବ 6 ଚକିଆ ରୋଭୋର । ଏହାର ଓଜନ 26 କିଲୋଗ୍ରାମ, ଲମ୍ବ 91.7 ସେମି, ଓସାର 75 ସେମି ଓ ଉଚ୍ଚତା 39.7 ସେମି । 14 ଦିନ ଯାଏଁ ଏହା ଚନ୍ଦ୍ରରେ ଗଡିବା ବେଳେ ଜାତୀୟ ପ୍ରତୀକ ଓ ଇସ ଲୋଗୋର ଛାପ ଛାଡିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।