ଖୁସି ହେଇଗଲା ଶୋକରେ ପରିଣତ, ଭଉଣୀମାନଙ୍କ ଠାରୁ ରାଖୀ ବନ୍ଧାଇବାର କିଛି ଦିନ ପରେ ହିଁ ସହିଦ ହେଲେ ଏହି ଯବାନ

ଖୁସି କେତେବେଳ ଦୁଖରେ ପରିଣତ ହୋଇ ଯିବ ତାହା ବିଷୟରେ କିଛି ବି କହି ହେବ ନାହିଁ । ଏହା ସବୁ ଭଗବାନଙ୍କ ହାତରେ ଥାଏ । ବର୍ତ୍ତମାନ ରୋହତାସ ଜିଲ୍ଲାର ଡେହରୀ ଥାନାର ଗୋପୀ ବିଗହା ଗ୍ରାମରେ ଏହିଭଳି କିଛି ଦେଖା ଯାଇଛି । ଏହି ଗ୍ରାମରେ ରହୁଥିବା ରବିରଞ୍ଜନ ସିଂହ ଆର୍ମୀରେ ଥିଲେ ଓ ଏବେ ହିଁ କିଛି ଦିନ ତଳେ ରକ୍ଷାବନ୍ଧନରେ ସେ ନିଜର ଗ୍ରାମକୁ ଆସି ଥିଲେ । ଏଠି ତାଙ୍କର ଚାରି ଭଉଣୀ ଭାଇ ହାତରେ

ରାଖୀ ବାନ୍ଧି ଥିଲେ ଓ ପୁରା ପରିବାରରେ ଏକ ସୁଖମୟ ପରିବେଶ ଥିଲା । କିନ୍ତୁ କିଛି ଦିନ ପରେ ଯେତେବେଳ ଭାଇ ସହିଦ ହେବାର ଖବର ଆସିଲା ତେବେ ଭଉଣୀମାନଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ଯାଇଛି ।

କହିବାକୁ ଗଲେ ରବିରଞ୍ଜନ ଜମ୍ମୁ କାଶ୍ମୀରରେ ପାକିସ୍ତାନ ତରଫରୁ ହୋଇଥିବା ଗୋଲାବାରିରେ ସହିଦ ହୋଇ ଯାଇଛନ୍ତି । ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଛାଡି ଚାଲି ଯାଇଥିବା ରବି ରଞ୍ଜନଙ୍କର ସହିଦର ଖବର ଶୁଣି କେବଳ ତାଙ୍କର ପରିବାରରେ ନୁହେଁ ପୁରା ଗ୍ରାମରେ ଦୁଖର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ରବିରଞ୍ଜନ ଆର୍ମୀରେ ଲାନ୍ସ ନାୟକ ଥିଲେ । ତାଙ୍କର ଡ୍ଯୂଟୀ ଜମ୍ମୂ ଓ କଶ୍ମୀରର କୃଷ୍ଣା ଘାଟୀରେ ଥିଲା ।

ନିଜ ପଛରେ ସେ ତାଙ୍କ ପତ୍ନୀ ଓ ତିନୋଟି ସନ୍ତାନ ଛାଡି ଯାଇଛନ୍ତି । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛି । ପରିବାରରେ ତାଙ୍କର ବଡ ଭାଇ ସୁନୀଲ କୁମାର ସିଂହ ବି ଆର୍ମୀରେ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ରିଟାୟର ଅଛନ୍ତି । ଏହା ଛଡା ତାଙ୍କର ୪ଜଣ ଭଉଣୀ ବି ଅଛନ୍ତି । ଯାହାଙ୍କ ଠାରୁ ସେ କିଛି ଦିନ ପୂର୍ବେ ହିଁ ରାଖୀ ବାନ୍ଧି ଡ୍ଯୂଟୀକୁ ଫେରି ଥିଲେ ।

ପୁଅର ଖବର ଶୁଣି ରବି ରଞ୍ଜନଙ୍କର ମାତାଙ୍କର ଓ ଭଉଣୀମାନଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ଯାଇଛି । ସେମାନେ କଣ ଜାଣିଥିଲେ କି ଶେଷ ଥର ପାଇଁ ଭାଇ ହାତରେ ରାଖୀ ବାନ୍ଧୁଛନ୍ତି । ଗ୍ରାମର ସମସ୍ତେ ସହିଦ ରବିରଞ୍ଜନଙ୍କୁ ଦେଖିବା ପାଇଁ ତାଙ୍କ ଘରେ ଏକତ୍ରିତ ବି ହୋଇଥିଲେ । ଏହି ଦୁଖ ସମୟରେ ଆମେ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ କି ଯବାନ ରବି ରଞ୍ଜନ ସିଂହଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ପରିବାରକୁ ଦୁଃଖ ସହିତ ଲଢିବା ପାଇଁ ଶକ୍ତି ଦିଅନ୍ତୁ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।