ଖୁଦୁରୁକୁଣୀ ଓଷା ବେଳେ ଘଟିଲା ଅଘଟଣ… ରାତିରେ ଫୁଲ ତୋଳୁ ତୋଳୁ ଝିଅକୁ ମାରିଲା ଚୋଟ ଆଉ ତାପରେ…

ଦାଣ୍ଡରେ ବସି କାନ୍ଦି କାନ୍ଦି ଗାଡି ଯାଉଛନ୍ତି ବାପା । କାନ୍ଦି କାନ୍ଦି ବାପାଙ୍କର ଚେତା ଚାଲି ଯାଉଛି । ଆଉ ଯେତେବେଳେ ଉଠୁଛନ୍ତି ଅଧର୍ଯ୍ୟ ହୋଇ ଝିଅକୁ ଖୋଜୁଛନ୍ତି । ଖାଲି ବାପା ନୁହେଁ କାନ୍ଦୁଛନ୍ତି ପୁରା ପରିବାର ଆଉ ଗାଁ ପରିବେଶ । ଘର ଦୁଆର ମୁହଁ ରେ ଥାଟ ପାଟର ଭଙ୍ଗୁଛନ୍ତି ସହ ସହ ଲୋକ । ସମସ୍ତେ ଆଖି ରେ ଲୁହ ନେଇ ଶେଷ ବିଦାୟ ନେବା ପାଇଁ ଘର ବାହାରେ ଛିଡା ହୋଇଛନ୍ତି । କାନ୍ଦ ବୋବାଳିରେ କମ୍ପନ ହେଉଛି ପୁରା ପରିବାର ।

ହଁ ଦର୍ଶକ ବନ୍ଧୁ ଏ ଦୁଃଖ ଦେଖିଲେ କାହାର ବି ଆଖି ରେ ଲୁହ ରହିବ ନାହିଁ । ସୂଚନା ଅନୁଯାୟୀ ଖୁଦୁରୁକୁଣୀ ଓଷା ରେ ଘଟି ଯାଇଛି ବଡ ଅଘଟଣ । ଫୁଲ ତୋଳିବାକୁ ଯାଇ ସାପ ଦଂଶନ ରେ ଚାଲି ଯାଇଛି 17 ବର୍ଷର ଝିଅର ଜୀବନ । ଗତ ରବିବାର ଥିଲା ଖୁଦୁରୁକୁଣୀ ଶେଷ ପାଳି । ଆଉ ଗାଁ ର ସବୁ ଝିଅମାନେ ଯାଇଥିଲେ ଫୁଲ ତୋଳିବାକୁ । ରାତିର ଅନ୍ଧାରରେ ବୁଲି ବୁଲି ଝିଅମାନେ ଫୁଲ ତୋଳି ସକାଳୁ ଖୁଦୁରୁକୁଣୀ ଓଷାରେ ପୁରା ଦିନ ଯାକ ଲାଗି ଯାଇଥିଲେ ।

ରାତିରେ ଖୁଦୁରୁକୁଣୀ ଓଷା ଖୁବ ଧୂମଧାମ ରେ ଶେଷ ହେଲା । ନିଆଳି ଥାନା ଅନ୍ତର୍ଗତ ଅଂଳ ପଞ୍ଚାୟତ ସୁଜା ନଗର ପାଟଣା ଗାଁ ର ଛବିନ୍ଦ୍ର ସାହୁଙ୍କ ଝିଅ ସୁମିତ୍ରା ସାହୁ କିନ୍ତୁ ରାତିରେ ଆଉ ଶୋଇପାରି ନ ଥିଲେ । ଯାହାର ବୟସ ଥିଲା ମାତ୍ର 17 ବର୍ଷ । ସୁମିତ୍ରାଙ୍କର ମୁଣ୍ଡ ବୁଲାଇବା ସାଙ୍ଗକୁ ରାତି ସାରା ବାନ୍ତି ହେଲା । ଏହା ସହ ତାଙ୍କର ଦେହ ହାତ ପୋଡି ଜଳିଯିବା ସହ ନୀଳ ପଡିବାକୁ ଲାଗିଲା ।

ଝିଅର ଏମିତି ଅବସ୍ଥା ଦେଖି ପରିବାର ଲୋକେ ଚିନ୍ତାରେ ପଡି ଯାଇଥିଲେ । ଆଉ ସକାଳ ହେବାକୁ ଅପେକ୍ଷା କରିଥିଲେ । ସକାଳ ହେବା ମାତ୍ରେ ଝିଅକୁ ମେଡିକାଲ ନେଇ ଯାଇଥିଲେ ପରିବାର ଲୋକେ । କିନ୍ତୁ ମେଡିକଳାରେ ପହଞ୍ଚିବା ବେଳକୁ ସବୁ କିଛି ସଋ ଯାଇଥିଲା । ଆଉ ଡାକ୍ତର କହିଲେ ସାପ କାମୁଡା ପାଇଁ ଝିଅର ମୃତ୍ୟୁ ହୋଇଛି ।

ଏ କଥା ଶୁଣିବା ପରେ ସମସ୍ତଙ୍କର ପାଦ ତଳୁ ମାଟି ଖସିଗଲା । ଏ କଥାକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସାଙ୍ଗ ସାଥି ଆଜି ସୁମିତ୍ରା କୁ ମନେ ପକାଇ ଝୁରୁଛନ୍ତି । ସୁମିତ୍ରା ଙ୍କୁ ଗାଁ ସାରା ଲୋକେ ଭଲ ପାଉଥିଲେ । ସମସ୍ତେ ତାଙ୍କର ମିଠା ମିଠା କଥାରେ ହସୁଥିଲେ । ହେଲେ ଆଜି ସୁମିତ୍ରା ସବୁ ଦିନ ପାଇଁ ଆଖି ବୁଜି ଦେଇଛି । ପାଠ, ନାଚ, ଗୀତ ରେ ଖୁବ ପାରଙ୍ଗମ ଥିଲେ ସୁମିତ୍ରା ।

ଏମିତିକି ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ଥିଲେ । କିନ୍ତୁ କିଏ ଜାଣି ନ ଥିଲା ସୁମିତ୍ରାଙ୍କ ଆହା ଏମିତି ଅଘଟଣ ଘଟିଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।