ଖୁବ ଶୀଘ୍ର ଆସୁଛି ଅନୁଭବଙ୍କ ବାୟୋପିକ, ଯେଉଁଥିରେ ଅନୁଭବ ଓ ଜାଗୃତିଙ୍କ ….

ଏବେ ଚାରିଆଡେ ବର୍ଷା ଓ ଅନୁଭବ ଙ୍କ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖବର ଶୁଣିବାକୁ ମିଳିଥିଲା କି ସାଂସଦ ଅନୁଭବ ମହାନ୍ତିଙ୍କର ଦିଲ୍ଲୀ ର ଏକ ଝିଅ ସହିତ ଅଫେୟାର ରହିଛି ସେଥିପାଇଁ ସେ ବର୍ଷାଙ୍କୁ ଛାଡିବାକୁ ଚାହୁଞ୍ଚନ୍ତି । ସେହି ଦିଲ୍ଲୀ ଝିଅ ଜଣକ ଦିଲ୍ଲୀର ଲୋକସଭା ଟିଭି ର ଆଙ୍କର ଜାଗୃତି ଶୁକ୍ଲା ବୋଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ବର୍ତ୍ତମାନ ଖବର ଅନୁସାରେ ଖୁବ ଶୀଘ୍ର ଅନୁଭବଙ୍କର ଏକ ବାୟୋପିକ ବନାଇବାର ପ୍ରସ୍ତୁତି ଚାଲିଛି ଓ ସେହି ଦିଲ୍ଲୀ ଝିଅ ଜାଗୃତି ଶୁକ୍ଲା ଏହି ବାୟୋପିକ ର ସ୍କ୍ରିପ୍ଟ ଲେଖିଛନ୍ତି । ଅନୁଭବ ମହାନ୍ତି ଙ୍କ ବାୟୋପିକ ତାଙ୍କର ପ୍ରତିକୂଳ ପରିସ୍ଥିତି ସହ ଲଢିବାର ଆତ୍ମବିଶ୍ଵାସ, ଜୀବନ ସହ ତାଙ୍କର ସଂଘର୍ଷ ଉପରେ ଆଧାରିତ ଅଟେ ।

ଆମେ ଆପଣଙ୍କୁ କହି ଦେଉଛୁ କି ଏପ୍ରିଲ ମାସରେ ସାଂସଦ ଅନୁଭବ ମହାନ୍ତିଙ୍କର ଜାଗୃତି ଶୁକ୍ଲା ଙ୍କ ସହ ଦେଖା ହୋଇଥିଲା ଓ ସେତେବେଳେ ଜାଗୃତି ଉପହାର ରୂପରେ ଅନୁଭବ ଙ୍କୁ ନିଜର କବିତା ସଂକଳନ ପୁସ୍ତକ ଦେଉଥିବାର ଫଟୋ ଭାଇରାଲ ହୋଇଥିଲା ।

ଜାଗୃତି ଅନୁଭବ ମହାନ୍ତିଙ୍କ ବିଷୟରେ ଏହା ମଧ୍ୟ କହିଥିଲେ କି ‘ଅନୁଭବ ଜଣେ ବହୁତ ଭଲ ବ୍ୟକ୍ତିତ୍ବ ହେବା ସହିତ ସେ ଜଣେ ଲୋକଙ୍କର ପ୍ରିୟ ସାଂସଦ ମଧ୍ୟ ଅଟନ୍ତି । ଏହା ସହିତ ସେ ଓଡିଆ ସିନେମାର ଜଣେ ସୁପର ଷ୍ଟାର ଓ ଜଣେ ପ୍ରତିଭାବାନ କଳାକାର ଅଟନ୍ତି। ସବୁଠୁ ବଡ କଥା ହେଲା ସେ ଜଣେ ବହୁତ ଭଲ ମଣିଷ ।’

ଅନୁଭବ ନିଜେ ଏହି ବାୟୋପିକ ର କନ୍ସେପ୍ଟ ଓ ଭଏସ୍ ଦାୟିତ୍ୱ ନେଇଥିବା ବେଳେ ଲୁବୁନ ଟୁବୁନ ଗ୍ରାଫିକ୍ସ ଦାୟିତ୍ୱ ସମ୍ଭାଳିବେ । ତେବେ ଅନୁଭବ ଓ ଜାଗୃତିଙ୍କ ସମ୍ପର୍କ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁଭବ ଙ୍କ ବାୟୋପିକ ଜାଗୃତି ଲେଖିବା କଥା ସାମ୍ନା କୁ ଆସିବା ପରେ ଏହି ସମ୍ପର୍କ ର ଚର୍ଚ୍ଚା ଆହୁରି ବଢି ଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।