ବର୍ଷାଙ୍କ ବିରୁଦ୍ଧରେ ପୁଣି ମୁହଁ ଖୋଲିଲେ ଅନୁଭବ, କହିଲେ ମୋତେ ଓ ମୋ ପରିବାରକୁ ବର୍ଷା ମାରିବାପାଇଁ କରିଥିଲେ ଉଦ୍ୟମ

ବର୍ଷା-ଅନୁଭବ ବିବାଦ ଦିନକୁ ଦିନ ବିଭିନ୍ନ ମୋଡ ନେଉଛି । ଏହା ମଧ୍ୟରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ଙ୍କ ବିଷୟରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ସାଂସଦ ଅନୁଭବ ମହାନ୍ତି ନିଜ ଟ୍ଵିଟର ଆକାଉଣ୍ଟ ରେ ସୁଚାଇ ଦେଇଛନ୍ତି କି ଏବେ ନୁହେଁ କି କେବେ ବି ନିଜ ପତ୍ନୀ ବର୍ଷାଙ୍କ ସହିତ ରହିବେ ନାହିଁ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି ବର୍ଷା ତାଙ୍କ ପରିବାର ଓ ତାଙ୍କୁ ମାରିବାକୁ ଉଦ୍ୟମ ମଧ୍ୟ କରିଥିଲେ ।

ସେ ଆହୁରି ମଧ୍ୟ ବର୍ଷାଙ୍କୁ ଭେଟିବାକୁ ଯାଇଥିବା ମାନବାଧିକାର କର୍ମୀ ଓ ତାଙ୍କ ବୟାନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ କହିଛନ୍ତି କି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମାନବାଧିକାର କର୍ମୀମାନେ ଏମିତି ଠକିବେ ବୋଲି ସେ ଭାବି ନଥିଲେ ।

ସେମାନେ ମିଡିଆରେ ସବୁ କଥା ପ୍ରକାଶ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ବାହାରକୁ ଆସି ସବୁ ପ୍ରକାଶ କରିଥିଲେ । ଏହା ସହିତ ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି କି ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ ବର୍ଷାଙ୍କ ପରିବାର ସହିତ ରହି ଆମକୁ ପିଠି ପଛରୁ ଛୁରୀ ମାରିବା ଭଳି କାମ କରୁଛନ୍ତି । ଏହା ସହିତ ସେ ଗୀତାଶ୍ରୀ ଦାସ କେମିତି ବର୍ଷାଙ୍କ ପରିବାର ସହ ଜଡିତ ଅଛନ୍ତି ତାହାର ପ୍ରମାଣ ମଧ୍ୟ ଦେଇଛନ୍ତି ।

ଏଥି ସହିତ ବର୍ଷାଙ୍କ ବିରୁଦ୍ଧରେ ମଧ୍ୟ ସଙ୍ଗିନ ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ କହିଛନ୍ତି କି ବର୍ଷା ବହୁତ ପରିମାଣର ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଓ ଏହାର ଫାଇଦା ଉଠାଇବା ପାଇଁ ଚାହୁଞ୍ଚନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।