ଆଜିର ରାଶିଫଳ, 12 ସେପ୍ଟେମ୍ବର 2020, ଶନିବାର, ଆଜି ଶନିଦେବ ପ୍ରସନ୍ନ ହେଲେ ଏହି ୫ଟି ରାଶି ଉପରେ, ସବୁ ସମସ୍ୟାର ହେବ ସମାଧାନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ବହୁତ ଖୁସିରେ ବିତିବ । ଏହି ରାଶିର ଯେଉଁ ବ୍ୟକ୍ତିମାନେ କପଡା ବ୍ୟବସାୟ କରୁଛନ୍ତି ସେମାନଙ୍କୁ ନିଜ ମନ ମୁତାବକ ଲାଭ ମିଳିବ । ଆଜି ଆପଣଙ୍କ ସାହାସ ବଢିବା ଯୋଗୁଁ ସବୁ କାର୍ଯ୍ୟରେ ସଫଳ ହେବେ । ପରିବାରରେ ପରିବେଶ ଭଲ ରହିବ । ଜୀବନ ସାଥିଙ୍କ ସହ ଦିନ ଭଲରେ କଟିବ । ଛାତ୍ରମାନେ ପଢା ପଢିରେ ଭଲ ପ୍ରଦର୍ଶନ କରିବେ । ପରୀକ୍ଷା ଫଳ ଆପଣଙ୍କ ସପକ୍ଷରେ ଯିବ । ଆପଣ ନିଜର ସଫଳତାରେ ଅଧିକ ଗର୍ବ କରନ୍ତୁ ନାହିଁ । ସକାରତ୍ମକ ଭାବନା ରଖନ୍ତୁ । ଜୀବନସାଥୀଙ୍କ ସହ ମନାନ୍ତର ହୋଇପାରେ । ଛୋଟ ପିଲାଙ୍କୁ କିଛି ଉପହାର ଦିଅନ୍ତୁ ବ୍ୟବସାୟରେ ବୁଦ୍ଧି ହେବ ।

ବୃଷ

ଆଜି ଆପଣ ସବୁ ପ୍ରକାର ଚିନ୍ତାରୁ ମୁକ୍ତ ରହିବେ । ଆପଣଙ୍କ ସବୁ କାର୍ଯ୍ୟ ସହଜରେ ହୋଇଯିବ । ମହିଳାଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ପରିବାରରେ ପରିବେଶ ବହୁତ ଶାନ୍ତିପୂର୍ଣ ରହିବ । ବବନ୍ଧୁ ବାନ୍ଧବଙ୍କ ସହ ଭଲ ସଂପର୍କ ରହିବ । ପରିବାରରେ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବେ । କାରୋବାର ଭଲ ଚାଲିବ ଓ ଧନ ଲାଭ ମିଳିବ । କଠିନ ପରିଶ୍ରମ କରିବା ଦ୍ୱାରା ସବୁ କାର୍ଯ୍ୟରେ ସସଫଳ ହେବେ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚିନ୍ତିତ ରହିବେ । କୌଣସି ଜରୁରୀ କାମ ଅଟକି ପାରେ । ଆଇନ ବିରୁଦ୍ଧଧ କାମ କଲେ ପରିଣାମ ବହୁତ ଭୟାନକ ହେବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରି କାର୍ଯ୍ୟ କରନ୍ତୁ ଏହାର ଫଳ ଭବିଷ୍ୟତରେ ଭଲ ମିଳିବ । ମନ୍ଦିରରେ ବିରି ଡାଲି ଦାନ କରନ୍ତୁ ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମିଥୁନ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । କାର୍ଯ୍ୟ କ୍ଷେତରେ ଆପଣଙ୍କୁ କଠିନ ସମୟ ଆସିପାରେ । ଯଦି ଆପଣ ନିଜେ ବ୍ୟବସାୟ କରିବାକୁ ଚାହୁଞ୍ଛନ୍ତି ତେବେ କୌଣସି କଥା କହିଲାବେଳେ ନିଜର ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ଜୀବନ ସାଥି ସହ ଜଡିତ ବିଷୟ ଉପରେ ଆପଣଙ୍କୁ ଲାଭ ମିଳିପାରେ । ତାଙ୍କ ଦ୍ଵାରା ଆପଣଙ୍କୁ ଖୁସି ଖବର ବି ମିଳିବ । କୌଣସି ନୂଆ କାର୍ଯ୍ୟ ଆପଣ ଆରମ୍ଭ କରିପାରନ୍ତି । ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ । ମା ବାପାଙ୍କ ଧ୍ୟାନ ରଖନ୍ତୁ । ଦେବୀ ମାଙ୍କୁ ଫୁଲ ଅର୍ପଣ କରନ୍ତୁ , ଅପଣଙ୍କର ସବୁ ଭଲ ହେବ ।

କର୍କଟ

ଏହି ରାଶିର ଲୋକମାନଙ୍କୁ କିଛି କଷ୍ଟର ସାମାନ କରିବାକୁ ପଡିପାରେ । ଆପଣଙ୍କର ସ୍ଵାସ୍ଥ୍ୟରେ ଅବନତି ଘଟିପାରେ । ବଦଳିଥିବା ପାଗରେ ନିଜର ଧ୍ୟାନ ରଖନ୍ତୁ । ଆପଣଙ୍କ କ୍ୟରିୟର ଚମକି ଉଠିବ । ଚାକିରିରେ ଉନ୍ନତି ହେବ । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଛି । ଆପଣ କୌଣସି ବିବାଦରେ ଫସି ପାରନ୍ତି । କିନ୍ତୁ ଦେଖି ଚାହିଁ କାମ କରନ୍ତୁ । ଝଗଡା ବିବାଦରୁ ଆପଣଙ୍କ ମୁଡ ଖରାପ ହୋଇପାରେ । ଆପଣ ଅନ୍ୟ ଉପରେ ପଇସା ଅଧିକ ଖର୍ଚ କରି ପାରନ୍ତି । ରାମ ନାମ ୧୦୮ ଥର ଜପ କରନ୍ତୁ , ଆପଣଙ୍କର ଭଲ ପରିସ୍ଥିତି ଆସିପାରେ ।

ସିଂହ

ଆପଣ ଭାବିଥିବା କାମ ଜଲ୍ଦି ପୁରା ହୋଇଯିବ । ଏହି ରାଶିର ଲୋକମାନେ ଅଧିକ ବ୍ୟବସାୟ କରିପାରନ୍ତି । ଏମାନଙ୍କର ଅଲଗା ଜାଗାରେ ଟ୍ରାନ୍ସଫର ହୋଇପାରେ । କମ୍ପାନୀ ଆପଣଙ୍କୁ ମନ ପସନ୍ଦ ଜାଗାରେ ପଠେଇପାରନ୍ତି । ଏହି ସମୟରେ ଆପଣ କାର୍ଯ୍ୟ କ୍ଷେତ୍ରରେ କୁଶୁଳ ପୂର୍ବକ କାର୍ଯ୍ୟ କରନ୍ତୁ । ଘର ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ । ଜରୁରୀ କାଳିନ ଲୋକମାନଙ୍କୁ ଖାଇବା ଖୁଆନ୍ତୁ , ସମ୍ପର୍କରେ ମିଠା ଭାବ ଆସିବ ।

କନ୍ୟା

ଏହି ରାଶିର ଲୋକମାନଙ୍କୁ ରାଜନୀତି ସହ ଜଡିତ କିଛି ବଡ ଦାୟିତ୍ଵ ମିଳିପାରେ । ଲୋକମାନଙ୍କ ଭିତରେ ଲୋକପ୍ରିୟତା ବଢିପାରେ । ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ସ୍ଥାପିତ ହେବ । ବ୍ୟାପାରରେ ଆପଣଙ୍କର ଉନ୍ନତି ହେବ । ଇଲେଟ୍ରୋନିକ ଜିନିଷ କିଣିଲା ପରେ ଆପଣଙ୍କର ପକେଟ ଖାଲି ହୋଇ ଯିବ । କିନ୍ତୁ ଧ୍ୟାନ ଦିଅନ୍ତୁ ନିବେଶ ଯେତେବେଳେ କରିବେ ଆପଣ ବୁଝି ବିଚାରି କରନ୍ତୁ । ଅନ୍ଯଥା ଆପଣଙ୍କର ଧନ ହାନି ହେବାର ସମ୍ଭାବନା ଅଛି । ବିନା କିଛି ଡକ୍ୟୁମେଣ୍ଟ ପଢି ଆପଣ ଦସ୍ତଖତ କରନ୍ତୁ ନାହିଁ । ଆପଣ ନିଜର ଗୁରୁଙ୍କୁ ପ୍ରଣାମ କରନ୍ତୁ , ଆପଣଙ୍କର ଲୋକପ୍ରିୟତା ବଢିବ ।

ତୁଳା

ଆଜି ଆପଣଙ୍କର ଦିନଟି ସାମାନ୍ୟ ରହିବ । ଯେଉଁମାନେ ବ୍ୟବସାୟୀ ଅଛନ୍ତି ତାଙ୍କର ଲାଭ କ୍ଷତି ଦେଖିବାକୁ ମିଳିପାରେ । ଯଦି ଆପଣ ଲମ୍ବା ସମୟ ଧରି ଚିନ୍ତାରେ ଅଛନ୍ତି ତେବେ ନିଜର ଜୀବନସାଥିଙ୍କ ସହ କଥା ସେୟାର କରନ୍ତୁ । ଆପଣ ଶିକ୍ଷା ପ୍ରାପ୍ତି ପାଇଁ ବିଦେଶକୁ ଯାଇ ପାରନ୍ତି । କିନ୍ତୁ କୌଣସି ସଂସ୍ଥାରେ ଭର୍ତ୍ତି ହେବା ପାଇଁ ଆପଣ ଠିକ ଭାବେ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ । ଅନାବଶ୍ୟକ ଖର୍ଚରେ ଲଗାମ ଦିଅନ୍ତୁ । ଯଦି ଧନ ସମ୍ପତିକୁ ନେଇ କିଛି ବିବାଦ ଲାଗି ରହିଛି ସେହି ବିବାଦର ନିରାକରଣ ହେବାର ସମ୍ଭାବନା ଅଛି । ହନୁମାନଙ୍କୁ ବୁନ୍ଦିର ଭୋଗ ଲଗାନ୍ତୁ , ଆପଣଙ୍କର ସବୁ କଷ୍ଟ ଦୂର ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କର ପୁରା ଦିନରେ ମନ ପ୍ରସନ୍ନ ରହିବ । ଏହି ରାଶିର ଲୋକମାନେ ସରକାରୀ ଚାକିରି କରିପାରନ୍ତି । ଅଫିସରେ ଆଜି ସହଯୋଗୀର ପୁରା ସାଥ ମିଳିପାରେ । ଏହା ଛଡା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ନିଜର ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ଆଉ ପାଠ ପଢା ପ୍ରତି ଏକାଗ୍ରତା ବନେଇ ରଖନ୍ତୁ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଧନ ସହିତ ଜଡିତ ସବୁ ମାମଲାରେ ଭାଗ୍ୟ ଆପଣଙ୍କର ସାଥ ଦେବ । ଆପଣଙ୍କୁ ପୈତୃକ ସମ୍ପତ୍ତି ଅପାର ସମ୍ଭାବନା ମିଳିବାର ଅଛି । କିଛି ପିଲାମାନଙ୍କୁ ଦାନ କରନ୍ତୁ , ସବୁ କାମ ଭଲ ହେବ ।

ଧନୁ

ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଆଜି ଆପଣଙ୍କ ସାଥି ଆପଣଙ୍କ ସହିତ ଚାଲିବାରେ ଚେଷ୍ଟା କରିବେ । ଆପଣଙ୍କ ଘରର କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରେ । ଆପଣ ବହୁତ ସମ୍ପର୍କୀୟ ମାନଙ୍କୁ ଦେଖା କରିପାରିବେ । ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ ଯାହା ଦ୍ଵାରା ଆପଣଙ୍କର ଲକ୍ଷ୍ୟ ହାସିଲ ହେବ । ଯଦି ଆପଣ ଭଲ କାମ କରିବାକୁ ଇଚ୍ଛା କରୁଛନ୍ତି ତେବେ ତାହା ଆପଣଙ୍କୁ ବହୁତ ସପର୍ଟ ମିଳିପାରେ । ସକରାତ୍ମକ ଭାବନା ଓ ଆତ୍ମବିଶ୍ଵାସ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଜମିବାଡି ନିବେଶ ଲାଭ ମିଳିପାରେ । ମନ୍ଦିରରେ ଘିଅ ଦୀପ ଜଳନ୍ତୁ । ଆପଣଙ୍କର ମନସ୍କାମନା ପୁରୁଣା ହୋଇଯିବ ।

ମକର

ଆପଣଙ୍କର ଜୀବନରେ କିଛି ନୂଆ ଜିନିଷ ପ୍ରାପ୍ତ ହୋଇପାରେ । ଏହି ରାଶିର ଲୋକମାନେ ଫ୍ୟାସନ ଡିଜାନର ଅଟନ୍ତି । ଏମାନଙ୍କୁ ବଡ ସମାରୋହରେ ଯିବା ପାଇଁ ନୂଆ ଚାନ୍ସ ମିଳିପାରେ । ଆପଣଙ୍କର ବୈବାହିକ ଜୀବନ ଆଉ ଜୀବନରେ କିଛି ହେବାର ଥିବା ଶୁଭ ହୋଇପାରେ । ଶୁକ୍ର ପ୍ରଭାବ ଯୋଗୁ ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହୋଇପାରେ । ସୂର୍ଯ୍ୟ ଦେବଙ୍କ ପ୍ରଭାବରେ ଆପଣଙ୍କୁ ବ୍ୟାପାରରେ ଲାଭ ମିଳିପାରେ । ଧନ ଲାଭ ଏହି ସମୟରେ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ହନୁମାନଙ୍କୁ ମନ୍ଦିରରେ ସିନ୍ଦୁର ଚଢାନ୍ତୁ , ଆର୍ଥିକ ରୂପରେ ଉନ୍ନତି ହେବ ।

କୁମ୍ଭ

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ଆପଣଙ୍କର କିଛି ଜରୁରୀ କାମ ପୁରୁଣା ହୋଇପାରିବ । ବିଦେଶର ଯାତ୍ରା ତଥା ଦାଂପତ୍ୟ ଜୀବନରେ ସ୍ଥିତିକୁ ନେଇ ଅନୁକୂଳ ରହିବାର ଅଛି । ଯଦି ଆପଣ ବିଦେଶ ଯାତ୍ରା କରିବାର ଚେଷ୍ଟା କରନ୍ତୁ , ସଫଳତା ପ୍ରାପ୍ତି ମଧ୍ୟ ପାଇପାରିବେ । ବ୍ୟାପାର ବାଣିଜ୍ୟ ଭଲ ଚାଲିବ ଆଉ ଧନ ଲାଭର ସ୍ଥିତି ରହିବ । ଅନାବଶ୍ୟକ ଖର୍ଚ ଅଧିକ ହେବ । ମାନସିକ ଓ ଶାରୀରିକ ରୂପରେ ଆପଣ କ୍ଲାନ୍ତ ଅନୁଭବ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଲାଭ ଲାଭ ପ୍ରାପ୍ତି ପାଇଁ ଆପଣଙ୍କୁ ସଂଘର୍ଷ କରିବାକୁ ପଡିପାରେ । ଗାଈକୁ ରୁଟି ଖୁଆନ୍ତୁ , ଧନ ସମ୍ବଦ୍ଧିତ ସବୁ ଚିନ୍ତା ଦୂର ହୋଇଯିବ ।

ମୀନ

ଏହି ରାଶିର ଲୋକମାନେ ଲେଖକ ହୋଇପାରନ୍ତି । ଆଜି ଆପଣଙ୍କର ବିଚାରରେ ସନମାନ ମିଳିପାରେ । ଆପଣଙ୍କର ଲେଖାକୁ ତାରିଫ ମିଳିପାରେ । ନିବେଶରେ ଆପଣଙ୍କୁ ଭଲ ଲାଭ ମିଳିପାରେ । ଆପଣଙ୍କର ମାନସିକ ଚିନ୍ତାରୁ ମୁକ୍ତି ମିଳିପାରେ । ସମ୍ପର୍କୀୟମାନଙ୍କ ସହ ସମ୍ବନ୍ଧ ଭଲ ରହିବ । ବ୍ୟବସାୟିକରେ ଛୋଟୋ ଛୋଟୋ ଚିନ୍ତା ଆସିପାରେ । ନିଜର ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ମିଳିବ । ହନୁମାନ ଚାଳିଶା ପାଠ କରନ୍ତୁ ସବୁ କାର୍ଯ୍ୟରେ ଭଲ ଫଳ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।