ଖୋଲିଲା ଠକ ଯୁବତୀ Archana Nag ଙ୍କ କଳା ଗୁମର ! ଦେହ ଦେଖେଇ ବଡବଡିଆଙ୍କ ରାତି ରଙ୍ଗୀନ କରୁଥିଲେ, ଆଉ ସକାଳ ହେଲେ ଆରମ୍ଭ କରୁଥିଲେ ବ୍ଲାକମେଲ ! 

ଦେହ ଦେଖାଇ ବଡ ବଡିଆଙ୍କୁ ଉପଭୋଗ କରାଇବା ସହ ସେମାନଙ୍କ ରାତିକୁ ରଙ୍ଗୀନ କରାଉଥିଲେ । ଆଉ ସକାଳ ହେଲେ ଆରମ୍ଭ କରି ଦେଉଥିଲେ ବ୍ଲାକମେଲିଂ । ଏଭଳି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା । ଫଳରେ ଏବେ ହରଡଘଣାରେ ନେତା, ବଡ ବଡ ବିଜନେସମ୍ୟାନ ଓ ବିଲଡର । ସେମାନଙ୍କ କଳା କାରନାମା ପଦାକୁ ଆସିଯିବା ଭୟରେ ଏବେ ସମସ୍ତେ ଚିନ୍ତାରେ ପଡିଗଲେଣି । କାରଣ ସେମାନେ ସବୁ ଠକ ଯୁବତୀ ଅର୍ଚ୍ଚନାଙ୍କ ଫାଶରେ ଫସିଥିଲେ ।

ଏମାନେ ସବୁ ଦିନରେ ନିଜ କାମ କରୁଥିଲେ ଆଉ ରାତି ହେଲେ ଅର୍ଚ୍ଚନାଙ୍କ ସହ ରଙ୍ଗୀନ ହେଉଥିଲେ । ହେଲେ ଏସବୁକୁ ହିଡେନ୍ କ୍ୟାମେରାରେ ରେକର୍ଡ କରି ବଡବଡିଆଙ୍କୁ ବ୍ଲାକମେଲ କରୁଥିଲେ କଳାହାଣ୍ଡି ଝିଅ ଅର୍ଚ୍ଚନା । ବଡ ବଡ ନେତା ଓ ବିଲଡରଙ୍କ ପାଖରେ ନିଜ ଉଲଗ୍ନ ଦେହକୁ ବିକୁଥିଲେ । ଏଭଳି କଳା କାରନାମା ବାହାରକୁ ଆସିବା ପରେ ବର୍ତ୍ତମାନ ଗିରଫ ହୋଇ ଝାରପଡା ଜେଲରେ ଦିନ କାଟୁଛନ୍ତି ୨୭ ବର୍ଷୀୟ ଠକ ଯୁବତୀ ଅର୍ଚ୍ଚନା ନାଗ୍ ଓ ତାଙ୍କ ସ୍ଵାମୀ ।

ତାଙ୍କ ଆଲିଶାନ ଘରେ ଲାଗିଥିବା ହିଡେନ୍ କ୍ୟାମେରାରେ ରେକର୍ଡ ହୋଇଛି ବଡବଡିଆଙ୍କ ରଙ୍ଗୀନ ଚିତ୍ର । ସେହି ଭିଡିଓ ସବୁରେ ଅର୍ଚ୍ଚନାଅଙ୍କ ସହ ବଡ ବଡ ନେତା, ବିଲଡର ଓ ବ୍ୟବସାୟୀ ସବୁ ରହିଛନ୍ତି । ଯାହା ଦେଖି ପୋଲିସ ମୁଣ୍ଡ ବି କାମ କରୁନି । କାରଣ କେବେଠୁ ତଦନ୍ତ ଆରମ୍ଭ କରି କାହା ମୁଖା ଫିଟାଇବ ଓ କାହା ଗୁମର ଫିଟାଇ ଜେରା ପାଇଁ ଡକାଇବେ ଏହା ଭାବି ଭାବି ପୋଲିସ ବି ବାଉଳା ହୋଇଗଲାଣି ।

ଅର୍ଚ୍ଚନାଙ୍କ ପାଖରୁ ମିଳିଥିବା ପେନଡ୍ରାଇଭରେ ୩୦ରୁ ଅଧିକ ବଡବଡିଆଙ୍କ ଅଶ୍ଳୀଳ ଭିଡିଓ ରହିଛି । କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏମିତି କିଛି ସୂଚନା ଦେଇଛନ୍ତି । ସେପଟେ ଅର୍ଚ୍ଚନାଙ୍କ ଘର ଦେଖି ମଧ୍ୟ ପୋଲିସ କାବା ହୋଇଯାଇଛି । ସତ୍ୟବିହାର ନଖରାର ଫାର୍ମହାଉସ ଓ ଅଂଶଧନ ଥିବା କାର୍ ଶୋ’ରୁମ୍ ରେ ପୋଲିସ ଚଢାଉ କରିଛି । ଆଉ ଚଢାଉ ବେଳେ ଦୁଇଟି ଦାମୀ ଲାପଟପ, ଗୋଟିଏ ପେନଡ୍ରାଇଭ ଏବଂ ୧୦ଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଛି ।

ବ୍ଲାକମେଲିଂ ଟଙ୍କାରେ ଏଭଳି ଇନ୍ଦ୍ରମହଲ ଭଳି ଘର ଅର୍ଚ୍ଚନା ତିଆରି କରିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । କୌଣସି ବଡବଡିଆଙ୍କ ଘର ଠାରୁ ଅର୍ଚ୍ଚନାଙ୍କ ଘର କିଛି କମ୍ ନୁହେଁ । ଦେହ ଦେଖେଇ ଦେଖେଇ ଏମିତି ରାଜକୀୟ ଜୀବନ କାଟୁଥିଲେ ଅର୍ଚ୍ଚନା ବୋଲି ଲୋକେ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।