କ୍ଷେତ ଜଗିଛି ଭାଲୁ ! ଡରରେ ପଶୁ ନାହାନ୍ତି ମାଙ୍କଡ, ମଣିଷ ବି ଯିବାକୁ ଡରୁଛନ୍ତି, ଏହି ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଭାଲୁ ଜଗିଛି କ୍ଷେତ ଆଉ ତା ଭୟରେ ମାଙ୍କଡ କ୍ଷେତରେ ପଶୁନି । ସତ କାମରେ ମିଛିମିଛିକା ଖେଳ କରୁଛନ୍ତି । ଏସବୁ କଣ ପାଇଁ ? କେବଳ ଫସଲ ପାଇଁ । କାରଣ କ୍ଷେତରେ ଭଲ ଫସଲ ହେଲେ ଚାଷୀର ଦୁଃଖ ଯାଏ । କ୍ଷେତରେ ସୁନାର ଫସଲ ଉତାରିବାକୁ ଦିନରାତି ଏକ କରି ମେହନତ କରେ ଚାଷୀ । କିନ୍ତୁ ଅନେକ ସମୟରେ କିଛି ଜଙ୍ଗଲି ଜନ୍ତୁଙ୍କ ଉପଦ୍ରବ ଯୋଗୁଁ ସୁନାର ଫସଲ ଚୂନା ହୋଇଯାଏ । ଆଉ କ୍ଷେତକୁ ଫସଲ ହୀନ କରିବାରେ ମାଙ୍କଡ ମାନଙ୍କର ବଡ ହାତ ଥାଏ ।

ଆଉ ସେମାନଙ୍କ ଠାରୁ ରକ୍ଷା ପାଇବାକୁ ସବୁ ପ୍ରକାର ଚେଷ୍ଟା କରିଥାଏ ଚାଷୀ । ତେବେ ତେଲେଙ୍ଗାନାର ଚାଷୀ ଭାସ୍କର ରାଓ ମାଙ୍କଡ ମାନଙ୍କ ମୁକାବିଲା ଲାଗି ଏକ ଅଜବ ଯୁଗାଡ କରିଛନ୍ତି । ଯାହାକି କେବଳ ମାଙ୍କଡ ନୁହେଁ ବରଂ ମଣିଷକୁ ବି ଡରେଇ ଦେଉଛି । ତାଙ୍କ କ୍ଷେତ ଜଗିବାକୁ ଭଡାରେ ଲାଗିଛି ଏକ ଭାଲୁ, ତାହା ପୁଣି ଦିନକୁ ୫୦୦ ଟଙ୍କାରେ । ଏହି କଥାଟି ବିଶ୍ବାସ ନହେଲେ ବି ସତ ।

କାରଣ ଭାଲୁ କେବଳ କ୍ଷେତ ଜଗୁନି ବରଂ ରାସ୍ତାରେ ବୁଲି ପହରା ବି ଦେଉଛି । ତେବେ ଏହି ଭାଲୁର କଥା ଶୁଣିଲେ ଆପଣ ତାଜୁବ ହୋଇଯିବେ । ଭାଲୁ ଫସଲ ଜଗିବା ସହ ମାଙ୍କଡ ମାନଙ୍କୁ ଡରେଇ ଭଗେଇ ଦେଉଛି । ତେଲେଙ୍ଗାନାର ଏକ ଛୋଟିଆ ଗାଁରେ ଏକର ଏକର ଜମିରେ ଚାଷ କରୁଛନ୍ତି ଭାସ୍କର ।

ହେଲେ ତାଙ୍କ ଚାଷ ଜମିରେ ଉତ୍ପାତ କରୁଥିଲେ ଜଙ୍ଗଲି ଜନ୍ତୁ । ତେଣୁ ସେମାନଙ୍କ ଠାରୁ ଫସଲକୁ ସୁରକ୍ଷା ଦେବାକୁ ଅଜବ ଚିନ୍ତାଟିଏ ପାଞ୍ଚିଲେ ଭାସ୍କର ରାଓ । ତାଙ୍କ ମୁଣ୍ଡକୁ ଜୁଟିଥିବା ଏହି ଅଜବ ଆଇଡିଆ ବି ବେଶ ସଫଳ ହୋଇଛି । ଭାଲୁ ଭୟରେ କ୍ଷେତକୁ ଆସିବାକୁ ଚେଷ୍ଟା କରୁ ନାହାନ୍ତି ଜନ୍ତୁ । ଗଧ, ଘୋଡା ଓ ହାତୀ ବିଶେଷ ଭାବେ ଭଡାରେ ଲାଗିଥାନ୍ତି । ହେଲେ ଅସଲି ନହେଲେ ବି ନକଲି ଭାଲୁ ଭଡାରେ ଲାଗିବା ଘଟଣା ପ୍ରଥମ ନିଶ୍ଚୟ ।

ଯିଏ କ୍ଷେତ ଜଗି ଜଙ୍ଗଲି ଜୀବଜନ୍ତୁଙ୍କୁ ଫସଲ ନଷ୍ଟ କରିବାକୁ ଦେଉ ନାହିଁ । ତେବେ ଏହି ଚାଷୀଙ୍କର ଏଭଳି ଅଜବ ଆଇଡିଆ ଆପଣଙ୍କୁ କେମତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।