ଖେଳ କରିଦେଲା BJP, ଜରୁରୀ ବୈଠକ ଡାକିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ Udhav Thakre

ଶିବସେନାରେ ବିଦ୍ରୋହ ପରେ ସଙ୍କଟରେ ପଡି ଯାଇଛନ୍ତି ମହାରାଷ୍ଟ୍ର ସରକାର । ୧୦ରୁ ୧୨ ଜଣ ବିଧାୟକଙ୍କ ପତ୍ତା ମିଳୁନି । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ଉଧବ ଠାକରେ ଜରୁରୀ ବୈଠକ ଡାକିଛନ୍ତି । ଲୋକେ କହୁଛନ୍ତି କି ଘର ଢିଙ୍କି କୁମ୍ଭୀର ସାଜିଛି ଯାହା ପାଇଁ ଆଜି ମହାରାଷ୍ଟ୍ରର ଶିବସେନା ଦୁଇ ଫାଳ ହୋଇଯାଇଛି । ବିଦ୍ରୋହୀ ଗୋଷ୍ଠୀର ନେତୃତ୍ଵ ନେଉଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ । ତାଙ୍କ ସହ ୧୦ରୁ ୧୨ ଜଣ ବିଧାୟକଙ୍କ ପତ୍ତା ମିଳୁନି ।

ସୋମବାର ମହାରାଷ୍ଟ୍ରର ବିଧାନ ପରିସର ନିର୍ବାଚନରେ ଶିବସେନା ବିଧାୟକ କ୍ରସ ଭୋଟିଂ କରିଥିବା ନଜର ଆସିଥିଲା । ବିଜେପିର ଜଣେ ପ୍ରାର୍ଥୀ ଏଥିରେ ଜିତିବାରୁ ଏମଭିଏରେ ସଙ୍କଟ ଦେଖା ଦେଇଥିବା ଅନୁମାନ କରାଯାଉଛି । ଏମଭିଏ ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୁ ହାରିବା ପରେ ସରକାରରେ ସଙ୍କଟ ଦେଖାଦେଇଛି । ଏନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଧବ ଠାକରେ । ଫଳରେ ପାର୍ଟିରେ ବିଦ୍ରୋହ ସୃଷ୍ଟି ହୋଇଛି । ତେବେ ସମସ୍ତ ବିଧାୟକଙ୍କୁ ଅଜ୍ଞାତବାସରେ ରଖାଯାଇଛି ।

ଗୁଜୁରାଟ ସୁରଟର ଏକ ହୋଟେଲରେ ସମସ୍ତଙ୍କୁ ରଖା ଯାଇଥିବା କଥା ଶୁଣିବାକୁ ମିଳୁଛି । ହୋଟେଲରେ କଡା ସୁରକ୍ଷା ରଖାଯିବା ସହ କାହାକୁ ମଧ୍ୟ ଭିତରକୁ ଛଡା ଯାଉନାହିଁ । ଅପରାହ୍ନରେ ସିନ୍ଧେ ସମବଧିକ ସମ୍ମିଳନୀ କରିପାରନ୍ତି ବୋଲି ଜଣାପଡିଛି । ସିନ୍ଧେଙ୍କ ଦାବି ହେଲା ପଶ୍ଚିମ ମହାରାଷ୍ଟ୍ର ମରାଠାୱାଡା ଓ ବିଧର୍ବାର ପ୍ରାୟ ୨୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏହାପଛରେ ବିଜେପିର ହାତ ଥିବା କଥା ଦାବି କରିଛି କଂଗ୍ରେସ ।

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ଏକ କସରତ ଚାଲିଥିଲା । ୧୦ ଆସନ ବିଶିଷ୍ଟ ବିଧାନ ପରିଷଦରେ ୫ଟି ଆସନରେ ବିଜେପି ବାଜିମାତ କରିଥିବା ବେଳେ ଶିବସେନା ଓ ଏମସିପି ଦୁଇଟି ଲେଖାଏଁ ଆସନ ପାଇଛନ୍ତି । ସଂଖ୍ୟା ଦୃଷ୍ଟିରୁ ପଛରେ ଥିଲେ ବି ବିଜେପି ବିଜୟର ସ୍ଵାଦ ଚାଖିଛି । ବିଧାନସଭାରେ ବିଜେପିର ୧୦୬ ଜଣ ବିଧାୟକ ରହିଛନ୍ତି । ଏହାରି ଭିତରେ ଶିବସେନା ସଭାପତି ଉଧବ ଠାକରେ ଏକ ଜରୁରୀ ବୈଠକ ଡାକିଛନ୍ତି ।

ସବୁ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିବ । ସେପଟେ ଏମସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।