ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର Anubhav Mohanty, ନିଜେ ଏକ ସାକ୍ଷାତକାରରେ କହିଲେ ନିଜ ହିନ୍ଦୀ ପ୍ରୋଜେକ୍ଟ କଥା, ଦେଖନ୍ତୁ Video

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏକ ବଡ ଖବର ଆସିଛି । ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ବଲିଉଡ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ତେବେ ଚାଲନ୍ତୁ ଜାଣିବା ଅନୁଭବ କେଉଁ ପ୍ରୋଜେକ୍ଟରେ ହିନ୍ଦୀ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିଜ ପାରିବାରିକ ବିବାଦକୁ ନେଇ ଦୁଇ ବର୍ଷ ଧରି ବିବାଦରେ ଛନ୍ଦି ହୋଇ ରହିଛନ୍ତି ଅନୁଭବ ମହାନ୍ତି ।

ତେବେ ନିକଟରେ ଏକ ବ୍ୟକ୍ତିଗତ ସାକ୍ଷାତକାରରେ ଅନୁଭବ ମହାନ୍ତି ନିଜ ଅଭିନୟ କ୍ଯାରିୟରକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅନୁଭବ କହିଛନ୍ତି କି ଆଗକୁ ତାଙ୍କର ଦୁଇଟି ନୂଆ ହିନ୍ଦୀ ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି । ଯାହାକୁ ଏକ ନାମୀ ପ୍ରଡ଼କ୍ସନ ହାଉସ ତାଙ୍କୁ ଅଫର୍ କରିଛି । ସେହି ଦୁଇଟି ମ୍ୟୁଜିକ ଭିଡିଓ ମଧ୍ୟରୁ ଗୋଟିଏ ମ୍ୟୁଜିକ ଭିଡିଓର ଶୁଟିଙ୍ଗ ଶେଷ ହୋଇ ଯାଇଥିବା ବେଳେ ଆଉ ଏକ ମ୍ୟୁଜିକ ଭିଡିଓର ଶୁଟିଙ୍ଗ ଏବେ ଆରମ୍ଭ ହେବାକୁ ଯାଉଛି ।

ନିର୍ବାଚନ ପୂର୍ବରୁ ବା ଦୁଇ ବର୍ଷ ତଳେ ଅନୁଭବ ମହାନ୍ତିଙ୍କର ଏକ ଓଡିଆ ଫିଲ୍ମ ‘ବିଜୁ ବାବୁ’ ରିଲିଜ ହୋଇଥିଲା । ଏହାପରେ ତାଙ୍କର ଆଉ କୌଣସି ଫିଲ୍ମ ଆସି ନଥିବା ବେଳେ ଆଗକୁ ଆଉ ଏକ ଫିଲ୍ମ ‘ରାବଣ’ ର ରିଲିଜ ହେବାକୁ ଯାଉଛି । ଏହି ସାକ୍ଷାତକାରରେ ଅନୁଭବଙ୍କୁ ପଚରା ଯାଇଥିଲା କି ଏହା ବ୍ଯତୀତ ସେ ଆଉ କୌଣସି ପ୍ରୋଜେକ୍ଟରେ କାମ କରୁଛନ୍ତି କି ? ଏହାର ଉତ୍ତରରେ ଅନୁଭବ କହିଥିଲେ କି ସେ ଦୁଇଟି ହିନ୍ଦୀ ମ୍ୟୁଜିକ ଭିଡିଓରେ କାମ କରୁଛନ୍ତି ।

ଗୋଟିଏ ଭଲ ପ୍ରଡ଼କ୍ସନ ହାଉସରୁ ତାଙ୍କୁ ଅଫର୍ ଆସିଥିଲା । ଗୋଟିଏର ଶୁଟିଙ୍ଗ ହୋଇଯାଇଛି କିନ୍ତୁ ଅନ୍ଯଟି ଶୁଟିଙ୍ଗ ହୋଇନି । ସେ ଯେବେ ଟାଇମ ଦେଇପାରିବେ ତାହା କମ୍ପ୍ଲିଟ କରିବେ । ସେ ମାନସିକ ଭାବେ ସ୍ଥିର ନାହାନ୍ତି । ତାଙ୍କ ବାପା ଡାଇଲିସିସ ହେଉଥିବାରୁ ବାନ୍ତି ହେଉଛନ୍ତି କେବେ କେବେ ଘଣ୍ଟାଏ ଦେଢ ଘଣ୍ଟା ପାଇଁ ବେହୋସ ହୋଇ ଯାଉଛନ୍ତି ।

ସେହି ସମୟରେ ସେ କେମିତି କାମରେ ଯାଇପାରିବେ ବୋଲି କହିଛନ୍ତି । ଅନୁଭବଙ୍କ ଜବାଲ ସବାଲ ନାମକ ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଅନୁଭବ ନିଜ ବ୍ୟକ୍ତିଗତ ଓ ପାରିବାରିକ ଜୀବନ ଏବଂ କ୍ଯାରିୟରକୁ ନେଇ ଅନେକ କଥା ଖୁଲାସା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।