ଅଭିନେତ୍ରୀ ମାନେ ଆତ୍ମହତ୍ୟା କରନ୍ତି କାହିଁକି ? ପ୍ରକୃତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ପଲ୍ଲବୀ ଦେ, ବିଦୂଷା ଦେ ଏବଂ ମଞ୍ଜୁଷା ନିଓଗୀ ଏହି ତିନିଜଣ ଅଭିନେତ୍ରୀଙ୍କ ମୃତ୍ୟୁ ପଶ୍ଚିମବଙ୍ଗ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲା । ଏହି ସମସ୍ତ ଅଭିନେତ୍ରୀ ଗତ ମାସରେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରିଥିଲେ । ଏମାନଙ୍କ ମଧ୍ୟରୁ ପଲ୍ଲବୀ ଦେ ଏବଂ ବିଦୂଷା ଦେ ଅଭିନେତ୍ରୀ ଥିବା ବେଳେ ମଞ୍ଜୁଷା ନିଓଗୀ ମଡେଲିଙ୍ଗ ଦୁନିଆରୁ ଅଭିନୟରେ ପାଦ ଦେଇଥିଲେ । ଏହି ତିନିଜଣଙ୍କ ମଧ୍ୟରେ ଅନେକ ସମାନତା ଥିଲା । ତିନି ଜଣ ଯାକ ଅଭିନେତ୍ରୀଙ୍କ ବୟସ ପାଖାପାଖି ସମାନ ଥିଲା ଓ ସମସ୍ତେ ଏକ ମଧ୍ୟବିତ୍ତ ପରିବାରରୁ ଆସିଥିଲେ ।

ଏହାସହ ତିନିଜଣ ଯାକ ଏଭିନେତ୍ରୀ ଅଭିନୟର ବିଧିବଦ୍ଧ ପ୍ରଶିକ୍ଷଣ ନେଇ ନଥିଲେ । ନାମ ଓ ଟଙ୍କା ରୋଜଗାର କରିବା ଆଶାରେ ତିନି ଜଣ ଯାକ ଅଭିନେତ୍ରୀ ଗାଁ’ରୁ ସହରକୁ ଆସିଥିଲେ । ଏମିତିକି ସେମାନଙ୍କ ପ୍ରେମ ଜୀବନକୁ ନେଇ ମଧ୍ୟ ଅନେକ ବିବାଦ ରହିଥିଲା । କିନ୍ତୁ ସେମାନେ ଯେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ଏକଥା କେହି ବି କଳ୍ପନା ସୁଦ୍ଧା କରି ନଥିଲେ । ଆତ୍ମହତ୍ୟା ଯିଏ ବି କରନ୍ତୁ ନା କାହିଁକି ପ୍ରତି ଆତ୍ମହତ୍ୟା ପଛରେ ଥାଏ ଡିପ୍ରେସନ ବା ଅବସାଦ ।

ସବୁ ଆତ୍ମହତ୍ୟା ପଛରେ କୌଣସି ମାନସିକ ଚାପ ଓ ସମସ୍ଯା ରହିଥାଏ । ଏହି ଅବସାଦର କାରଣ କିଛି ବି ହୋଇପାରେ । କାମକୁ ନେଇ ଅବସାଦ ଆସି ଥାଇପାରେ କିମ୍ବା ଲୋକପ୍ରିୟତାକୁ ନେଇ ମଧ୍ୟ ଆସି ଥାଇପାରେ । ଏହାସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଅବସାଦ ଦେଖା ଦେଇ ଥାଇପରେ । ବେଳେବେଳେ କମ୍ ବୟସରେ ଲୋକପ୍ରିୟତାର ନିଶା ଅଭିନେତ୍ରୀ ମାନଙ୍କୁ ଭୁଲ ରାସ୍ତାକୁ ନେଇଯାଏ ।

ଏବେ ଜଣେ ଓଡିଆ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ମଧ୍ୟ ସାରା ଓଡିଶାରେ ଚହଳ ପଡିଛି । ଅଭିନେତ୍ରୀ ମାନେ କମ୍ ବୟସରେ ଆତ୍ମହତ୍ୟା କରୁଥିବାର ଏହିପରି ଆହୁରି ଅନେକ ଉଦାହରଣ ରହିଛି । ସମସ୍ତଙ୍କ ଜୀବନରେ ସମସ୍ଯା ଓ ଅବସାଦ ଆସେ । କିନ୍ତୁ ଆତ୍ମହତ୍ୟା ଏହାର ସମାଧାନ ନୁହେଁ ।

ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିବା ହିଁ ମଣିଷକୁ ମଜବୁତ କରିଥାଏ । ସମସ୍ତେ ବୁଝିବା ଉଚିତ ଯେ ସମସ୍ଯା ଯେତେ ବଡ ହୋଇଥାଉ ନା କାହିଁକି ତାହା ସବୁଦିନ ପାଇଁ ରୁହେ ନାହିଁ । ସମୟ ସହ ସବୁ ଠିକ ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।