କିଡନୀ ଖରାପ ହେବା ପୂର୍ବରୁ ମିଳିଥାଏ ଏହି ୫ଟି ସଙ୍କେତ, ପଢନ୍ତୁ ଓ ସବୁ ଦିନ ପାଇଁ ମନେ ରଖନ୍ତୁ

ଏହା ଆମେ ସମସ୍ତେ ଜାଣିଛୁ କି କିଡନୀ ଆମ ଶରୀରର ବହୁତ ମହତ୍ଵପୂର୍ଣ ଅଙ୍ଗ ଅଟେ । ଏହା ଆମର ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥକୁ ଛାଣି ରକ୍ତକୁ ସଫା କରିବା ସହିତ ଆମ ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥ ଗୁଡିକୁ ବି ମୂତ୍ରମାର୍ଗ ଦ୍ୱାରା ଆମ ଶରୀରର ବାହାରକୁ ବାହାର କରିଦିଏ । ଗୋଟିଏ ମଣିଷ ଶରୀରରେ ଦୁଇଟି କିଡନୀ ଥାଏ ଓ ଏମିତିରେ ଯଦି ଗୋଟିଏ କିଡନୀ ଖରାପ ହୋଇଯାଏ ତେବେ ମଣିଷ ନିଜର ଅନ୍ୟ ଏକ କିଡନୀ ସାହାର୍ଯ୍ୟରେ ଜୀବିତ ରହିଥାଏ ।

କିନ୍ତୁ ଏହା ସହିତ ବ୍ୟକ୍ତି ଅଳ୍ପ କମଜୋର ବି ହୋଇଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଡନୀ ସମ୍ବନ୍ଧିତ କିଛି ଏମିତି ସୂଚନା ଦେବୁ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆପଣଙ୍କୁ କହି ଦେଉଛୁ କି କିଡନୀ ଖରାପ ହେବା ପୂର୍ବରୁ ଏହି ୫ଟି ସଙ୍କେତ ଦେଇଥାଏ ।

Image courtesy: Google

୧. ଥକିଯିବା –

ଆପଣଙ୍କୁ କହିଦେଉଛୁ କି କିଡନୀ ଆମ ଶରୀରରେ ହୀମୋଗ୍ଲୋବିନର ସ୍ତରକୁ ନିୟନ୍ତ୍ରିତ ରଖିଥାଏ । କିନ୍ତୁ ଯେତେବେଳେ କିଡନୀ ଖରାପ ହୋଇଯାଏ ତେବେ ହୀମୋଗ୍ଲୋବିନର ସ୍ତର ବି କମ ହେବାକୁ ଲାଗେ । ଏହା ଦ୍ଵାରା ଏନିମିୟା ର ସମସ୍ୟା ବି ହୋଇପାରେ । ଶରୀରରେ ରକ୍ତହୀନତା ହେବା କାରଣରୁ ବ୍ୟକ୍ତିକୁ ସବୁବେଳେ ଥକାପଣ ଅନୁଭବ ହୋଇଥାଏ ।

Image courtesy: Google

୨. କମ ୟୁରିନ ଆସିବା –

କହିଦେଉଛୁ କି ଯଦି ଆପଣଙ୍କୁ ସାମାନ୍ୟ ୟୁରିନ ଆସିବା ବଦଳରେ କମ ୟୁରିନ ଆସୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର କିଡନୀ ଠିକ ରୂପରେ କାମ କରୁ ନାହିଁ । ଆପଣ ଏହା ବିଷୟରେ ଡାକ୍ତରଙ୍କର ପରାମର୍ଶ ନେଇ ପାରିବେ ।

୩. ସବୁ ସମୟରେ ଥଣ୍ଡା ଅନୁଭବ କରିବା –

ଆପଣଙ୍କୁ କହିଦେଉଛୁ କି ଯେତେବେଳେ କିଡନୀ ଠିକ ଭାବରେ କାମ କରି ନ ଥାଏ ତେବେ ଆପଣଙ୍କୁ ଏନିମିୟା ର ରୋଗ ହୋଇଯାଏ, ସେହି ସମୟରେ ଆପଣଙ୍କୁ ଗରମ ଜାଗାରେ ଥଣ୍ଡା ଲାଗିଥାଏ ।

Image courtesy: Google

୪. ଭୋକ କମ ଲାଗିବା –

କହିଦେଉଛୁ କି କିଡନୀ ଶରୀରରୁ ଅଶୁଦ୍ଧ ପଦାର୍ଥକୁ ବାହର କରିବାର କାମ କରିଥାଏ । କିନ୍ତୁ ଯେତେବେଳେ ଏହା ଠିକ ରୂପରେ କାମ କରି ନ ଥାଏ, ତେବେ ଏହି ଅଶୁଦ୍ଧ ପଦାର୍ଥ ଶରୀରରେ ଜମା ହେବାକୁ ଲାଗିଥାଏ ଓ ଏହା ଦ୍ଵାରା ବ୍ୟକ୍ତିକୁ ଭୋକ କମ ଲାଗିଥାଏ ।

୫. ବଢୁଥିବା ଓଜନ –

ଯେତେବେଳେ କିଡନୀ ଖରାପ ହୋଇଥାଏ, ତେବେ ଶରୀରରୁ ଅଧିକ ପାଣି ଓ ଲୁଣ ଅଂଶ ବାହାରକୁ ବାହାରି ପାରେ ନାହିଁ । ଯେଉଁ କାରଣରୁ ହାତ, ଗୋଡ, ଆଣ୍ଠୁ ଓ ଚେହେରା ଇତ୍ୟାଦି ଫୁଲିବା ଆରମ୍ଭ ହୋଇଯାଏ । ଶରୀରରେ ଥିବା ଅଶୁଦ୍ଧ ପଦାର୍ଥ ଶରୀରରେ ହିଁ ଜମା ହୋଇ ରହେ । ଯେଉଁ କାରଣରୁ ଶରୀରର ଓଜନ ବଢିବାରେ ଲାଗେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।