ଖାକିବାବୁ ଘରକୁ ଆସିଲା, ପଛପଟୁ ଧରିଲା ଆଉ ଖାଇକି ଯିବ ବୋଲି କହିଲା । ମୋ ସ୍ଵାମୀ ନାହାନ୍ତି, ପୁଅ-ବୋହୂ ବି ବାହାରେ ଏବଂ ଝିଅ ବି ବାହା ହୋଇସାରିଛି । ଘରେ ମୁଁ ବିଧବା ସ୍ତ୍ରୀଲୋକ ଏକୁଟିଆ ରହୁଛି । ଜଣେ ଖାକିବାବୁ ଆସି ମୋର ଭତ୍ତା କଟିଯାଇଛି ବୋଲି କହିବା ସହ ଭତ୍ତା କାର୍ଡ ମାଗିଲା , ମୁଁ ଭତ୍ତା କାର୍ଡ ଆଣିବାକୁ ଭିତରକୁ ଗଲି ଆଉ ସେ ବି ମୋ ସାଙ୍ଗେ ସାଙ୍ଗେ ଗଲା । ଭିତରପଟୁ କବାଟ ଦେଇ ମୋତେ ପଛପଟୁ ଧରିଲା ଆଉ ଖାଇକି ଯିବ ବୋଲି କହିଲା ।

ମୁଁ ବାରଣ କରିବାରୁ କହିଲା, ମୋର ଇଚ୍ଛା ହେଇଛି ମାନେ ମୁଁ ଖାଇକି ଯିବି । ନହେଲେ ତୋ ତଣ୍ଟି ଚିପିଦେବି । ମୁଁ ଉପାୟ ନପାଇ ଗୋଟିଏ କଟୁରି ଧରି ବୁଲେଇଲି । ତା’ ଦେହରେ ସେଇଟା କେଉଁଠି ନା କେଉଁଠି ବାଜିଛି କାରଣ ତା’ ଦେହର ରକ୍ତ ମୋ ଘରେ ପଡିଛି । ଏହାପରେ ସେ ଚିଲକାନିଆ ହୋଇ ପ୍ଯାଣ୍ଟ ସାର୍ଟ ଫୋପାଡି ବାରିପଟ ଦେଇ ଦୌଡି ପଳେଇଛି । ଉକ୍ତ ମହିଳାଆଣକ ଘରେ ଚପଲ, ଟୋପି, ଗାଡି, ଓ ପ୍ଯାଣ୍ଟ ଏଠିସେଠି ପଡି ରହିଛି ।
ନିଜ ଇଜ୍ଜତ ଓ ଜୀବନ ବଞ୍ଚାଇବା ପାଇଁ ମହିଳାଜଣକ ଯେତେବେଳେ ଆକ୍ରମଣ କରିଛନ୍ତି ଖାକିବାବୁ ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ ଯୁଆଡେ ପାଇଛନ୍ତି ଦୌଡି ପଳେଇଛନ୍ତି । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ଵର ଥାନା ଅନ୍ତର୍ଗତ ଖଇରା ଥାନା ଅଞ୍ଚଳରେ ।

ଖଇରା ଥାନା ଅଧୀନ କଇଥଗଡିଆ ପତଡାସାହିର ୪୪ ବର୍ଷୀୟ ବିଧବା ମହିଳା ମାଳତି ମଲିକ ଏକୁଟିଆ ଘରେ ରୁହନ୍ତି । ଏହାର ସୁଯୋଗ ଘର ଭିତରେ ପଶିଥିଲେ ଖଇରା ଥାନାରେ କାର୍ଯ୍ୟରତ ଥିବା ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସ । ଯାହାଙ୍କୁ ନିଜ ଜୀବନ ବଞ୍ଚେଇବା ପାଇଁ କଟୁରିରେ ଆକ୍ରମଣ କରିଛନ୍ତି ମାଳତି ମଲିକ । ଲଜ୍ଜା ଭୟରେ ବର୍ତ୍ତମାନ ଫେରାର ରହିଛି ସେହି ଖାକିବାବୁ । ଏହାପରେ ଖଇରା ଥାନାର ଦ୍ଵାରସ୍ଥ ହୋଇଛନ୍ତି ମାଳତି ମଲିକ ।
ଆଉ ମାଳତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ଖଇରା ଥାନା ପୋଲିସ । ରକ୍ଷକ ହୋଇ ଏଠି ଭକ୍ଷକ ସାଜିଥିଲା ପୋଲିସ । ମାଳତିଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ବହୁତ ବଡ ଅଘଟଣରୁ ବର୍ତ୍ତୀ ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।