ଜାଣନ୍ତୁ କେଉଁ ଭିଟାମିନ ଅଭାବର ସଙ୍କେତ ଦେଉଛି ଆପଣଙ୍କ ଶରୀର ? ଓ ଏଥି ପାଇଁ ଆପଣଙ୍କୁ କଣ କରିବାକୁ ହେବ (Health Tips)

ଆମ ଶରୀରରେ କୌଣସି ନିର୍ଦ୍ଧିଷ୍ଟ ଭିଟାମିନର ଅଭାବ ହେଲେ ତାହା ସର୍ବଦା କିଛି ସଂକେତ ବା ଲକ୍ଷଣ ଦେଖା ଦେଇଥାଏ । ଯାହାଫଳରେ ଜଣା ପଡିଥାଏ କି ଆମ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି । ତେବେ ଏହି ସବୁ ଜାଣିବା ଆମ ପାଇଁ ନିହାତି ଆବଶ୍ୟକ । ଶରୀରର କେଉଁ ଲକ୍ଷଣ କେଉଁ ଭିଟାମିନର ଅଭାବ ଯୋଗୁଁ ଦେଖା ଦେଇଥାଏ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଏହାସହ କେଉଁ ଭିଟାମିନର ଅଭାବ ଦୂର କରିବା ପାଇଁ କଣ ଖାଇବା ଉଚିତ ତାହା ମଧ୍ୟ ଆମେ ଆପଣଙ୍କୁ ଜଣାଇବୁ ।

ଯଦି ଆପଣଙ୍କ ତ୍ଵଚା ବା ଚର୍ମ ବହୁତ ଶୁଷ୍କ ହୋଇଯାଉଛି ତେବେ ଆପଣଙ୍କ ଶରୀରରେ ଭିଟାମିନ-ଇ ର ଅଭାବ ରହିଛି । ଏହା ଦୂର କରିବା ପାଇଁ ଆପଣ ପାଳଙ୍ଗ ଶାଗ ଓ ବାଦାମ ପରି ଖାଦ୍ୟ ଖାଇପାରିବେ । ଯଦି ଆପଣଙ୍କୁ ବାରମ୍ବାର ମିଠା ଖାଇବାକୁ ଇଚ୍ଛା ହେଉଛି ତେବେ ହୋଇପାରେ ଆପଣଙ୍କ ଶରୀରରେ ଗ୍ଲୁକୋଜର ଅଭାବ ରହିଛି । ତେବେ ଏହି ଅଭାବ ପୂରଣ କରିବା ପାଇଁ ଆପଣ ବହୁତ ମିଠା କିମ୍ବା ଚିନି ଖାଇବାର ଆବଶ୍ୟକତା ନାହିଁ । କାରଣ ଏସବୁ ସ୍ୱାସ୍ଥ୍ୟ ପକ୍ଷେ ହାନିକରକ ହୋଇଥାଏ ।

ଏଥିପାଇଁ ଆପଣ ମହୁ କିମ୍ବା ଯେକୌଣସି ଫଳମୂଳ ଖାଇପାରିବେ । ସେସବୁରେ ପ୍ରଚୁର ମାତ୍ରାରେ ଗ୍ଲୁକୋଜ ବା ଶର୍କରା ରହିଥାଏ । ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ କିମ୍ବା ବହୁତ ଡେରିରେ ନିଦ ହେଉଛି ଓ ଆପଣଙ୍କୁ ଶୋଇବା ବେଳେ ଖୁବ ଅସ୍ତବ୍ୟସ୍ତ ଲାଗୁଛି ତେବେ ଏହା ଆପଣଙ୍କ ଶରୀରରେ ପୋଟାସିୟମର ଅଭାବର ଲକ୍ଷଣ ହୋଇ ଥାଇପାରେ । ଶରୀରରେ ପୋଟାସିୟମର ଅଭାବ ହେଲେ ଆଉ ଏକ ଲକ୍ଷଣ ମଧ୍ୟ ଦେଖା ଦେଇଥାଏ, ତାହା ହେଉଛି ଗୋଡର ମାଂସପେଶୀ ଗୁଡିକ ଟାଣି ହେବା ।

ଏହାକୁ ସାମାନ୍ଯ ଭାବି ଅନେକ ଅଣଦେଖା କରି ଦିଅନ୍ତି ଓ ଭାବନ୍ତି କି ଗୋଡ ଘଷିଲେ ଏବଂ ଦବାଇଲେ ଏହା ଠିକ ହୋଇଯିବ । କିନ୍ତୁ ଏହା ଆପଣଙ୍କ ଶରୀରରେ ପୋଟାସିୟମ ଅଭାବର ସଂକେତ ହୋଇଥାଇ ପାରେ । ଏଥିପାଇଁ ଆପଣ ଅଧିକ ପୋଟାସିୟମ ଯୁକ୍ତ ଖାଦ୍ୟ ପଦାର୍ଥ ଖାଇପାରିବେ । କଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ । ସେହିପରି ନଡିଆ ପାଣିରେ ମଧ୍ୟ ପ୍ରଚୁର ପୋଟାସିୟମ ରହିଥାଏ । ଏହାସହ ଆପଣ ବିଟ୍ ଏବଂ ତରଭୂଜ ମଧ୍ୟ ଖାଇପାରିବେ । ଏଗୁଡିକ ମଧ୍ୟ ପୋଟାସିୟମର ଉତ୍ତମ ଉତ୍ସ ଅଟନ୍ତି ।

ଯଦି ଆପଣଙ୍କୁ ଅଚାନକ ବହୁତ ଥଣ୍ଡା ଜିନିଷ ଯେପରିକି ଆଇସକ୍ରିମ କିମ୍ବା ବରଫ ମଧ୍ୟ ବାରମ୍ବାର ଖାଇବାକୁ ଇଚ୍ଛା ହେଉଛି ଅର୍ଥାତ ମୁହଁରେ ଥଣ୍ଡା ଜିନିଷ ଲଗାଇବାକୁ ଅଧିକ ଇଚ୍ଛା ହେଉଛି ତେବେ ହୋଇପାରେ ଆପଣଙ୍କ ଶରୀରରେ ଆଇରନର ଅଭାବ ଥାଇପାରେ । ଏଥିପାଇଁ ଆପଣ, କିସମିସ୍, ମୁଗ, ଚଣା, ରାଜମା ଆଦି ଖାଇପାରିବେ । ଏହିସବୁରେ ଭରପୁର ମାତ୍ରାରେ ଆଇରନ ରହିଥାଏ । ଦାନ୍ତ ମାଢିରୁ ର-କ୍ତ ବାହାରିବାର ଅନ୍ୟ କାରଣ ମଧ୍ୟ ଥାଇପାରେ ।

କିନ୍ତୁ ଏହା ଆପଣଙ୍କ ଶରୀରରେ ଭିଟାମିନ-ସି ର ଅଭାବ ଯୋଗୁଁ ମଧ୍ୟ ହୋଇପାରେ । ଏଥିପାଇଁ ସମସ୍ତ ପ୍ରକାର ସାଇଟ୍ରିକ ଏସିଡ ଯୁକ୍ତ ଖାଦ୍ଯ ତଥା ଲେମ୍ବୁ, କମଳା, ପାଚିଲା ଅମୃତଭଣ୍ଡା ଆଦି ଖାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।