କେଉଁ ସ୍ଥିତିରେ ହନୁମାନଙ୍କର କେଉଁପାଠ କଲେ ମିଳିଥାଏ ଲାଭ, ଜାଣନ୍ତୁ ଏହାର ଚମତ୍କାରୀ ଉପାୟ

କଳିଯୁଗରେ ମହାବଳି ହନୁମାନ ଅଜର ଅମର ଅଟନ୍ତି ଓ ସେ ନିଜ ଭକ୍ତର ସବୁ କଷ୍ଟ ଦୂର କରିଥାନ୍ତି । ଏମିତି କୁହାଯାଇଥାଏ କି ଯେଉଁ ବ୍ୟକ୍ତି ନିୟମିତ ଭାବେ ମହାବଳି ହନୁମାନଙ୍କର ପୂଜା ପାଠ କରିଥାଏ ତାକୁ ହନୁମାନଙ୍କର ବିଶେଷ କୃପା ମିଳିଥାଏ ଓ ତାକୁ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଯେଉଁ ବ୍ୟକ୍ତି ହନୁମାନ ଚାଳିଶା ପାଠ କରିଥାନ୍ତି ତାଙ୍କୁ ନିଜ ଜୀବନରେ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିନଥାଏ । ଶ୍ରୀ ରାମଚରିତ ମାନସର ରଚୟିତା ଗୋସ୍ଵାମୀ ତୁଳସି ଦାଶ ରାମଚରିତ ମାନସ ଲେଖିବା ପୂର୍ବରୁ ହନୁମାନ ଚାଳିଶା ଲେଖିଥିଲେ । ହନୁମାନଙ୍କର କୃପାରୁ ହିଁ ସେ ରାମଚରିତ ମାନସ ଲେଖିପାରିଥିଲେ ।

ହନୁମାନ ଚାଳିଶାକୁ ପଢିବା ଓ ବୁଝିବା ପରେ ଏହା ଜଣା ପଡେ କି ହନୁମାନ କଳିଯୁଗରେ ଜାଗୃତ ଦେବତା ଅଟନ୍ତି ଯିଏ ନିଜ ଭକ୍ତର କଷ୍ଟ ଦୂର କରିଥାନ୍ତି । ସେ ନିଜ ଭକ୍ତ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି କିନ୍ତୁ ହନୁମାନ ସେତିକି ବେଳେ ପ୍ରସନ୍ନ ହେବେ ଯଦି ଆପଣଙ୍କର ମନ ପବିତ୍ର ଓ କର୍ମ ଭଲ ହୋଇଥିବ କାରଣ ଭୁଲ କାର୍ଯ୍ୟ କରିବା ଲୋକଙ୍କୁ କେହି ସାହାର୍ଯ୍ୟ କରି ନଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ହନୁମାନଙ୍କର କେଉଁ ପାଠ କେଉଁ ସ୍ଥିତିରେ କଲେ ଆପଣଙ୍କର କଷ୍ଟ ଦୂର ହେବ ଏହା ବିଷୟରେ କହିବୁ ।

ଯଦି ବ୍ୟକ୍ତି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଳିଶାର ପାଠ କରିଥାଏ ତେବେ ସେହି ବ୍ୟକ୍ତି ଉପରେ କୌଣସି ସଙ୍କଟ ଆସିନଥାଏ କି କୌଣସି କାରାଗାରର ସଙ୍କଟ ଆସିଥାଏ । ଯଦି କୌଣସି ବ୍ୟକ୍ତିକୁ ନିଜ ଖରାପ କାମ ପାଇଁ କାରାଗାର ଯିବାକୁ ପଡେ ତେବେ ଏହି ସ୍ଥିତିରେ ସଂକଳ୍ପ ନେଇ କ୍ଷମା ପ୍ରାର୍ଥନା କରିବା ଦରକାର ଓ ଭବିଷ୍ୟତରେ କୌଣସି ପ୍ରକାରର ଖରାପ କାମ ନ କରିବା ସଂକଳ୍ପ ନେଇ ହନୁମାନ ଚାଳିଶାକୁ ୧୦୮ ଥର ପାଠ କରନ୍ତୁ । ମହାବଳି ହନୁମାନଙ୍କ କୃପାରୁ ଆପଣ କାରାଗାରରୁ ବହୁତ ଜଲଦି ମୁକୁଳି ଆସିବେ ।

ହନୁମାନ ବାହୁକ ର ପାଠ

ଯଦି କୌଣସି ବ୍ୟକ୍ତି ଗଣ୍ଠିବାତ, ମୁଣ୍ଡ ବିନ୍ଧା, କଣ୍ଠ  ରୋଗ ବା ଗଣ୍ଠି ଦରଜ ରୋଗରେ ପୀଡିତ ତେବେ ଏହି ସ୍ଥିତିରେ ଜଳର ଏକ ପାତ୍ର ନିଜ ସାମ୍ନାରେ ରଖି ହନୁମାନ ବାହୁକ ର ୨୬ ବା ୨୧ ଦିନ ପର୍ଯ୍ୟନ୍ତ ଭଲ ସମୟ ଦେଖି ପାଠ କରନ୍ତୁ । ସେହି ଜଳକୁ ପିଇ ଦ୍ଵିତୀୟ ଦିନ ଅଲଗା ଜଳ ରଖନ୍ତୁ । ମହାବଳି ହନୁମାନଙ୍କ କୃପାରୁ ଶରୀରର ସବୁ ପୀଡାରୁ ଆପଣଙ୍କୁ ବହୁତ ଜଲଦି ମୁକ୍ତି ମିଳିବ ।

ଭକ୍ତିରେ ଗୋଟେ ଶେୟାର କରିବେ ଓ ଆଗକୁ ଏମିତି ଧାର୍ମିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।