ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଜାତକ କେଉଁ ରଙ୍ଗର ବାହନ କିଣିବା ଶୁଭପ୍ରଦ ହୋଇଥାଏ ? ଗାଡି କିଣିବାକୁ ଚାହୁଁଥିଲେ ଶୀଘ୍ର ଦେଖନ୍ତୁ

ଜ୍ୟୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନରେ ଗ୍ରହଙ୍କ ଚଳନ ଓ ସ୍ଥିତିର ସିଧାସଳଖ ପ୍ରଭାବ ପଡିଥାଏ । ଏହା ଯୋଗୁଁ ବ୍ୟକ୍ତିଙ୍କୁ କେତେବେଳେ ଶୁଭଫଳ ମିଳିଥାଏ ତ ଆଉ କେତେବେଳେ ଅଶୁଭ ଫଳ ମିଳିଥାଏ । ତେବେ ବ୍ୟକ୍ତିଙ୍କ ଜୀବନରେ ତାଙ୍କ ରାଶି ଅନୁସାରେ ରଙ୍ଗର ବେଶ ମହତ୍ଵ ରହିଛି । ରାଶି ଅନୁସାରେ ଏକ ନିର୍ଦ୍ଧିଷ୍ଟ ରଙ୍ଗ ବ୍ୟକ୍ତିଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ । ତେବେ ଆଜି ଆମେ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ବାହାନ ବ୍ୟବହାର କରିବା ମଙ୍ଗଳକାରୀ ହୋଇଥାଏ ।

ମେଷ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଙ୍ଗଳ । ତେଣୁ ମେଷ ରାଶିର ଲୋକଙ୍କ ପାଇଁ ଲାଲ, ଗୋଲାପି ଏବଂ ଚକୋଲେଟ ରଙ୍ଗର ବାହାନ ଶୁଭପ୍ରଦ ହୋଇଥାଏ । ବୃଷ ରାଶି । ଏହି ରାଶିର ସ୍ଵାମୀ ଅଟନ୍ତି ଶୁକ୍ର ଗ୍ରହ । ତେଣୁ ଏମାନଙ୍କୁ ଧଳା, ହଳଦିଆ ଓ ସବୁଜ ରଙ୍ଗର ବାହାନ ଶୁଭପ୍ରଦ ହୋଇଥାଏ ।

ମିଥୁନ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ବୁଧ ଅଟନ୍ତି । ତେଣୁ ଏମାନଙ୍କୁ ଚମ୍ପା, ହଳଦିଆ, ନୀଳ ଓ ଗୋଲାପି ରଙ୍ଗର ବାହାନ ଶୁଭପ୍ରଦ । କର୍କଟ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଚନ୍ଦ୍ର । ତେଣୁ ଏମାନଙ୍କ ପାଇଁ ଧଳା, କମଳା, ନୀଳ ଓ ଗୋଲାପି ରଙ୍ଗର ବାହାନ ଶୁଭପ୍ରଦ ସାବ୍ୟସ୍ତ ହୋଇଥାଏ ।

ସିଂହ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଗ୍ରହମାନଙ୍କ ଅଧିପରି ସୂର୍ଯ୍ୟଦେବ । ଏହାଛଡା ମଙ୍ଗଳ ଓ ବୁଧ ଗ୍ରହ ମଧ୍ୟ ଏମାନଙ୍କ ରାଶିରେ ଅବସ୍ଥାନ କରିଥାନ୍ତି । ତେଣୁ ନୀଳ, କମଳା, ଚକୋଲେଟ ଓ ଲାଇଟ ରଙ୍ଗର ବାହାନ ଏମାନଙ୍କ ପାଇଁ ଶୁଭପ୍ରଦ ଅଟେ । କନ୍ୟା ରାଶି । ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ବୁଧ । ଏହି ରାଶିର ଲୋକମାନଙ୍କ ପାଇଁ କଳା ଓ ନୀଳ ରଙ୍ଗ ଛାଡି ଅନ୍ୟ ଯେକୌଣସି ରଙ୍ଗର ବାହାନ କିଣିଲେ ଶୁଭପ୍ରଦ ହୋଇଥାଏ ।

ତୁଳା ରାଶି । ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭୋଗବିଳାସ ଓ ସୁଖ ସୁବିଧାର କାରକ ଶୁକ୍ର ଗ୍ରହ । ଏହି ରାଶିର ଲୋକଙ୍କ ପାଇଁ ମିଶାମିଶି ରଙ୍ଗ କିମ୍ବା ସବୁଜ ରଙ୍ଗର ବାହାନ ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ବିଛା ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଧ୍ୟ ମଙ୍ଗଳ ଗ୍ରହ ଅଟନ୍ତି । ତେଣୁ ଏମାନଙ୍କୁ ଲାଲ, ଖଇରିଆ, ଗୋଲପାଇ, ହଳଦିଆ ଆଦି ରଙ୍ଗର ବାହାନ ଶୁଭପ୍ରଦ ହୋଇଥାଏ ।

ଧନୁ ରାଶି । ଏହି ରାଶିର ସ୍ଵାମୀ ହେଉଛନ୍ତି ଗୁରୁଗ୍ରହ ବୃହସ୍ପତି । ଏମାନଙ୍କ ପାଇଁ ହଳଦିଆ, ଚମ୍ପା, ଘିଅ ରଙ୍ଗ ଓ ମିଠା ରଙ୍ଗର ବାହାନ କିଣିବା ଶୁଭପ୍ରଦ ହୋଇଥାଏ । ମକର ରାଶି । ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶନିଦେବ । ଏହି ରାଶିର ଲୋକମାନେ କଳା, ନୀଳ କିମ୍ବ ହଳଦିଆ ରଙ୍ଗର ବାହାନ କିଣିବା ଶୁଭପ୍ରଦ ହୋଇଥାଏ । କୁମ୍ଭ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଧ୍ୟ ନ୍ୟାୟଦାତା ଶନିଦେବ ଅଟନ୍ତି । ଏମାନେ ମଧ୍ୟ କଳା, ନୀଳ ଓ ଚକୋଲେଟ ରଙ୍ଗର ବାହାନ କିଣିବା ଶୁଭପ୍ରଦ ହୋଇଥାଏ ।

ମୀନ ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଧ୍ୟ ଗୁରୁଗ୍ରହ ବୃହସ୍ପତି ଅଟନ୍ତି । ଏମାନେ ମଧ୍ୟ ହଳଦିଆ, ଚମ୍ପା, କମଳା ଓ ଗୋଲାପି ରଙ୍ଗର ବାହାନ କିଣିବା ଶୁଭପ୍ରଦ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।