କେଉଁ ପତ୍ରରେ ସ୍ଵସ୍ତିକ ଆଙ୍କି ଘରେ ରଖିଲେ ଦୁର୍ଭାଗ୍ୟ ଦୂର ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଉପାୟମାନ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଏବଂ ରହସ୍ୟ ରହିଛି ଯାହା ଜାଣିବା ଓ ପାଳନ କରିବା ଦ୍ଵାରା ଜୀବନରେ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ହାତରେ କଡା ପିନ୍ଧିବା ପରେ କୌଣସି ନିଶାଦ୍ରବ୍ୟ ଖାଇବା ଉଚିତ ନୁହେଁ କିମ୍ବା କୌଣସି ଅନୈତିକ କାର୍ଯ୍ୟ କରିବା ଅନୁଚିତ । ଏହାଦ୍ବାରା ବହୁତ ସମସ୍ଯା ସୃଷ୍ଟି ହୋଇଥାଏ । କଡା ହନୁମାନଙ୍କ ପ୍ରତୀକ ତେଣୁ ହାତରେ କଡା ପିନ୍ଧିବା ଶୁଭ ହୋଇଥାଏ । ଯାହା ସଙ୍କଟକୁ ଆପଣଙ୍କ ଠାରୁ ଦୂରରେ ରଖିଥାଏ ।

ଯେଉଁ ଲୋକଙ୍କ ଜାତକରେ ସୂର୍ଯ୍ୟ ଦୁର୍ବଳ ରହିଥାନ୍ତି । ସେମାନେ ହାତରେ ତମ୍ବାର କଡା ପିନ୍ଧିବା ଉଚିତ । ଏହାଦ୍ବାରା ମାନ ସମ୍ମାନ ପ୍ରାପ୍ତି ହେବାସହ ଉନ୍ନତି ହୋଇଥାଏ । ପିତ୍ତଳ ଏବଂ ତମ୍ବା ମିଶ୍ରିତ କଡା ହାତରେ ପିନ୍ଧିବା ଦ୍ଵାରା ଭୂତପ୍ରେତଙ୍କ ଠାରୁ ରକ୍ଷା ମିଳିବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ହାତରେ ତମ୍ବାର କଡା ପିନ୍ଧିବା ଶୁଭ ହୋଇଥାଏ, ଏହା କ୍ରୋଧ କମ୍ କରିବା ସହ ଶରୀରକୁ ନିରୋଗୀ ରଖିଥାଏ । ଶନିବାର ଦିନ ନଖ କିମ୍ବା ବାଲ କାଟିବା ଉଚିତ ନୁହେଁ । ଏହା ଅଶୁଭ ଏବଂ ଅମଙ୍ଗଳକାରେ ହୋଇଥାଏ ।

ଶନିବାର ଦିନ ତେଲ, କାଠ, ଲୁଣ, ଲୁହା ଏବଂ ତେଲ ଆଦି ଜିନିଷ କିଣିବା ଉଚିତ ନୁହେଁ । ଏହାଦ୍ବାରା ଅଚାନକ କଷ୍ଟ ଭୋଗିବାକୁ ପଡିଥାଏ । ଶନିବାର କେବେବି ଝିଅକୁ ଶାଶୁଘର ପଠାଇବା ଉଚିତ ନୁହେଁ, ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ଶନିବାର ଦିନ ମଦ୍ୟପାନ କରିବା ଘାତକ ହୋଇଥାଏ ଏବଂ ଜୀବନରେ ବହୁତ ସମସ୍ଯା ଦେଖା ଦେଇଥାଏ ।

ଯେଉଁ ଲୋକଙ୍କ ଜାତକର ଦ୍ଵିତୀୟ ଘରେ ଚନ୍ଦ୍ର ରହିଥାନ୍ତି ସେମାନେ ଜୀବନରେ ଧନବାନ ହୋଇଥାନ୍ତି । ଯେଉଁ ଲୋକଙ୍କ ମଠାରେ ଚନ୍ଦ୍ର କିମ୍ବା ଧନୁର ଚିହ୍ନ ରହିଥାଏ, ସେମାନେ ଜୀବନରେ ବହୁତ ସମୃଦ୍ଧଶାଳୀ ଓ ଐଶ୍ଵର୍ଯ୍ୟବାନ ହୋଇଥାନ୍ତି । ଯେଉଁ ଲୋକଙ୍କ ପେଟରେ କଳାଜାଇ ଥାଏ ସେମାନେ ଖାଦ୍ୟ ସୌଖୀନ ହୋଇଥାନ୍ତି ଏବଂ ଅଧିକ ଖାଦ୍ଯ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଯେଉଁମାନେ କଥା ହେବା ସମୟରେ ନିଜ ମୁହଁ ଲୁଚାଇଥାନ୍ତି ସେମାନେ ଅଧିକାଂଶ ସମୟ ମିଛ କଥା କହିଥାନ୍ତି ।

ଯେଉଁଲୋକଙ୍କ ଆଖିପତା ଅଧିକ ଥର ପଡୁଥାଏ ସେମାନେ ବହୁତ କମ୍ ବିଶ୍ଵସନୀୟ ହୋଇଥାନ୍ତି । ଯେଉଁଲୋକଙ୍କ ଜିଭ ନାକକୁ ପାଇଥାଏ ସେମାନେ ଖୁବ ସୁଖ ଭୋଗ କରିଥାନ୍ତି ଏବଂ ସତକଥା କହିବାକୁ ଭଲ ପାଇଥାନ୍ତି । ତୁଳସୀ ପତ୍ରକୁ ଦାନ୍ତରେ ଅଧିକ ସମୟ ଚୋବାଇବା ଉଚିତ ନୁହେଁ ଏହାଦ୍ବାରା ଦାନ୍ତ ଦୁର୍ବଳ ହେବାର ସମ୍ଭାବନା ରହିଥାଏ ।

ଯଦି କେହି କିଡନୀ କିମ୍ବା ଲିଭର ରୋଗ ଭୋଗୁଥାନ୍ତି ତେବେ ଗୁରୁବାର ଦିନ ହଳଦୀ ବସ୍ତ୍ର ପିନ୍ଧିବା ସହ ହଳଦିଆ ଟିକା ଲଗାଇବା ଉଚିତ । ଏହାସହ ଗୁରୁଜନଙ୍କୁ ସମ୍ମାନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଫାଇବରଯୁକ୍ତ ଖାଦ୍ୟ ଅଧିକ ଖାଇବା ଭଲ ହୋଇଥାଏ, ଏହା ଶରୀରରେ ସୁଗାର ସ୍ତରକୁ ବୃଦ୍ଧି କରିବା ସହ ଶରୀର ପାଇଁ ଲାଭପ୍ରଦ ହୋଇଥାଏ ।

ଗୁରୁପୁଷ୍ୟ କିମ୍ବା ରବିପୌଷ୍ୟ ତିଥିରେ ବରବଛ ପତ୍ରରେ ହଳଦୀରେ ସ୍ଵସ୍ତିକ ଚିହ୍ନ ଆଙ୍କି ଘରେ ରଖିବା ଦ୍ଵାରା ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।