ସ୍ତ୍ରୀ ଉପରେ ରାଗି ସାରା ଜୀବନ ପାଇଁ ଭାତ ଛାଡିଲେ ବୃଦ୍ଧ! ଶୁଖିଲା ମୁଢି ଖାଇ କଟୁଛି ଜୀବନ, ପୁରା କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନାମସ୍କାର ବନ୍ଧୁଗଣ, ରାଗ ରୁଷା ତ ସମସ୍ତେ ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଥିବା ଘଟଣାର ରାଗ ରୁଷା କିଛି ନିଆରା ଏବଂ ଆଶ୍ଚର୍ଯ୍ୟ କରିବା ଭଳି ଅଟେ । ଜଣେ ବୃଦ୍ଧ ଲୋକ ୪୨ ବର୍ଷ ହେବ ଭାତ ଖାଇବା ଛାଡି ଦେଇଛନ୍ତି । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ନିହାତି ହୋଇଯିବେ । ତେବେ ଆସନ୍ତୁ ସମ୍ପୂର୍ଣ ଭାବରେ ନଜର ପକାଇବା ଏହି ଘଟଣା ଉପରେ ।

ଜଣେ ବୃଦ୍ଧ ୪୨ ବର୍ଷ ହେବ କେବଳ ଶୁଖିଲା ମୁଢି ଚୋବାଇ ଚୋବାଇ ନିଜ ପେଟକୁ ଭର୍ତ୍ତି କରୁଛନ୍ତି । ଭାତକୁ ସମ୍ପୂର୍ଣ ଛି କରିଦେଇଛନ୍ତି । ସ୍ତ୍ରୀଙ୍କ ଉପରେ ଏତେ ରାଗ ତାଙ୍କର ରହିଛି କି ଭାତ ଖାଇବା ଛାଡିଦେଇଛନ୍ତି ସ୍ତ୍ରୀଙ୍କ ପାଇଁ । ତେବେ ଏହି ବୃଦ୍ଧାଙ୍କ ନାମ ହେଉଛି ରାମଚନ୍ଦ୍ର । ସେ ଦିନେ ଚାଉଳ ଆଣି ତାଙ୍କ ସ୍ତ୍ରୀଙ୍କୁ ଦେଇ କହିଲେ ଆଜି ଭାତ ଭଲରେ ରାନ୍ଧେ ମନ ଶାନ୍ତି କରି ଖାଇବା ।

ଏହା କହି ରାମଚନ୍ଦ୍ର ନିଜ କାମରେ ବାହାରକୁ ଚାଲିଗଲେ । ରାମଚନ୍ଦ୍ରଙ୍କ ସ୍ତ୍ରୀ ଶୁଖୁଆ ବିକ୍ରି କରିବାକୁ ଯାଆନ୍ତି । ତାପରେ ବେପାରରୁ ଫେରିବା ପରେ ରୋଷେଇ କରି କଣ ଗଣ୍ଡେ ଖାଇଦେଇଥାନ୍ତି । କିନ୍ତୁ ସେଦିନ ତାଙ୍କର ଫେରିବାରେ ଟିକେ ବିଳମ୍ବ ହୋଇଗଲା । ସେତେବେଳକୁ ଦିନ ଗଡିସାରିଥାଏ । ଏହାପରେ ରାମଚନ୍ଦ୍ରଙ୍କ ସ୍ତ୍ରୀ ଆସି ଭାତ ବସାଉଥିବା ବେଳେ ରାମଚନ୍ଦ୍ର ଆସି ପହଞ୍ଚିଗଲେ । ଏବଂ ଖାଇବା ପାଇଁ ମାଗିଲେ ।

ରୋଷେଇ ହୋଇ ନଥିବା ଦେଖି ରାମଚନ୍ଦ୍ର ରାଗ ତମ ତମ ହୋଇ ଘରେ ଆରମ୍ଭ କରିଦେଲେ ତୁମୁଳ ମହାଭାରତ । ଭୋକ ଦାଉରେ ଆସି ନିଜ ଇଚ୍ଛାରେ ଭଲକି ମୁଠେ ଖାଇବା ପାଇଁ ଆଶା ରଖିଥିଲେ ଏହା ନହେବା ଦେଖି ରାଗରେ ନିଆଁ ବାଣ ହୋଇ ସ୍ତ୍ରୀଙ୍କୁ କହିଲେ ଆଜିଠାରୁ ମୁଁ ଭାତ ଖାଇବା ଭୁଲିଯିବି । ଏତେ ଆଶା କରି ଯଦି ଖାଇପାରିଲିନି ଆଉ କାହିଁକି ଖାଇବି କହି ଘରୁ ଚାଲିଗଲେ । ସେହିଦିନ ଠାରୁ ଆଜି ଯାଏଁ ୪୨ ବର୍ଷ ବୀତି ସାରିଲାଣି ।

ସେ ନା ତାଙ୍କ ଘରକୁ ଆସୁଛନ୍ତି ନା ନିଜ ସ୍ତ୍ରୀଙ୍କ ହାତ ପରସା ଭାତ ଗଣ୍ଡାଏ ଖାଉଛନ୍ତି । ଯେତେ ଯିଏ ବୁଝାଇଲେ ମଧ୍ୟ ନିଜ ଜିଦିରେ ଅଟଳ ରହିଛନ୍ତି ରାମଚନ୍ଦ୍ର ମଉସା । ତେବେ ଆପଣ ଏଭଳି ରାଗ କେଉଁଠାରେ ଦେଖିନଥିବେ । ନିହାତି ଏହି ଘଟଣା ବିରଳ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।