କେଉଁ ମାନଙ୍କୁ ହୋଇପାରେ ବ୍ଲାକ ଫଙ୍ଗସ (Mucormycosis) ସଂକ୍ରମଣ ? -Dr Jayanta Kumar Panda

ବର୍ତ୍ତମାନ ଆମ ଦେଶରେ କୋରୋନାର ଦିତୀୟ ଲହର ଯେପରି ଭାବେ ମାତିବାରେ ଲାଗିଛି ତାହାର ଶେଷ କେବେ ହେବ ତାହା କହୁ ହେଉ ନାହି । ଏଥି ମଧ୍ୟରେ ଅନ୍ୟ ଏକ ନୂଆ ରୋଗ ପରିଲକ୍ଷିତ ହୋଇଛି ତାହା ହେଉଛି ବ୍ଲାକ ଫଙ୍ଗସ ଯାହା ଅତି ମାରାତ୍ମକ ରୋଗ ଅଟେ ।

ତେବେ ଆସନ୍ତୁ ଜାଣିବା ଏହି ବ୍ଲାକ ଫଙ୍ଗସ କଣ ଓ ଏହାର ଲକ୍ଷଣ ଓ ପ୍ରତିକାର କଣ ହୋଇପାରେ । ଯଦି କୌଣସି ବ୍ୟକ୍ତି ଠାରେ ମୁଣ୍ଡ ବିନ୍ଧା, ନାକରୁ ବା ଆଖିର ଗୋଟେ ପଟ ନାଲି ପଡିଯାଏ ବା ନକରୁ ପାଣି ବାହାରି ଥାଏ ତେବେ ଏହା ବ୍ଲକ ଫାଂସର ଲକ୍ଷଣ ଅଟେ । ରକ୍ତ ବାନ୍ତି ହେବା ବା ଆଖିକୁ ଭଲ ଭାବେ ଦେଖା ନ ଯିବା ଆଦି ଲକ୍ଷଣ ମଧ୍ୟ ଦେଖା ଯାଉଛି । ଯେଉଁ ମାନେ କୋରୋନାରେ ଚିକିତ୍ସିତ ହୋଇ ଅନେକ ଔଷଧର ସେବନ କରିଥିବେ ସେମାନଙ୍କର ଇମ୍ୟୁନିଟି ପାୱାର କମ ଥିବାରୁ ଏହି ବ୍ଲକ ଫଙ୍ଗସ ଅଧିକ ମାତ୍ରାରେ ହୋଇଥାଏ ।

ଯେଉଁ ବ୍ୟକ୍ତି କୋରୋନରେ ଆକ୍ରାନ୍ତ ହୋଇଥିବେ ସେମାନେ ନିଜ ରକ୍ତ ଶର୍କର ନିୟନ୍ତ୍ରଣ ପ୍ରତି ଅଧିକ ଧ୍ଯନା ଦିଅନ୍ତି ନାହି । ତେଣୁ ସେମାନଙ୍କୁ ଏହି ଲକ୍ଷଣ ଦେଖା ଯିବାର ସମ୍ଭାବନା ରହିଛି । ଯଦି ଏପରି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ । ଏହି ବ୍ଲକ ଫଙ୍ଗସର ଚିକିତ୍ସା ୪ରୁ ୭ ସପ୍ତାହ ଯାଏଁ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଅଧିକ ମାତ୍ରାରେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତେବେ ସେମାନଙ୍କର ଅପେରସନ କରିବାକୁ ପଡିଥାଏ ।

କାରଣ ବ୍ଲାକ ଫଙ୍ଗସ ଆଖି, ନାକ, ଛାତି, ସ୍କିନ ଆଦିକୁ ପ୍ରଭାବ ପକାଉଥିବାରୁ ଏହାର ପରପର ଭାବେ ଅପେରସନ କରିବା ଉଚିତ । ଯଦି କୌଣସି ବ୍ୟକ୍ତି ଠାରେ ମୁଣ୍ଡ ବିନ୍ଧା ବା ନାକ ଓ ଆଖି ଗୋଟେ ପାଟ ଫୁଲିଯାଏ ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା କରନ୍ତୁ । ଯେଉଁ ମାନେ ଅଧିକ ସମୟ ଧରି ମାଟିରେ କାମ କରୁଥିବେ ସେମାନେ ବ୍ଲାକ ଫଙ୍ଗସର ଶିକାର ହୋଇ ପାରନ୍ତି । ତେଣୁ ସେମାନଙ୍କୁ ନିଜର ଅଧିକ ଧ୍ୟାନ ରଖିବାକୁ ପଡିବ । କେବଳ କୋରୋନା ପାଇଁ ନୁହେଁ ବରଂ ବ୍ଲାକ ଫଙ୍ଗସ ପାଇଁ ମଧ୍ୟ ମାସ୍କ ବ୍ୟବହାର କରିବା ଉଚିତ ।

କାରଣ ବ୍ଲାକ ଫଙ୍ଗସର ପ୍ରଭାବ ପ୍ରଥମେ ଆମ ନାକ ଭିତରେ ଯାଇ ନିସବାରେ ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତି କୋରୋନାରେ ସୁସ୍ଥ ହୋଇଛନ୍ତି ବା ଡାଇବେଟିସ ରୋଗୀ ବା ଯେଉଁ ମାନଙ୍କର ଇମ୍ୟୁନିଟି ପାୱାର କମ ରହିଥାଏ ସେମାନେ ନିଜର ବିଶେଷ ଧ୍ୟାନ ଦେବା ଉଚିତ । ନିଯା ଶରୀରକୁ ସଂପୂର୍ଣ୍ଣ ଭାବେ ଘୋଡାଇ ରଖନ୍ତୁ । ଯେଉଁ ମାନେ ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ବିଲବାଡି ବା ଚାଷଜମିରେ କାମ କରୁଥାନ୍ତି ତେବେ ସେମାନଙ୍କୁ ସତର୍କ ରହିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।