କେଉଁ କାରଣରୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ଆମ ଦେଶରେ ବଢୁଥିବା କରୋନା ମହାମାରୀକୁ ରୋକିବା ପାଇଁ କିଛି ବିଶେଷ ନିୟମ ପାଳନ କରିବା ଉଚିତ । ଆମକୁ କାରୋନାରୁ ବଞ୍ଚିବାକୁ ହେଲେ ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାକୁ ପଡିବ । ଆମ ଶରୀରରେ ଓଜନ ବୃଦ୍ଧି ହେବା ଓ ଅଧିକ ଚର୍ବି ହେବା ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଆମ ଶରୀରରେ କେଉଁ କେଉଁ କାରଣ ପାଇଁ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ବାହାରର ଫାଷ୍ଟ ଫୁଡ ଓ ଜଙ୍କ ଫୁଡ ଖାଦ୍ଯ ଖାଇବା ଦ୍ଵାରା ଆମ ଶରୀରର କ୍ଷତି ହୋଇଥାଏ । ଏହା ଫଳରେ ଆମ ଶରୀରର ଦରକାରୀ ପୋଷକତ୍ଵ ମିଳି ନ ଥାଏ । ମଦ୍ୟପାନ ବା ନିଶା ଦ୍ରବ୍ଯ ସେବନ କରିଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଅଧିକ ଦିନ ପର୍ଯ୍ୟନ୍ତ ପେନ କ୍ଲିୟର ବା ଆଣ୍ଟି ବାୟୋଟିକ ଔଷଧ ଖାଇଲେ ମଧ୍ୟ ଏହା ହୋଇଥାଏ । ନିଦ ଅଧିକ ହେବା ବ ଅଯଥାରେ ଅଧିକ ନିଦରେ ଶୋଇ ରହିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବାର କାରଣ ହୋଇଥାଏ ।

ଶାରୀରିକ ପରିଶ୍ରମ ନ କରିଲେ ବା ପ୍ରଦୂଷିତ ପରିବେଶରେ ଅଧିକ ସମୟ ବା ଦିନ ଯାଏ ରହିଲେ ପ୍ରତିରୋଧକ ଶକ୍ତି କମିବାର ସମ୍ଭାବନା ଥାଏ । ସାଧାରଣତ ବୟସ୍କ ବ୍ୟକ୍ତିଙ୍କର ଏହି ଶକ୍ତି କମ ରହିଥାଏ । କିନ୍ତୁ ବର୍ତ୍ତମାନ ଅସନ୍ତୁଳନ ଜୀବନ ଶୈଳୀ ପାଇଁ ଛୋଟ ପିଲାମାନେ ବା ଯୁବକ ମାନକର ଏହି ଶକ୍ତି ହ୍ରାସ ପାଉଛି । ଅଧିକ ମିଠା କିମ୍ବା ଚିନି ଖାଉଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ହେବାର ସମ୍ଭାବନା ରହିଛି। ଯେଉଁ ବ୍ୟକ୍ତି କମ ପାଣି ସେବନ କରୁଥାଏ ତାର ମଧ୍ୟ ଏହି ଶକ୍ତି ହ୍ରାସ ହୋଇଥାଏ ।

ଖାଦ୍ଯରେ ଅଧିକ ପରିମାଣରେ ଆଣ୍ଟି ଅକ୍ଷିଡେଣ୍ଟ ଯୁକ୍ତ ଖାଦ୍ଯ ଖାବା ଉଚିତ । ଭିଟାମିନ ଏ, ସେଲେନିୟମ, ଭିଟାମିନ ବି, ଭିଟାମିନ ସି, ଭିଟାମିନ ଇ ଆଦି ଶରୀରର ଶକ୍ତି ବଢାଇବାରେ ସାହାଜ୍ଯ କରିଥାନ୍ତି । ଏହି ସବୁ ଭିଟାମିନ ପାଇଁ ଗାଜର, ପାଳନ ଶାଗ, ବିଲାତି, ସାକାର କନ୍ଦ, ଅମୃତଭଣ୍ଡା ଆଦି ସବୁଜ ପାରିବା ଖାଇବା ଉଚିତ । ଏହାଛଡା କ୍ଷୀର, ଦହି, ଫଳ ଆଦି ଖାଇବା ଉଚିତ । ଅଧିକ ପାଣି ପିଇବା ଓ ଠିକ ସମୟ ଯାଏଁ ଶୋଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

ନୀତିଦିନ ରସୁଣ ଖାଇବା ଉଚିତ । ପ୍ରତିଦିନ ସକାଳୁ ସୂର୍ଯ୍ୟ କିରଣରେ ଠିଆ ହେବା ଉଚିତ । ଏହା ଫଳରେ ଭିଟାମିନ ଡି ଆମ ଶରୀରକୁ ମିଳିଥାଏ । ଦିନକୁ ଦୁଇଥର ଗ୍ରୀନ ଟି ପିଇବା ଉଚିତ । ପ୍ରତିଦିନ ଯୋଗ ବା ବ୍ୟାୟାମ କରିଲେ ଶରୀରରେ ହରମୋନ ସନ୍ତୁଳନ ହୋଇଥାଏ । ଲେମ୍ବୁ, ଅଦା, କଞ୍ଚା ହଳଦୀ, ତୁଲସୀ, ଗୋଲମରୀଚ ଆଦିକୁ ପାଣିରେ ଫୁଟାଇ ପିଇଲେ ଆମ ଶରୀର ପାଇଁ ହିତକାରକ ହୋଇଥାଏ । ଏହା ସବୁ କରିଲେ ଆମ ଶରୀରରେ ଇମ୍ଯୁନୀଟି ପାୱାର ବଢିଥାଏ ଯାହା ଫଳରେ ଆମେ ସୁସ୍ଥ ରହିଥାଉ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।