Chanakya Neeti- ପୁରୁଷ ଓ ସ୍ତ୍ରୀ ମଧ୍ୟରେ ସବୁଠୁ ଅଧିକ ଧୃତ କିଏ ? ଦେଖନ୍ତୁ କଣ କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ !

ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ଏମିତି ନୀତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବହୁତ କାମରେ ଆସିବ । ଆପଣ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଜାଣିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ, ଅର୍ଥ କୁଶଳ, ମହାନ ରାଜନୀତିଜ୍ଞ ଥିଲେ । ଚାଣକ୍ୟଙ୍କ ନୀତି ଏହି କାରଣରୁ ଶ୍ରେଷ୍ଠ କୁହାଯାଏ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟଙ୍କୁ ଚେତାବନୀ ଦେଇ ସ୍ପଷ୍ଟ ଭାଷାରେ ନୀତି ଗୁଡିକର ରଚନା କରିଛନ୍ତି । ଯାହାକୁ ସାଧାରଣ ମାନବବି ସହଜରେ ବୁଝି ନିଜ ଜୀବନରେ ସଫଳତା ପ୍ରାପ୍ତ କରି ପାରିବ ।


ପ୍ରଥମ ଶ୍ଳୋକ –

ନାରିକେଳ ମସକାରା ଦୃଶ୍ୟନ୍ତେ ହି ସୃହୁଜନାଃ

ଅନ୍ୟ ବଦୀରେକା କାରା ବହିରେବ ମନୋହରାଃ

ଏଥିରେ ଚାଣକ୍ୟ ପ୍ରକୃତ ବନ୍ଧୁ ମାନଙ୍କ ବିଷୟରେ କହିଛନ୍ତି । ତାଙ୍କ ମତରେ ଭଲ ବନ୍ଧୁମାନେ ବାହାରକୁ ଯେତେ କଠୋର ହେଲେବି ମନରୁ ଶୁଭଚିନ୍ତକ ଥାନ୍ତି । ଯେପରି ନଡିଆ ବାହାରୁ ଟାଣ ହୋଇଥିଲେ ବି ଭିତର ପାଣି ମଧୁର ଥାଏ । ଓ ଦୁର୍ଜନ କିମ୍ବା ଖରାପ ବନ୍ଧୁମାନେ ବରକୋଳି ପରି ବାହାରୁ ସୁନ୍ଦର ଓ କୋମଳ ଦେଖା  ଥିଲେବି ସେମାନଙ୍କ ହୃଦୟ କଠୋର ହୋଇଥାଏ ।


ଦ୍ଵିତୀୟ ଶ୍ଳୋକ –

ନାସ୍ତି ବିଦ୍ୟା ସମୋ ବନ୍ଧୁ ନାସ୍ତି ସତ୍ୟ ସମଂତପଃ

ନାସ୍ତି ରୋଗ ସମଂ ଦୁଃଖଙ୍ଗ ନାସ୍ତି ତ୍ୟାଗ ସମଂ ସୁଖମ

ଏହାର ଅର୍ଥ ବିଦ୍ୟାରୁ ଅଧିକ ଉପକାରୀ ବନ୍ଧୁ କେହି ନାହିଁ । ସତ୍ୟ ପରି ତପ ନାହି । ରୋଗ ଠୁ ବଡ ଦୁଃଖ ନାହିଁ ଓ ତ୍ୟାଗ ଠୁ ବଡ ସୁଖ କିଛି ନାହିଁ ।

ତୃତୀୟ ଶ୍ଳୋକ –

ନ ବିଦ୍ୟାତେ କାସ୍ଥେ ନ ପାଷାଣେ ନ ଚ ମୃଣ୍ୟମୟେ

ଭାବେ ହି ବିଦ୍ୟାତେ ଦେବାସ୍ମାତ ଭାବେ ହି କାରଣାମ

ଏହାର ଅର୍ଥ ଦେବତା କାଠରେ, ପଥରରେ , ମାଟିରେ ତିଆରି ମୂର୍ତିରେ ନଥାନ୍ତି । ଦେବତା ଭାବରେ ବନ୍ଧା ହୋଇଥାନ୍ତି ତେଣୁ ସତ କର୍ମ ହିଁ ଦେବତାଙ୍କର ଭାବ ଅଟେ । ଏହା ଦ୍ଵାରା ଆମେ ଭଗବାନଙ୍କୁ ପାଇ ପାରିବା।

ଚତୁର୍ଥ ଶ୍ଳୋକ –

ନ ପଶ୍ୟତି ଜନ୍ମାନ୍ଧ କାମାନ୍ଦ ନୈବପଶ୍ଯତି

ମଦୋନ୍ମତା ନ ପଶ୍ୟନ୍ତି ଅର୍ଥୀ ଦୋଷାଙ୍ଗ ନ ପଶ୍ୟତି

ଏଥିରେ କୁହା ଯାଇଛି ଯେଉଁ ବ୍ୟକ୍ତି ପିଲା ଦିନୁ ଅନ୍ଧ ସେ ଦୁନିଆ ଦେଖି ପାରେନି । ଯେଉଁ ମଣିଷ କାମରେ ଅନ୍ଧ ବ୍ୟକ୍ତି ସବୁ ଦେଖି ମଧ୍ୟ କିଛି ବୁଝି ପାରେ ନାହିଁ  ଅହଂକାରି ଓ ଆତ୍ମ ଗର୍ବୀ ଠିକ ବିଚାର କରିପାରେ ନାହିଁ । ଲୋଭୀ ବ୍ୟକ୍ତି ଲୋଭରେ ଭୁଲ କରି ବସେ ।

ପଞ୍ଚମ ଶ୍ଳୋକ –

ନାରାନାଂ ନାପିଟୋ ଧୃତଃ ପକ୍ଷୀନାଂ ଚଇବ ବାୟସହ

ଚତୁସ୍ପଦାଙ୍ଗ ସୃଗାଲେସ୍ତୁ ସ୍ତ୍ରୀନାଂ ଧୃତା ଚ ମାଳିନୀ

ଏଥିରେ ସଂସାରରେ କିଆ ସବୁଠୁ ଚତୁର କୁହା ଯାଇଛି ମଣିଷ ମାନଙ୍କ ଭିତରେ ଭଣ୍ଡାରି ସବୁଠୁ ଚତୁର । ପକ୍ଷୀ ମାନଙ୍କ ଭିତରେ  କାଉ ପଶୁ ମାନଙ୍କ ଭିତରେ ଶୃଗାଲ ଓ ସ୍ତ୍ରୀ ମାନଙ୍କରେ ମାଲ୍ୟାଣୀ ସବୁଠୁ ଚତୁର ଅଟେ।

ଷଷ୍ଠ ଶ୍ଳୋକ –
ନିଃ ସୃହା ନାଧିକାରୀ ଶ୍ୟାନୋକାମୋ ମଣ୍ଡଳ ପ୍ରିୟହ

ନା ବିଧଗଧହ ପ୍ରିୟନ ବୃୟାତ ସ୍ପୁଟବକ୍ତ ନିବଞ୍ଚକଃ

ଏହାର ଅର୍ଥ କ୍ଷମତା ଶୀଳ ବ୍ଯକ୍ତିର ସଦା ଲୋଭ ଥାଏ । କାମିନୀ ମାନେ ସର୍ବଦା ସଜେଇ ହେବାକୁ ଭଲପାନ୍ତି । କହତୁର ବ୍ୟକ୍ତି ମାନେ ପ୍ରୀୟ କଥା କହି ଥାନ୍ତି । ସ୍ପଷ୍ଟବାଦି ଲୋକମାନେ ସବୁବବେଳେ ପ୍ରତାରଣା କରିଥାନ୍ତି ।


ସପ୍ତମ ଶ୍ଳୋକ –

ନିର୍ବିଷେନାପି ସର୍ପେଣ କତିବ୍ୟାତ ମହତୀ ଫଣା

ବିଷମସ୍ତୁ ନ ଚାପ୍ୟସୁ ଘଟାତୋପ ଭୟଙ୍କରହ

ବିଷ ନଥିବା ସାପ ନିଜର ଫଣା ଦେଖାଇବା ଦରକାର କାରଣ ବିସ ନଥିଲେ ବି ତାର ଫଣାକୁ ଦେଖି ସମସ୍ତେ ଡରନ୍ତି । ସେହି ପରି ଶକ୍ତି ନଥିଲେ ମଧ୍ୟ ଆଡମ୍ବର ଦେଖାଇଲେ ଅଧିକ ସଫଳତା ଦେଖାଇଲେ ସଫାଲତା ମିଳି ଥାଏ ।


ତେବେ ଏହା ଥିଲା ଚାଣକ୍ୟ ନୀତି, ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।