କେଉଁ ଦିନ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ

ଆଜି ଆମେ ଆପଣଙ୍କୁ କେଉଁ ବାରରେ ଜନ୍ମ ହୋଇଥିବା ଲୋକଙ୍କର ସ୍ଵଭାବ କିପରି ହୋଇଥାଏ ତାହା ବିଷୟରେ କହିବୁ । ତାଙ୍କର ଆଗାମୀ ଜୀବନ, ତାଙ୍କର ଜୀବନ ଶୈଳୀ ଓ ତାଙ୍କର ସଫଳତା ବିଷୟରେ ଆମେ ଆପଣଙ୍କୁ କହିବୁ । ସେମାନଙ୍କ ପାଖରେ କେଉଁ କେଉଁ ବିଶେଷ ଗୁଣ ଥାଏ, ହୃଦୟରୁ ସେମାନେ କିପରି ହୋଇଥାନ୍ତି ତାହା ମଧ୍ୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଲୋକମାନଙ୍କ ବିଷୟରେ ।

ଶନିବାର- ଏହି ଦିନରେ ଜନ୍ମ ହୋଇଥିବା ଲୋକମାନଙ୍କ ଉପରେ ଶନି ଦେବତାଙ୍କର ବହୁତ ପ୍ରଭାବ ରହିଥାଏ । ଏମାନେ ନିଜ କଥା ଅନୁଯାୟୀ ସବୁ କାର୍ଯ୍ୟ କରିଥାନ୍ତି । ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁବେଳେ ଖୁସିରେ ରୁହନ୍ତି । ଏହି ଲୋକମାନେ ନିଜ ବିଚାରରେ ଲୋକମାନଙ୍କ ମନକୁ ଜିତିଥାନ୍ତି ଓ ଏମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ ।

ରବିବାର- ରବିବାରକୁ ସୂର୍ଯ୍ୟ ଦେବତାଙ୍କ ବାର ବୋଲି କୁହାଯାଇଥାଏ । ଏହି ଦିନରେ ଜନ୍ମ ହୋଇଥିବା ଲୋକମାନେ ଭାଗ୍ୟଶାଳୀ ଓ ଅଧିକ ଆୟୁଯୁକ୍ତ ହୋଇଥାନ୍ତି । ଏମାନଙ୍କୁ ଶାନ୍ତ ରହିବାକୁ ଭଲ ଲାଗେ । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ବହୁତ ଦୟାବାନ ହୋଇଥାନ୍ତି । ଏମାନେ କୌଣସି ଲୋକକୁ କଷ୍ଟ ଦିଅନ୍ତି ନାହିଁ । ଏମାନେ ସବୁବେଳେ ଅନ୍ୟର ସହାୟତା କରିଥାନ୍ତି ।

ସୋମବାର- ଯେଉଁ ଲୋକମାନଙ୍କର ଜନ୍ମ ସୋମବାର ଦିନ ହୋଇଥାଏ, ସେମାନଙ୍କ ଜୀବନ ସୁଖମୟ ହୋଇଥାଏ । ସେମାନଙ୍କ ମଧୁର ବାଣୀ ଦ୍ଵାରା ଅନ୍ୟ ଲୋକମାନେ ପ୍ରଭାବିତ ହୋଇଥାନ୍ତି । ହେଲେ ଏହି ଲୋକମାନେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । ଯାହାଫଳରେ ସେମାନଙ୍କ ବିଚାର ନିରନ୍ତର ପରିବର୍ତ୍ତନ ହୋଇଥାଏ ଓ ଏହି ଦିନରେ ଜନ୍ମ ହୋଇଥିବା ଲୋକମାନଙ୍କର ସ୍ମରଣଶକ୍ତି ବହୁତ ସତେଜ ଥାଏ ।

ମଙ୍ଗଳବାର- ମଙ୍ଗଳବାରକୁ ହନୁମାନଙ୍କ ଦିନ କୁହାଯାଏ । ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି କଠୋର ସ୍ଵଭାବର ହୋଇଥାନ୍ତି । ସେମାନେ ଯାହା ନିଷ୍ପତ୍ତି ନିଅନ୍ତି, ତାକୁ ପରିବର୍ତ୍ତନ କରନ୍ତି ନାହିଁ । ଏମାନେ ଯାହା କୁହନ୍ତି ତାହା କରିଦେଖାନ୍ତି ଓ ଏହା ସହିତ ଏହି ଦିନରେ ଜନ୍ମ ହୋଇଥିବା ଲୋକମାନେ ଅନ୍ୟର ଉପକାର କରନ୍ତି ।

ବୁଧବାର- ବୁଧବାର ଦିନ ଜନ୍ମ ହୋଇଥିବା ଲୋକମାନେ ଧର୍ମ ଓ କର୍ମରେ ଅଧିକ ରୁଚି ରଖିଥାନ୍ତି । ଏମାନେ ବହୁତ ବୁଦ୍ଧିବାନ ହୋଇଥାନ୍ତି । ଏହି ଲୋକମାନେ କୌଣସି ସମସ୍ୟାକୁ ବହୁତ ଚତୁରତାର ସହ ସମାଧାନ କରିଦିଅନ୍ତି ଓ ଏମାନେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି ।

ଗୁରୁବାର- ଯେଉଁ ଲୋକମାନେ ଗୁରୁବାରରେ ଦିନ ଜନ୍ମ ହୋଇଥାନ୍ତି ସେମାନେ ବହୁତ ସାହସୀ ହୋଇଥାନ୍ତି । ଏମାନେ ଯେକୌଣସି ପରିସ୍ଥିତିର ସାମ୍ନା କରିବାର ଶକ୍ତି ରଖିଥାନ୍ତି । ସେଥିପାଇଁ ଲୋକମାନେ ଏମାନଙ୍କ ଦ୍ଵାରା ବହୁତ ଶୀଘ୍ର ପ୍ରଭାବିତ ହୋଇଥାନ୍ତି । ଏମାନେ ଆସ୍ଥାରେ ବହୁତ ବିଶ୍ଵାସ ରଖନ୍ତି ଓ ଏମାନଙ୍କ ବ୍ୟବହାର ପାଇଁ ଲୋକମାନେ ବହୁତ ପ୍ରଭାବିତ ହୋଇଥାନ୍ତି ।

ଶୁକ୍ରବାର- ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ, ଭଲ ସ୍ଵଭାବ, ସହିଷ୍ଣୁ, ଭାବୁକ ଓ ଦୟାବାନ ହୋଇଥାନ୍ତି । ଏମାନେ ସ୍ଵଭାବରେ ଦାନୀ ଓ ଅନ୍ୟର ମଙ୍ଗଳ କରିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜ ମନ କଥା ସହଜରେ କାହାକୁ କୁହନ୍ତି ନାହିଁ । ଏମାନଙ୍କୁ ଶାନ୍ତ ରହିବା ବହୁତ ପସନ୍ଦ ହୋଇଥାଏ ।