ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ମହାଲକ୍ଷ୍ମୀ ହେବେ ପ୍ରସନ୍ନ, ବଢିବ ଧନର ଆଗମନ

ଶୁକ୍ରବାର ଦିନରେ ଧନ ଦେବୀ ମାତା ଲକ୍ଷ୍ମୀଙ୍କ ବିଶେଷ ରୂପରେ ପୂଜା ଅର୍ଚନା କରିବା ବହୁତ ଶୁଭ ବୋଲି କୁହାଯାଏ । ଆପଣ ଏହି ଦିନରେ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରି ବହୁତ ସମସ୍ୟାରୁ ମୁକ୍ତ ହୋଇ ପାରିବେ । ଏହା ଛଡା ଶୁକ୍ରବାର ଦିନ ଯଦି ଆପଣ କିଛି ଖାସ ଉପାୟ କରୁଛନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କୁ ମିଳିଥାଏ । କହିବାକୁ ଗଲେ ଶାସ୍ତ୍ରରେ କିଛି ଏମିତି ଉପାୟ ଅଛି ଯାହାକୁ ଯଦି ଆପଣ ଶୁକ୍ରବାର ଦିନ କରିବେ ତେବେ ଆପଣଙ୍କୁ ଧନ ପ୍ରାପ୍ତି ନିଶ୍ଚିତ ରୂପରେ ହେବ ।

ଆସନ୍ତୁ ଜାଣିବା ଶାସ୍ତ୍ରରେ କୁହାଯାଇଥିବା ଶୁକ୍ରବାର ଦିନର ସେହି ଉପାୟ ବିଷୟରେ

·    ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଆପଣ ନିଜ ଘରର ପୂଜା ସ୍ଥଳରେ ମାତା ଲକ୍ଷ୍ମୀଙ୍କ ସ୍ଥାପନା କରନ୍ତୁ ଓ ତାଙ୍କ ସମ୍ମୁଖରେ ଗାଈ ଘିଅରେ ଦୁଇ ମୁହଁ ବାଲା ଦୀପ ଜଳାନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ଧନର ଆଗମନ ହୋଇଥାଏ ।

·    ଯଦି ଆପଣ ଶୁକ୍ରବାର ଦିନ ଧନ ଦେବୀ ମାତା ଲକ୍ଷ୍ମୀଙ୍କ ପ୍ରତିମା କିମ୍ବା ଫଟୋରେ ମଲ୍ଲୀ ଫୁଲର ଅତର ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ । ଯଦି ଆପଣ ଗୋଲାପର ଅତର ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ରତୀ ଓ କାମସୁଖ ପ୍ରାପ୍ତି ହୋଇଥାଏ ।ଯଦି ଆପଣ ଚନ୍ଦନର ଅତର ଅର୍ପଣ କରୁଛନ୍ତି ତେବେ ଆପଣଙ୍କ ସୌଭାଗ୍ୟରେ ଉନ୍ନତି ହୋଇଥାଏ ।

·    ଯଦି ଆପଣ ନିଜର ବ୍ୟାପାର – ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଶୁକ୍ରବାର ଦିନ ଘରୁ ଚନ୍ଦନର ଅତର ଲଗାଇ ବାହାରନ୍ତୁ । ଏହା ଦ୍ଵାରା ଉନ୍ନତି ମିଳିବାର ସମ୍ଭାବନା ଦ୍ଵିଗୁଣିତ ହୋଇଯାଏ ।

·    ଯଦି ଆପଣ ଶୁକ୍ରବାର ଦିନ ତାଜା ରୁଟିରେ ଗୁଡ ମିଶାଇ ଗାଈକୁ ଦେଉଛନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ପୁରା ପରିବାର ଊପରେ ରହିଥାଏ । ଆପଣ ଏହି ଉପାୟ ପ୍ରତ୍ୟେକ ଶୁକ୍ରବାର ଦିନ କରିବେ ।

·    ଯଦି ଆପଣ ଶୁକ୍ରବାର ଦିନ ୧୧ଟି  ଛୋଟ ଆକାରର ଗୁଆକୁ ନେଇ ତାହାକୁ ହଳଦିଆ ରଙ୍ଗର କପଡାରେ ବାନ୍ଧି ନିଜର ରୋଷେଇ ଘରର ପୂର୍ବ ଦିଗରେ କୌଣସି କୋଣରେ ବାନ୍ଧୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ କେବେ ବି ଧନ ଓ ଅନ୍ନର ଅସୁବିଧା ହୋଇ ନ ଥାଏ ।

·    ଯଦି ଆପଣଙ୍କ ବୈବାହିକ ଜୀବନରେ ପ୍ରେମ ପରିପୂର୍ଣ୍ଣ ଓ ସମୃଦ୍ଧ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର କୌଣସି ଗୋଟିଏ ମନ୍ଦିରକୁ ଯାଇ ୧୬ ଶୃଙ୍ଗାର ସାମଗ୍ରୀ ଚଢାନ୍ତୁ ।