କେଉଁ ଦଳ ହାତେଇବ ବିଶ୍ୱକପ ସେମିଫାଇନାଲ ଟିକେଟ ? କଣ କହୁଛି ସମୀକରଣ ?

ନମସ୍କାର ବନ୍ଧୁଗଣ । ଚଳିତ ବିଶ୍ଵକପରେ ଚାଲିଛି ଘମାଘୋଟ ଲଢେଇ । ସେମି ଫାଇନାଲ ର ଟିକେଟ ହାତେଇବା ପାଇଁ ସବୁ ଦଳ ଜୋର ଲଗାଇ ଦେଇଛନ୍ତି । ଟେବଲ ର ଟପ 3ଟି ଟିମ ସେମି ଫାଇନାଲ କୁ ପ୍ରବେଶ କରି ସାରିଥିବା ବେଳେ ଆଉ ଗୋଟେ ଟିମ ବାକି ରହିଛି । ଆଉ ସେହି ଚତୁର୍ଥ ସ୍ଥାନ ପାଇଁ 3ଟି ଦଳ ପ୍ରବଳ ଦାବିଦାର ଅଛନ୍ତି । ଗତ କାଲିର ମ୍ୟାଚରେ ଏବେ 3ଟି ଦଳ ପାଇଁ ସେମି ଫାଇନାଲ ଟିକେଟ ପାଇଁ ସମ୍ଭାବନା ସୃଷ୍ଟି କରିଛି ।

ପଏଣ୍ଟ ଟେବଲ ର ଶୀର୍ଷ ସ୍ଥାନରେ ରହିଥିବା ଦଳ ଚତୁର୍ଥ ଦଳ କୁ ଭେଟିବ । ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଓ ଅଷ୍ଟ୍ରେଲିୟା ତୃତୀୟ ସ୍ଥାନରେ ରହିଛନ୍ତି । ତେଣୁ ଆସା କରା ଯାଉଛି ଏହି ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ଯାଚ ଖେଳାଯିବ । ଭାରତର ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏବେ ଚତୁର୍ଥ ସ୍ଥାନ କୁ ଅପେକ୍ଷା ରହିଛି । ନିୟୁଜଲ୍ୟାଣ୍ଡ ଓ ପାକିସ୍ତାନ 8ଟି ମ୍ଯାଚ ଖେଳି ଉଭୟ 8 ପଏଣ୍ଟ ପାଇଛନ୍ତି ।

ନିୟୁଜଲ୍ୟାଣ୍ଡ ର ଶେଷ ମ୍ଯାଚ ଶ୍ରୀଲଙ୍କା ବିପକ୍ଷରେ ଥିବା ବେଳେ ଯଦି ଏହି ଯାଚ କ୍ୟୁଇ ଦଳ ଜିତିଯାଏ ତେବେ 10 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିବ । ଅନ୍ୟ ପଟେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଖେଳିବ ତାର ଶେଷ ମ୍ଯାଚ । ଆଉ ଯଦି ପାକିସ୍ତାନ ଏହି ମ୍ଯାଚ ଜିତିଯାଏ ତେବେ 10 ପଏଣ୍ଟ ହାସଲ କରିବ । ଏମିତି ସ୍ଥିତି ରେ ଉଭୟ ଦଳର ରନ ରେଟ ଯାହାର ଉନ୍ନତ ଥିବ ସେ ସେମି ଫାଇନାଲ କି ଯିବ ।

ଏ ସବୁ କିଛି ଆଫଗାନିସ୍ତାନ ର ଅନ୍ତିମ ମ୍ଯାଚ ଉପରେ ନିର୍ଭର କରେ । ଦଳ 8 ଟି ମ୍ଯାଚ ଖେଳି 8 ପଏଣ୍ଟ ସହ ଏବେ ଷଷ୍ଠ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ସହ ଶେଷ ମ୍ଯାଚ ଖେଇବ ଆଫଗାନିସ୍ତାନ । ଆଉ ଯଦି ଏହି ମ୍ଯାଚରେ ଆଫଗାନିସ୍ତାନ ଜିତିଯାଏ ତେବେ ଦଳର 10 ପବେଣ୍ଟ ହୋଇଯିବ । ଆଉ ଏମିତି ହେଲେ ନିୟୁଜଲ୍ୟାଣ୍ଡ ପାକିସ୍ତାନ ଓ ଆଫଗାନିସ୍ତାନ ର ସମାନ ସଂଖ୍ୟକ ପଏଣ୍ଟ ହୋଇଯିବ ।

ଏହା ପରେ 3ଟି ଦଳ ର ରଣ ରେଟ କୁ ଆଖି ଆଗରେ ନିଆଯିବ । ଯେଉଁ ଦଳର ଉନ୍ନତ ରନ ରେଟ ଥିବ ସେହି ଦଳର ଚତୁର୍ଥ ସ୍ଥାନରେ ରହିବ । ଅନ୍ୟ ପଟେ ନେଦରଲ୍ୟାଣ୍ଡ ଏବେ ବି ସେମି ଫାଇନାଲ ପାଇଁ ସଂଘର୍ଷ ଜାରି ରଖିଛି । ଦଳ 7ଟି ମ୍ଯାଚ ଖେଳି 2ଟିରେ ବିଜୟୀ ହୋଇ ସପ୍ତମ ସ୍ଥାନରେ ରହିଛି । ଆଗାମୀ 2ଟି ମ୍ଯାଚ ଭାରତ ଓ ଇଂଲଣ୍ଡ ବିପକ୍ଷରେ ଖେଳିବ ଦଳ । 

ଆଉ ଏହି 2ଟି ମ୍ଯାଚ ନେଦରଲ୍ୟାଣ୍ଡ ଜିତିଗଲେ ଦଳର ପଏଣ୍ଟ 8 ହୋଇଯିବ । ଏଭଳି ସ୍ଥିତିରେ ସେମି ଫାଇନାଲ ଯିବାର ଗୋଟେ ରାସ୍ତା ରହିବ । ଯଦି ଆଫଗାନିସ୍ତାନ, ନିୟୁଜଲ୍ୟାଣ୍ଡ ସେମାନଙ୍କର ଅନ୍ତିମ ମ୍ଯାଚ ହାରି ଯାଆନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।