କେଉଁ ବାରରେ ଜନ୍ମ ହେଲେ କଣ ଲକ୍ଷଣ ଥାଏ, ନିଜ ଜନ୍ମ ବାର ହିସାବରେ ଦେଖନ୍ତୁ

କୌଣସି ବ୍ୟକ୍ତି ର ରାଶି ସେହି ବ୍ୟକ୍ତି ର ଆଗତ ଓ ଭବିଷ୍ୟତ ବିଷୟରେ ସୂଚନା ପ୍ରଦାନ କରିଥାଏ । ଏଥି ସହିତ ରାଶି ଆପଣଙ୍କ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ସମାଧାନର ବାଟ ବତାଇ ଥାଏ । ଠିକ ସେହିପରି ଜନ୍ମ ବାର ମନୁଷ୍ୟ ଜୀବନରେ ବହୁତ ପ୍ରଭାବ ପାକାଇଥାଏ । ଓ ବ୍ୟକ୍ତି ର ସ୍ଵଭାବ ଏବଂ ପ୍ରକୃତି ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ବାରରେ ଜନ୍ମ ହେଲେ ବ୍ୟକ୍ତି ର ପ୍ରକୃତି ଏବଂ ସ୍ଵଭାବ କିପରି ରହିଥାଏ । ଏହା ମନୁଷ୍ୟ ଜୀବନକୁ କିପରି ପ୍ରଭାବିତ କରିଥାଏ । ତେବେ ଚାଲନ୍ତୁ ଜାଣିବା ।

ସୋମବାର:- ସୋମବାର ସିବଙ୍କର ବାର ବୋଲି କୁହାଯାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ମରଣ ଶକ୍ତି ବହୁତ ଅଧିକ ହୋଇଥାଏ । କିନ୍ତୁ ଏମାନଙ୍କର ବିଚାର ଧାର ବାରମ୍ବାର ବଦଳିଥାଏ । ଏହି ବ୍ୟକ୍ତି ମାନେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ।

ମଙ୍ଗଳବାର:- ମଙ୍ଗଳବାର ମାତା ମଙ୍ଗଳାଙ୍କ ବାର ଅଟେ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସଚ୍ଚୋଟ ଏବଂ ପର ଉପକାରୀ ହୋଇଥାନ୍ତି । ଏମାନେ ନିଜ କଥାରେ ସବୁବେଳେ ଅଟଳ ରହିଥାନ୍ତି ।

ବୁଧବାର:- ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମସ୍ତିଷ୍କ ରୁ ତେଜସ୍ଵୀ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବହୁତ ଧାର୍ମିକ ହୋଇଥାନ୍ତି । ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି ।

ଗୁରୁବାର:- ଏହି ଦିନ ମାତା ଲକ୍ଷ୍ମୀ ଙ୍କ ବାର ଅଟେ । ମାତା ଲକ୍ଷ୍ମୀ ଙ୍କ ପ୍ରଭାବ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଉପରେ ପଡ଼ିଥାଏ । ଏମାନେ ବହୁତ ଶୁଭ ହୋଇଥାନ୍ତି ଏବଂ ଲଖିମନ୍ତ ମଧ୍ୟ ହୋଇଥାନ୍ତି । ଏମାନେ ଅନ୍ୟର ମନ ଅତି ସହଜରେ ଜିତିଥାନ୍ତି ।

ଶୁକ୍ରବାର:- ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅଧିକ ସହନଶୀଳତା ଓ ଭାବବିହୁଳ ହୋଇଥାନ୍ତି । ନିଜ ପ୍ରଶଂସା ଶୁଣିବାକୁ ଏମାନଙ୍କୁ ବହୁତ ଭଲ ଲାଗିଥାଏ । ଏମାନେ ନିଜ ମନ କଥା କାହାକୁ କୁହନ୍ତି ନାହିଁ ।

ଶନିବାର:- ଯେଉଁ ମାନଙ୍କ ଜନ୍ମ ଶନିବାର ଦିନ ହୋଇଥାଏ ସେମାନଙ୍କ ଉପରେ ଶନି ଦେବଙ୍କ ପ୍ରଭାବ ଯଥେଷ୍ଟ ମାତ୍ରା ରେ ରହିଥାଏ । ଏମାନେ ଅନ୍ୟ ମାନଙ୍କୁ ଦେଇଥିବା କଥା ଏବଂ ଜବାବ କେବେ ମଧ୍ୟ ଭାଙ୍ଗନ୍ତି ନାହିଁ । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି ।

ରବିବାର:- ରବିବାରକୁ ସୂର୍ଯ୍ୟ ଦେବ ଙ୍କ ବାର ବୋଲି ଧରାଯାଇଥାଏ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଭଗ୍ୟଶାଳୀ ହୋଇଥାନ୍ତି । ଏମାନେ ବହୁତ ଶୀଘ୍ର ରାଗିଯାଇଥାନ୍ତି । ଭଗବାନଙ୍କ ଉପରେ ଏମାନେ ଯଥେଷ୍ଟ ଆସ୍ଥା ରଖିଥାନ୍ତି ।

ତେବେ ଆପଣଙ୍କ ଜନ୍ମ ବାର କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।