ଭାରତୀୟ କ୍ରିକେଟର ଯଶସ୍ଵୀ ଜୟ ସ୍ଵାଲ କେତେ କୋଟି ଟଙ୍କାର ମାଲିକ ?

ନମସ୍କାର ବନ୍ଧୁଗଣ । ଟିମ ଇଣ୍ଡିଆର ଯୁବ ଓପନର ବ୍ୟାଟ୍ସମ୍ୟାନ ଯଶସ୍ଵୀ ଜୟ ସ୍ଵାଲ । ୱେଷ୍ଟ ଇଣ୍ଡିଜି ବିପକ୍ଷରେ ଡେବ୍ୟୁ କରିଥିବା ବେଳେ ତାଙ୍କର ଶତକ ଏବେ ବି ଚର୍ଚ୍ଚାରେ ରହିଛି । ଆଇପିଏଲର ଧମାକାଦାର ବ୍ଯାଟିଙ୍ଗ କରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଥିବା ଯଶସ୍ଵୀ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ମ୍ୟାଚ ରେ ଦମଦାର ଫର୍ମ ରେ ନଜର ଆସିଛନ୍ତି । ତେବେ ତାଙ୍କର ସଂଘର୍ଷ ବିଷୟରେ ଖୁବ କମ ଲୋକ ଜାଣିଥିବେ ।

ଗୁପ୍ଚୁପ ବିକ୍ରି କରୁଥିବା ପିଲାଟି ଏତେ ବଡ ରେକର୍ଡ କରିବ ତାହା କେହି ଏବେ ଭାବି ନ ଥିଲେ । କିନ୍ତୁ ନିଜର କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ପାଇଁ ଉତ୍ତର ପ୍ରଦେଶରୁ ଆସି ମୁମ୍ବାଇ ରେ କ୍ରିକେଟ କ୍ଯାରିୟର ଗଢିଛନ୍ତି ଯଶସ୍ଵୀ । ପିଲାଦିନରୁ ସେ ଗରିବୀ କଣ ଭଲ ଭାବେ ବୁଝିଛନ୍ତି । ପଡିଆର ତମ୍ବୁ ତଳେ ରହୁଥିବା ଯଶସ୍ଵୀ ଏବେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । କଣ ଆପଣ ଜାଣିଛନ୍ତି ସେ କେତେ କୋଟି ଟଙ୍କାର ମାଲିକ ଅଟନ୍ତି ?

କ୍ରିକେଟରେ କ୍ୟାରିୟର ଗଢିବା ପାଇଁ ମାତ୍ର 12 ବର୍ଷ ବୟସରେ ଉତ୍ତର ପ୍ରଦେଶରୁ ମୁମ୍ବାଇ ଆସିଥିଲେ ଜୟ ସ୍ଵାଲ । ସେ ଗୁପ୍ଚୁପ ବିକ୍ରିୟା କରିବା ସହ ଅନେକ କଠିନ ସ୍ଥିତିର ସାମନା କରିଛନ୍ତି । ବାମହାତି ବ୍ୟାଟ୍ସମ୍ୟାନ 2020 ଅଣ୍ଡର-19 ଶତକ ଓ ଦଳରେ ସାମିଲ ହୋଇଥିଲେ । ଯେବେ ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ସେତେବେଳେ ସମସ୍ତଙ୍କର ନଜର ତାଙ୍କ ଉପରେ ପଡିଥିଲା ।

ଆଇପିଏଲ ନିଲାମିରେ ରାଜସ୍ଥାନ ରୟାଲର୍ସ ତାଙ୍କୁ କିଣିବା ସହ ଦଳରେ ସ୍ଥାନ ଦେଇଥିଲା । ଅଣ୍ଡର-19 ରେ ଦମଦାର ପ୍ରଦର୍ଶନ କରିଥିବା ଜୟ ସ୍ଵାଲ ଙ୍କୁ 2 କୋଟି 40 ଲକ୍ଷ ରେ କିଣିଥିଲା ରାଜସ୍ଥାନ ରୟାଲର୍ସ ଫ୍ରାଞ୍ଚାଇଚ । ସେ ନିଜର ଖେଳ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଦଳ ଦ୍ଵିତୀୟ ବର୍ଷ ତାଙ୍କୁ ରଖିଥିବା ବେଳେ ସାଲାରି ମଧ୍ୟ ବଢାଇଛି । ଜୟ ସ୍ଵାଲ ଏବେ 4 କୋଟି ଟଙ୍କା ନେଉଛନ୍ତି ।

ଏବେ ସେ 23 କୋଟି ଟଙ୍କାର ମାଲିକ ଅଟନ୍ତି । କେବଳ ଆଇପିଏଲ ରୁ 12 କୋଟି 80 ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି ଯଶସ୍ଵୀ । ଆପିଏଲ ସହ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିବା ସହ ଭଲ ଇନକମ କରୁଛନ୍ତି । ସେ କିଛି ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି । ଏବେ ଜୟ ସ୍ଵାଲ 5ks ଫ୍ଲାଟ କିଣିଛନ୍ତି । ଏହା ପୂର୍ବରୁ ସେ ନିଜ ପରିବାର ସହ ମୁମ୍ବାଇର ସାନ୍ଟାକୃଚରେ ଥିବା ଏକ 2bhk ଫ୍ଲାଟରେ ରହୁଥିଲେ ।

ଏବେ ସେ କିଣିଥିବା 5bsk ଫ୍ଲାଟର ମୂଲ୍ୟ ସ୍ପଷ୍ଟ ନ ହୋଇଥିଲେ ଇ ବଜାର ରେଟ ଅନୁଯାୟୀ କୋଟି କୋଟି ଟଙ୍କା ହେବ ବୋଲି ସୂଚନା ରହିଛି । ଆନ୍ତର୍ଜାତୀୟ କ୍ରିକେଟ ରେ ଡେବ୍ୟୁ କରିବା ପରେ ତାଙ୍କର ଫ୍ୟାନ୍ସ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷ ସେ ଆଇପିଏଲରେ ଜେଭଳି ଭାବେ ପ୍ରଦର୍ଶନ କରିଛନ୍ତି ତାହା ସମସ୍ତଙ୍କର ମନେ ଥିବା ନିଶ୍ଚୟ । ଦଳକୁ ଏକାକୀ ମ୍ଯାଚ ମଧ୍ୟ ଜିତାଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।