କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ଖୋଲିବ ସ୍କୁଲ- କଣ ରହିବ ସଂପୂର୍ଣ୍ଣ Guideline ଜାଣନ୍ତୁ

କୋରୋନା ମାହାମାରୀ ଲାଗି ବନ୍ଦ ହୋଇଥିବା ସ୍କୁଲ କଲେଜ ଖୋଲିବାକୁ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁଯାଇ ସେପ୍ଟେମ୍ବର ୧ ରୁ ନଭେମ୍ବର ୧୪ ମଧ୍ୟରେ ସ୍କୁଲ ଧୀରେ ଧୀରେ କରି ଖୋଲିବ । କେମତି ସ୍କୁଲ ଖୋଲିବ ଓ କୋରୋନା ସଂକ୍ରମଣରୁ  କେମିତି ସାମ୍ନା କରାଯିବ ସେଥିପାଇଁ ଆଲୋଚନା ଚାଲିଛି । ଅଗଷ୍ଟ ୩୧ରେ ପୁରା ଅନଲୋକ ଘୋଷଣା କରି ସ୍କୁଲ କଲେଜ ଖୋଲିବାକୁ ଅନୁମତି ଦେଇପାରନ୍ତି କେନ୍ଦ୍ର ସରକାର । ଏହି ନିସ୍ପତି ରାଜ୍ୟସରକାର ନେବେ, ସ୍କୁଲ କେବେ ଓ କେମିତି ଖୋଲିବା ।

ଦେଶରେ ସ୍କୁଲ କଲେଜ ଖୋଲିବା ପାଇଁ ଜୁଲାଇରେ ଗୋଟେ ସର୍ଭେ ହୋଇଥିଲା କିନ୍ତୁ ସୂଚନା ଅନୁଯାଇ ଅଭିଭାବକ ମାନେ ପିଲାକୁଙ୍କୁ ଛାଡ଼ିବା ପାଇଁ ଅନୁମତି ଦେଇନଥିଲେ । କୋରୋନା ଲାଗି ଅର୍ଥନୈତିକ କ୍ଷେତ୍ରରେ ବହୁତ  ମାନ୍ଦା ଦେଖାଦେଇଛି । ସେଥିଲାଗି ରାଜ୍ୟସରକାର ମତ ଦେଇଛନ୍ତି ସ୍କୁଲ, କଲେଜ ଖୋଲିବା ପାଇଁ ଓ କେମିତି କଣ ବ୍ୟବସ୍ତା କରାଯିବ ସେ ନେଇ ମଧ୍ୟ ଆଲୋଚନା ଚାଲିଛି ।

ସେପ୍ଟେମ୍ବର ୧ ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲାଙ୍କ ସ୍କୁଲ ଖୋଲିବ, ପିଲାମାନଙ୍କ ଭିତରେ ଦୂରତା ରଖିବା ପାଇଁ ପିଲାଙ୍କୁ ଅଲଗା ଅଲଗା ଦିନରେ ଡକାଯିବା । ସେକ୍ସନ ହିସାବରେ ଅଲଗା ଅଲଗା ଦିନରେ ଡକାଯିବ ଓ ସ୍କୁଲର ସମାସୀମା ୫ /୬  ଘଣ୍ଟା ବଦଳରେ  ୨ ରୁ ୩ ଘଣ୍ଟା ରହିବ । ସକଳ ୮ ରୁ ୧୧ ତ ଓ ଦିନ ୧୨ ଟାରୁ ୩ ତ ପର୍ଯ୍ୟନ୍ତ ଦୁଇଟି ପର୍ଜୟାକ୍ରମର ଚାଲିବ । ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କର ମଧ୍ୟ ଏହିଭଳି ପର୍ଯ୍ୟାୟ କ୍ରମେ କ୍ଲାସ ହେବ । ସ୍ଵୀଜରଲ୍ୟାଣ୍ଡରେ ମଧ୍ୟ ସ୍କୁଲ ଖୋଲିଥିବାରୁ ତାଙ୍କର ଗାଇଡ ଲାଇନକୁ ଦେଖି ଭାରତ ସରକାର ସେହିପରି କରିପାରନ୍ତି ।

କୋରୋନା ସଂକ୍ରମଣ ଦିନକୁ ଦିନ ବଢିଥିବାର ଦେଖି ସରକାର ଏବେ ପର୍ଯ୍ୟନ୍ତ କୌଣସି ନିସ୍ପତି ନେଇନାହାନ୍ତି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଅକ୍ଟୋବର ମାସରେ ନାନା ପ୍ରକାର ପୂଜା ପର୍ବାଣି ରହିଥିବାରୁ ସ୍କୁଲ ଲଲେଜ ଖୋଲିବାର ସମ୍ବଭାନା ନହିଁ । ସ୍କୁଲ ସମସ୍ୟାର ସମାଧାନ ପାଇଁ ବହୁତ ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି ଏହି କାର୍ଯ୍ୟ କ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ ଓ ପାଖରେ ପହଞ୍ଚି ପାଠରେ କିଛି ସନ୍ଦେହ ଥିଲେ ଦୂର କରିବେ ଓ ହୋମ ୱାର୍କ ମଧ୍ୟ ଦେବେ ଶିକ୍ଷକ ମାନେ । କୋରୋନା ସଂକ୍ରମଣ ଲାଗି ପିଲାମାନଙ୍କ ଠୁ ଦୂରତା ରଖି କୋଭିଡ ଗାଇଡ ଲାଇନ ହିସାବରେ କାର୍ଯ୍ୟ କରାଯିବ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।