କେମିତି କମାଇବେ ପିଲାଙ୍କ ମୋଟାପଣ ? ଦେଖନ୍ତୁ ଏନେଇ କଣ କହୁଛନ୍ତି Dietitian Niharika Dash

ଆଜିକାଲି ଅଧିକାଂଶ ଶିଶୁଙ୍କ ଠାରେ ମେଦ ବାହୁଲତା ବା ମୋଟାପଣ ଦେଖିବାକୁ ମିଳୁଛି । ଔ ଏଥିପାଇଁ ଛୋଟବେଳୁ ଅନେକ ପ୍ରକାର ଶାରୀରିକ ସମସ୍ଯା ସୃଷ୍ଟି ହେଉଛି । ଏହା ଶିଶୁମାନଙ୍କ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେଣୁ ପିଲାବେଳୁ ଛୋଟପିଲାକୁ କିପରି ଖାଦ୍ୟ ଦେବା ଆବଶ୍ୟକ ତାହା ପିତାମାତା ମାନେ ଜାଣିବା ନିହାତି ଆବଶ୍ୟକ । ତେଣୁ ପିଲାର ମେଦ ବାହୁଲତା କିପରି କମାଇବେ ଓ କିପରି ତାକୁ ପୋଷାକଯୁକ୍ତ ଡାଏତ ଦେବେ ସେନେଇ ଚାଲନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ ।

ଆଜିକାଲି ପିଲାମାନେ ଅଧିକ ସମୟ ଘରେ ବସି ରହି ମୋବାଇଲ ଖେଳିବା ଦ୍ଵାରା ଓ ମନଇଚ୍ଛା ଖାଦ୍ଯ ଖାଇବା ଦ୍ଵାରା ମୋଟାପଣର ଶିକାର ହେଉଛନ୍ତି । ବିଶେଷ କରି ମହାମାରୀ ସମୟରେ ପିଲାମାନେ ଘରେ ରହିବା ଦ୍ଵାରା ଏହି ସମସ୍ଯା ଆହୁରି ବଢିଯାଇଛି । ପିତାମାତା ମାନେ ମଧ୍ୟ ପିଲାଙ୍କୁ ଗୋଟିଏ ଜାଗାରେ ଚୁପ୍ କରି ବସାଇବା ପାଇଁ ଫୋନ ଦେଇ ଦେଉଛନ୍ତି । ଯାହାଫଳରେ ପିଲା ଗୋଟିଏ ସ୍ଥାନରେ ବସି ରହି ଫୋନ ଖେଳୁଛି । ଏହାଦ୍ବାରା ପିଲାର ଶାରୀରକ ଚଳପ୍ରଚଳ ହୋଇ ପାରୁନାହିଁ ।

ଆଜିକାଲିର ପିଲାମାନେ ବାହାରର ଖାଦ୍ଯ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଜଙ୍କଫୁଡ୍ ଖାଇବା ଏବଂ ଖେଳକୁଦ ନ କରିବା ହେତୁ ପିଲାଙ୍କ ଠାରେ ମୋଟାପଣ ଦେଖିବାଉ ମିଳୁଛି । ପିଲା କମ୍ ବୟସରୁ ମୋଟା ହୋଇଗଲେ ଟାଙ୍କି ଡାଇବେଟିସ, ଇନସୁଲିନ ରେଜିଷ୍ଟାଣ୍ଟ କିମ୍ବା ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ଯା ଦେଖା ଦେଇପାରେ । କିମ୍ବା ପେଟରେ ଚର୍ବି ବଢିବା ହେତୁ ଫ୍ୟାଟି ଲିଭର ସମସ୍ଯା ମଧ୍ୟ ହୋଇପାରେ ।

ତେଣୁ ପିଲାଙ୍କ ବୟସ ଓ ଉଚ୍ଚତା ଅନୁସାରେ ସେମାନଙ୍କ ଓଜନ ମଧ୍ୟ ଠିକ ରହିବା ଆବଶ୍ୟକ । ଏଥିପାଇଁ ଆପଣ ପିଲାକୁ ବ୍ୟାୟାମ କରିବାକୁ ପ୍ରୋତ୍ସାହିତ କରନ୍ତୁ । ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ବାହାରକୁ ତାକୁ ଖେଳିବାକୁ ନିଅନ୍ତୁ । ପିଲା ଯେପରି ଛୋଟବେଳୁ ସବୁ ପ୍ରକାର ପରିବା ଏବଂ ଫଳମୂଳ ଖାଇବ ସେଥିପତି ମାଆମାନେ ବିଶେଷ ଧ୍ୟାନ ଦିଅନ୍ତୁ । ପିଲାକୁ ସକାଳେ ଏବଂ ସନ୍ଧ୍ୟାରେ ମଧ୍ୟ ଅଣ୍ଡା, ଛେନା, ଦହି ଆଦି ଖାଦ୍ଯ ଖାଇବାକୁ ଦିଅନ୍ତୁ ।

ପିଲା ଯଦି କଞ୍ଚାଫଳ ଖାଇବାକୁ ଇଚ୍ଛା କରୁନାହିଁ ତେବେ ଆପଣ ତାକୁ ଜୁସ୍ ବନେଇ ଦେଇପାରିବେ । ଯେଉଁ ପାରିବା ପିଲା ଖାଇବାକୁ ଇଚ୍ଛା କରୁନାହିଁ ଆପଣ ସେହି ପରିବାକୁ ପିଲାକୁ ଅନ୍ୟ ଉପାୟରେ ପ୍ରସ୍ତୁତ କରି ପିଲାକୁ ଖୁଆନ୍ତୁ । ଛୋଟପିଲା ଯେପରି ଖାଇବାକୁ ପସନ୍ଦ କରୁଛି ତାକୁ ସେପରି ଜିନିଷ ବନେଇ ଦିଅନ୍ତୁ ।

ଯେତେ ସମ୍ଭବ ପିଲାକୁ ବାହାରର ଜଙ୍କଫୁଡ୍ ଠାରୁ ଦୂରେଇ ରଖନ୍ତୁ । ପିଲାକୁ ସିଝା ବୁଟ, ସିଝା ମୁଗ ଆଦି ଖାଇବାକୁ ଦିଅନ୍ତୁ । ନଚେତ ସେଥିରୁ ଚାଟ୍ ବନେଇ ଦିଅନ୍ତୁ । ସୋୟାବିନ, ରାଜମା, ଛୋଲେ ଆଦି ତରକାରୀ ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ । ପିଲାକୁ ସାଙ୍ଗସାଥିଙ୍କ ସହ ଖେଳିବା ପାଇଁ ଉତ୍ସାହିତ କରନ୍ତୁ ଯେପରି ତାଙ୍କ ଶାରୀରିକ ବ୍ୟାୟାମ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।