ଘରେ ରହି ବିନା କୌଣସି ପଲ୍ସ ଅକ୍ସିମିଟର ରେ କେମିତି ଜାଣିବେ ଶରୀରରେ କେତେ Oxygen ଅଛି ?

କୋରୋନା ମହାମାରୀ ଯୋଗୁ ଅନେକ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଯୁବକ ଓ ଶିଶୁ ମାନଙ୍କୁ ଅଧିକ ମାତ୍ରାରେ କୋରୋନା ଆ-କ୍ରା-ନ୍ତ ହେଉଛି । କୋରୋନାର ଦିତୀୟ ଲହରରେ ଯୁବକ ପିଢୀ ଓ ଛୋଟ ଶିଶୁ ମାନେ ସଂକ୍ରମଣ ହେବାରେ ଲାଗିଛନ୍ତି । ସେଥି ପାଇଁ ଆମ ଦେଶରେ କୋରୋନା ଭ୍ୟାକ୍ସିନ ବା ଟୀକା ଲାଗୁ କରା ଯାଇଛି । କିନ୍ତୁ ଏହି ସମୟରେ ଅନ୍ୟ ଏକ ସମସ୍ଯା ପରିଲକ୍ଷିତ ହେଉଛି ତାହା ହେଉଛି ଅକ୍ସିଜେନର ଅଭାବ ଯାହା ଆମ ଦେଶର ଅଧିକ ମାତ୍ରାରେ ଦେଖା ଯାଉଛି ।

ଏହା ଫଳରେ ଅନେକ ଲୋକଙ୍କର ଜୀବନ ଯାଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘରୋଇ ଚିକିତ୍ସା ନେଇ ଆସିଛୁ ଯାହା ବିନା ଅକ୍ସି ମିଟରରେ ଘରେ ରହି ଅକ୍ସିଜେନ ମାପି ହେବ ।

ଯଦି ଆପଣଙ୍କ ଘରେ ଅକ୍ସି ମିଟର ନାହି ତେବେ ଅକ୍ସିଜେନ ମାପିବା ପାଇଁ ଏକ ସାହାଜ୍ଯ ଉପାୟ ରହିଛି । ସେଥି ପାଇଁ ରଥ ସ୍କୋର ରହିଛି ଯାହା ଦ୍ଵାରା ଆମେ ଜାଣି ପାରିବା ଯେ ରୋଗୀର କଣ ସମସ୍ଯା ରହିଛି । ଯେପରି ଗାଡିରେ କେତେ ମାତ୍ରାରେ ଡିଜେଲ ବା ପେଟ୍ରୋଲ ରହିଛି ଗାଡିର ଟାଙ୍କି ଖୋଲି ତାହା ଜଣା ପଡିଥାଏ ସେହି ଭଳି ଏହି ଟେକନିକ ମାଧ୍ୟମରେ ଆମେ ରୋଗୀର ଶରୀରରେ କେତେ ମାତ୍ରାରେ ଅକ୍ସିଜେନ ରହିଛି ତାହା ଜାଣି ପାରିବା ।

ପ୍ରଥମେ ଆପଣ ନିଶ୍ଵାସ ବନ୍ଦ କରନ୍ତୁ ଓ ତା ପରେ ଛାଡି ଦିଅନ୍ତୁ । ଏହା ପରେ ଦିତୀୟ ଥର ମଧ୍ୟ ନିଶ୍ଵାସ ବନ୍ଦ କରି କିଛି ୱାର୍ଡ କାଉଣ୍ଟ କରନ୍ତୁ ଓ ପୁଣି ଥରେ ନିଶ୍ବାସକୁ ଛାଡନ୍ତୁ । ଯଦି ଆପଣ 60 ପର୍ଯ୍ୟନ୍ତ କାଉଣ୍ଟ କରିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଯଦି କୌଣସି ବ୍ୟକ୍ତି ୧ରୁ ୧୦ ପର୍ଯ୍ଯନ୍ତ କାଉଣ୍ଟ କରି ପାରିବେ ନାହି ତେବେ ଜଣାପଡିବ ଯେ ତାଙ୍କର ନିଶ୍ଵାସ ନେବାରେ ସମସ୍ଯା ହେଉଛି ।

ବ୍ଯକ୍ତିର ହାତ ଓ ଗୋଡ ନୀଳ ପଡିବା ବା ସେ ଅଧିକ ସମୟ ଯାଏଁ କଥାବାର୍ତ୍ତା ନ କରିବା ଆଦିରୁ ଜଣାଯାଏ ତେବେ ସେହି ବ୍ଯକ୍ତିର ଅକ୍ସିଜେନ କମ ହୋଇଥାଏ । ଯଦି ଆମ ଶରୀରରେ ଅକ୍ସିଜେନ କମ ଥାଏ ତେବେ ଆମ ଓଠ ମଧ୍ୟ ନୀଳ ପଡିଯାଏ । ଏହା ବ୍ଯତୀତ ବ୍ଯକ୍ତିର ୯୦%ରୁ କମ ଅକ୍ସିଜେନ ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏପରି କଣ୍ଡିସନରେ ଯେତେ ଦୂର ସମ୍ଭବ ରୋଗୀକୁ ହସପିଟାଲରେ ଆଡମିସନ କରିବା ଉଚିତ । ଅଧିକରୁ ଅଧିକ ନିଶ୍ଵାସ ନେବା ବା ମନ ବିଚଳିତ ହେଲେ ଜଣା ପଡେ ଯେ ଆମ ଶରୀରରେ ଅକ୍ସିଜେନ କମ ରହିଛି । ତେଣୁ ଉପରେ ଦିଆଯାଇଥିବା ପ୍ରଣାଳୀକୁ କରିଲେ ଆପଣ ମାନେ ରୋଗୀର ଅକ୍ସିଜେନ କମ ଅଛି କି ନାହି ତାହା ଜଣାପଡିବ ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।