କେମିତି ଜାଣିବେ କି ଭରସା କାହା ଉପରେ କରିବେ ଓ କାହା ଉପରେ ନୁହେଁ, ଜାଣନ୍ତୁ ଶ୍ରୀ କୃଷ୍ଣଙ୍କ ଠାରୁ- Krishna Vani

ବିଶ୍ଵାସ ଏପରି ଏକ ଶବ୍ଦ ଯାହାକି ମନୁଷ୍ୟ ପରସ୍ପରକୁ ଆକର୍ଷିତ କରିଥାଏ । ଏହି ବିଶ୍ଵାସ ଉପରେ ହିନ ଜୀବନର ଅସଲ ମହତ୍ଵ ଥାଏ । ବିଶ୍ଵାସ ନାହିଁ ତ ଜୀବନରେ କାହା ପ୍ରତି ଆନ୍ତରିକତା ସୃଷ୍ଟି ହୋଇନଥାଏ । ବିଶ୍ଵାସ ଉପରେ ସୃଷ୍ଟି ତିଆରି ହୋଇଛି । ଏହି ବିଶ୍ଵାସ ଉପରେ ମନୁଷ୍ୟର ଜୀବନ ଆଧାରିତ ହୋଇଥାଏ ।

ବିଶ୍ଵାସ ବିନା ଜୀବନ କିଛି ମାନେ ନାହିଁ । ବିଶ୍ବାସ ଓ ଅନ୍ଧ ବିଶ୍ଵାସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । ଆଜିକାର ଏହି ସମୟରେ ଆମେ କାହା ଉପରେ ଅବିଶ୍ଵାସ କରିଥାଉ ନଚେତ ଅନ୍ଧ ବିଶ୍ଵାସ କରିଥାଉ । ଏହି ଦୁଇଟି ପରସ୍ଥିତି ବହୁତ ଘାତକ ହୋଇଥାଏ । କାହିଁକି ନା ଯେଉଁଠାରେ  ଅବିଶ୍ଵାସ ଆମ ମନରେ ଭୟ ଓ ଅସୁରକ୍ଷାକୁ ଜନ୍ମ ଦେଇଥାଏ ଏବଂ ଅନ୍ଧ ବିଶ୍ଵାସ ଆକ୍ରୋଶ ସୃଷ୍ଟି କରିଥାଏ ।

ଏଠାରେ ମନରେ ପ୍ରଶ୍ନ ଉଠେ କି ବିଶ୍ଵାସର ସଜ୍ଞା କଣ ଅଟେ , ତାର ପରିଭାଷା କଣ ଅଟେ । ବିଶ୍ଵାସ ର ପରିଭାଷା ବା ସଜ୍ଞା ଜାଣିବାକୁ ହେଲେ ନିଜ ମନକୁ ପ୍ରଶ୍ନ ପଚାରିବାକୁ ହେବ । ପ୍ରଥମେ ନିଜ କୁ ବିଶ୍ଵାସ କରନ୍ତୁ ଓ ଭାବନ୍ତୁ କି ଆପଣ ଏହି ଦୁନିଆର ସବୁଠୁ ମହତ୍ବପୂର୍ଣ୍ଣ ବ୍ୟକ୍ତି ଅଟନ୍ତି । ଏହି ବିଶ୍ଵାସ ଆପଣଙ୍କୁ ଆପଣଙ୍କର ଶକ୍ତିକୁ ଚିହ୍ନାଇବ । ଏବଂ ଏହି ଶକ୍ତି ନିଜର ଉତ୍ତର ଦାୟିତ୍ଵକୁ । ଏବଂ ଏହାପରେ ଆପେ ଆପେ ଜୀବନର ଲକ୍ଷ୍ୟ ମିଳିଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।