ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନ କରୁଛି ତ କଣ କରିବା ଦରକାର ! -Gautam Buddha Lesson

ଗୌତମ ବୁଦ୍ଧଙ୍କ ପ୍ରଚଳିତ ପ୍ରସଙ୍ଗରୁ ଗୋଟେ ପ୍ରଚଳିତ ପ୍ରସଙ୍ଗରୁ ଗୋଟେ ହେଲା ଏମିତି ପ୍ରସଙ୍ଗ, ଯେଉଁଥିରେ ଗୋଟେ ସାଧାରଣ ଲୋକ ବୁଦ୍ଧ ଦେବଙ୍କୁ ଅପମାନ କରିଥିଲେ । ବୁଦ୍ଧ ଦେବଙ୍କ ଏହି ପ୍ରସଙ୍ଗରୁ ଗୋଟେ ମହତ୍ୱ ପୂର୍ଣ୍ଣ ଶିକ୍ଷା ମିଳେ । ପ୍ରସଙ୍ଗ ଅନୁସାରେ ବୁଦ୍ଧଦେବ ଗୋଟେ ଗାଁରେ ଉପଦେଶ ଦେଉଥିଲେ । ସେ କହିଲେ କ୍ରୋଧ ହେଉଛି ଅଗ୍ନି ସ୍ୱରୂପ । ଜଣେ ରାଗିବା ବ୍ୟକ୍ତି ନିଜେ ରାଗେ ଓ ଅନ୍ୟମାନଙ୍କୁ କ୍ରୋଧରେ ଜଳାଏ । କ୍ରୋଧରେ ରହିଥିବା ବ୍ୟକ୍ତି, ଅନ୍ୟମାନଙ୍କୁ ଜଳାଏ । ଏମିତି ହେଲେ ସେ ଅନ୍ୟମାନଙ୍କଠାରୁ ବେଶି ଚିନ୍ତାଗ୍ରସ୍ତ ରହେ ।

ଗୌତମ ବୁଦ୍ଧଙ୍କ ଏହି କଥା ସଭାରେ ବସିଥିବା ଜଣେ ରାଗି ବ୍ୟକ୍ତି ଶୁଣୁଥିଲା । କ୍ରୋଧ ନ ଆସିବାପାଇଁ ବୁଦ୍ଧ ଯେଉଁ କଥା କହିଲେ ତାକୁ ଭଲ ଲାଗିଲାନି । ବୁଦ୍ଧ ଦେବଙ୍କ ସଭାରେ ସେହି କ୍ରୋଧୀ ବ୍ୟକ୍ତି ଠିଆହୋଇ ବୁଦ୍ଧ ଦେବଙ୍କୁ ପ୍ରଶ୍ନ ପଚାରିଲେ, ତୁ ଭଣ୍ଡ ହୋଇ ବଡ଼ ବଡ଼ କଥା କହୁଛୁ, ତୁ ସେହି କଥାର ପାଳନ କରି ଦେଖା । ଲୋକଙ୍କ ବିଷୟରେ ଏମିତି କଥା କହିବାକୁ ଲାଜ ଲାଗୁଛି ।

ସେହି ବ୍ୟକ୍ତିଙ୍କର କଥା ଶୁଣି ବୁଦ୍ଧ ଶାନ୍ତ ରହିଲେ । ଶାନ୍ତ ବୁଦ୍ଧଙ୍କୁ ଦେଖିଁ ସେହି ବ୍ୟକ୍ତିକୁ ରାଗ ଆସିଲା, ସେ ତାଙ୍କ ପାଖକୁ ଯାଇ ତାଙ୍କ ମୁହଁରେ ଛେପ ପକାଇଲେ । ବୁଦ୍ଧ ନିଜର ମୁହଁକୁ ପୋଛି ପୋଛି କହିଲେ, ତମେ ଆଉ କଣ କହିବାକୁ ଚାହୁଁଛ । ସେ କହୁଛି ମୁଁ କିଛି କହିବାକୁ ଚାହୁଁଛି । ବୁଦ୍ଧ କହିଲେ ତୁମେ ଯାହା କହିବାର ଥିବ କୁହ ।

ଏହାପରେ ସେହି ବ୍ୟକ୍ତି ଭଲ ଓ ଖରାପ୍ କହିଲା, ତା ପରେ ସେଠୁ ଚାଲିଗଲା । ସେଦିନ ସଭା ଶେଷ ହେଲା ଓ ବୁଦ୍ଧ ଅନ୍ୟ ଗାଁକୁ ଚାଲିଗଲେ । ସକାଳେ ଯେତେବେଳେ ସେହି ବ୍ୟକ୍ତିର ରାଗ ଶାନ୍ତ ହେଲା ଓ ସେ ପଶ୍ଚଚାପ କଲେ । ସେ ବୁଦ୍ଧଙ୍କୁ ଖୋଜି ଖୋଜି ଆଉ ଗୋଟେ ଗାଁକୁ ପଳେଇଲା । ସେହି ସ୍ଥାନରେ ବୁଦ୍ଧ ପ୍ରବଚନ ଦେଉଥିଲେ । ବୁଦ୍ଧଙ୍କ ଚରଣ ତଳେ ସେ ଭୁଲ ମାଗି କହିଲା, ମୁ ଯାହା କହିଛି ମତେ କ୍ଷମା କରିଦିଅ ।

ବୁଦ୍ଧ ପଚାରିଲେ କହିଲେ କିଏ ଆପଣ । ଏହି କଥା ଶୁଣି ସେ ଚମକି ପଡିଲା । ସେହି ବ୍ୟକ୍ତି କହିଲା, ତମେ କଣ କହୁଚ୍ଛ, ମୁଁ ତମକୁ କାଲି କେତେ କଥା କହିଲି, ସହାନୁଭୂତି କଣ ପାଇଁ ଦେଉଛନ୍ତି । ସବୁ ଖରାପ୍ କଥା ଓ ଦୁର୍ଘଟଣାକୁ ମନେ ରଖିଲେ ଜୀଵନ ସେଇଠି ଅଟକିଯିବ । ମିଳିବ କେବଳ ଦୁଃଖ ଓ କଷ୍ଟ । ଆମକୁ ପଛ କଥାସବୁ ଭୁଲି ଆଗକୁ ବଢିବା ଦରକାର । । ସବୁ ଖରାପ ପରିସ୍ଥିତି ଓ ଖରାପ୍ ଘଟଣାକୁ ଭୁଲି ଆଗକୁ ବଢିବା ଦରକାର ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।