କେବଳ ଏହାକୁ କରି ନିଅନ୍ତୁ, ୧୦ ବର୍ଷ ପୁରୁଣା ପିମ୍ପଲ ଓ କଳା ଦାଗ ବି ଦୂର ହୋଇଯିବ

ଯେତେବେଳେ ବି ଆମ ଚେହେରାରେ ପିମ୍ପଲ କିମ୍ବା ଅନ୍ୟ କିଛି ସମସ୍ୟା ଦେଖାଯାଏ ତେବେ ଆମେ ସର୍ବ ପ୍ରଥମେ କିଛି ସହଜ ଉପାୟକୁ ଆପଣାଇବାକୁ ସଠିକ ବୁଝିଥାଉ । କିନ୍ତୁ ବେଳେ ବେଳେ କିଛି ଉପାୟକୁ କରିବା ଦ୍ଵାରା କିମ୍ବା କିଛି କ୍ରିମ ଲଗାଇବା ଦ୍ଵାରା ଆମର ଚେହେରା ଆହୁରି ବି ଖରାପ ହୋଇଯାଏ । ଆମ୍ଭମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି କି ତାଙ୍କର ପିମ୍ପଲ କାହିଁକି ଓ କେଉଁ ଟାଇପର ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ହେଡ୍ସ ବହୁତ ପ୍ରକାରର ହୋଇଥାଏ ଯେମିତି କି ବ୍ଲାକହେଡ୍ସ, ହ୍ଵାଇଟହେଡ୍ସ, ଛୋଟ ପିମ୍ପଲ ଓ ବଡ ପିମ୍ପଲ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ପିମ୍ପଲ ହୋଇଥିବା ସମୟରେ କଣ ଖାଇବା ଉଚିତ, କଣ ନୁହେଁ, କେଉଁ ଫେସୱାସ, କେଉଁ ଉପାୟକୁ ଓ କେଉଁ କ୍ରିମକୁ ନିଜ ଚେହେରାରେ ଲଗାଇବା ଉଚିତ ଏହି ବିଷୟରେ କହିବାକୁ ଯାଉଛୁ ।

ଯେତେବେଳେ ବି ପିମ୍ପଲର ସମସ୍ୟା ଦେଖାଯାଏ ତେବେ ଲୋକମାନେ ଚେହେରାରେ କୌଣସି ପ୍ରକାରର ଉପାୟ କିମ୍ବା କ୍ରିମ ଲଗାଇବା ଉପରେ ଅଧିକ ବିଶ୍ଵାସ କରିଥାନ୍ତି । କିନ୍ତୁ ଆପଣ ନିଜର ଖାଦ୍ୟ ପେୟ ଓ ଲାଇଫଷ୍ଟାଇଲକୁ ଅଳ୍ପ ଚେଞ୍ଜ କରି ନିଜର ପିମ୍ପଲର ସମସ୍ୟାକୁ ଠିକ କରି ପାରିବେ । ଯଦି ଆପଣଙ୍କ ଖାଦ୍ୟ ପେୟ ଓ ଲାଇଫ ଷ୍ଟାଇଲ ଠିକ ନାହିଁ ତେବେ କୌଣସି ପ୍ରକାର କ୍ରିମ କିମ୍ବା ଉପାୟ ଆପଣଙ୍କ ଚେହେରାକୁ ଠିକ କରି ପାରିବ ନାହିଁ ।

ସେଥିପାଇଁ ଚେହେରା ଉପରେ କରୁଥିବା ଉପାୟ ସହିତ ଖାଦ୍ୟ ପେୟ ଓ ଲାଇଫଷ୍ଟାଇଲକୁ ବି  ଚେଞ୍ଜ କରିବା ବହୁତ ଜରୁରୀ ଅଟେ । ଆମର ଖାଦ୍ୟ ପେୟ ଆମ ଚେହେରାର ପିମ୍ପଲକୁ ବଢାଇବାରେ ଓ କମ କରିବାରେ ପ୍ରଭାବ ପକାଇଥାଏ । କିଛି ଖାଦ୍ୟ ଏମିତି ଅଛି ଯାହା ଆମର ପିମ୍ପଲକୁ ବଢାଇଥାଏ ତ ଅନ୍ୟ ପଟେ କିଛି ଖାଦ୍ୟ ଏମିତି ବି ଅଛି ଯାହା ପିମ୍ପଲର ସମସ୍ୟାକୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

ପିମ୍ପଲ ହୋଇଥିବା ସମୟରେ ଚିନି ଦ୍ଵାରା ତିଆରି ଖାଦ୍ୟ, କ୍ଷୀର, ତେଲ, ମଇଦା ଓ ଜଙ୍କଫୁଡ ଆଦି କମ ରୁ କମ ଖାଇବା ଉଚିତ । ଏହି ସବୁ ଜିନିଷ ଆମ ଶରୀରରେ ପିମ୍ପଲକୁ ବଢାଇଥାଏ । ଏହା ଛଡା ପିମ୍ପଲର ସମସ୍ୟା ପାଇଁ ପାଣିର ଭୂମିକା ବି ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆମ ଶରୀରରେ ପାଣିର ମାତ୍ରା କମ ହେଲେ କେବଳ ଆମ ଚେହେରା ପାଇଁ ନୁହେଁ ଆମ ଶରୀର ପାଇଁ ବି ବହୁତ ହାନି କାରକ ହୋଇଥାଏ ।

ଆପଣଙ୍କ ଚେହେରାରେ ପିମ୍ପଲ ହେଉ କିମ୍ବା ନ ହେଉ ସୁସ୍ଥ ଶରୀର ପାଇଁ ଆପଣଙ୍କୁ ଦିନକୁ ୩ ରୁ ୪ ଲିଟର ପାଣି ପିଇବା ଉଚିତ । ପିମ୍ପଲକୁ କମ କରିବା ପାଇଁ ଆପଣ ଏହି ସବୁ ଜିନିଷର ସେବନ କରନ୍ତୁ । ଯେମିତି କି କଳା ଅଙ୍ଗୁର, ଅଖରୋଟ, ଷ୍ଟ୍ରବେରୀ, ଗ୍ରୀନ ଟୀ, ଆପେଲ, ଟମାଟର,  ବ୍ରୋକଲି ଓ ପାଖାପାଖି ସମସ୍ତ ପ୍ରକାରର ସବୁଜ ପତ୍ର ଥିବା ଖାଦ୍ୟ ଖାଇବା ଉଚିତ । ଏହା ସହିତ ଆପଣ ଭିଟାମିନ A ଯୁକ୍ତ ଖାଦ୍ୟର ବି ସେବନ କରନ୍ତୁ ।

ଏହା ଛଡା ଯଦି ଆପଣଙ୍କର ପିମ୍ପଲ ହୋଇଛି ତେବେ ଲାଇଫଷ୍ଟାଇଲରେ କଣ ଚେଞ୍ଜେସ କରିବାକୁ ପଡିବ ଜାଣନ୍ତୁ । ଏଥିପାଇଁ ଆପଣଙ୍କୁ ଅତ୍ୟଧିକ ଟେନ୍ସନ ଭରା କାମରୁ ଦୂରେଇ ରହିବା ଉଚିତ । ଧୂମ୍ରପାନ, ମଦ ଇତ୍ୟାଦି ଜିନିଷର ସେବନ କରିବା ଠାରୁ ଦୂରରେ ରୁହନ୍ତୁ । ଏହା ସହିତ ଟାଇମରେ ଖାଆନ୍ତୁ ଓ ଟାଇମରେ ଶୋଇବାକୁ ଯାଆନ୍ତୁ ଓ ୭ ରୁ ୮ ଘଣ୍ଟା ବିଶ୍ରାମ କରନ୍ତୁ । ଏହା ସହିତ ଅତ୍ୟଧିକ ଖରାରେ ବାହାରକୁ ଯାଆନ୍ତୁ ନାହିଁ ।

ପିମ୍ପଲ ହେଉଥିବା ଚେହେରାରେ ସାବୁନ, ଫେସ ସ୍କ୍ରବ, କ୍ରିମ, ମେକପ କେବେ ବି ଲଗାଇବା ଉଚିତ ନୁହେଁ । ଏଥିପାଇଁ ଆପଣ ଏକ ଘରୋଇ ଉପାୟ ବ୍ୟବହାର କରି ପାରିବେ । ଏଥି ପାଇଁ ଆପଣ ଲିମ୍ବ ଓ ପୁଦିନା ପତ୍ରକୁ ଭଲ ଭାବେ ପେଶି ଏକ ଚାମଚ ଆଲୋବେରା ଜେଲ ରେ ଏକ ଚାମଚ ପୁଦିନା ପେଷ୍ଟ ଓ ଏକ ଚାମଚ ଲିମ୍ବ ପେଷ୍ଟକୁ ଭଲ ଭାବେ ମିଶାଇ ପୁରା ଚେହେରାରେ ଲଗାନ୍ତୁ । ଏହାକୁ ଆପଣ ରାତି ସାରା ଏହିପରି ଛାଡି ଦିଅନ୍ତୁ ଓ ସକାଳେ ଉଠି ଏହାକୁ ଧୋଇ ଦିଅନ୍ତୁ ।