ଚାନ୍ଦିର ଏହି ସବୁ ଜିନିଷକୁ ଘରେ ରଖିଲେ ଚମକିଥାଏ ଭାଗ୍ୟ, ଘର ପରିବାର ହୋଇଥାଏ ସୁଖମୟ

ସବୁ ବ୍ୟକ୍ତି ରାତି ଦିନ ଏକ କରି ବହୁତ କଷ୍ଟ କରନ୍ତି ଯାହା ଦ୍ଵାରା ସେମାନେ ଅଧିକରୁ ଅଧିକ ଟଙ୍କା କମାଇ ପାରିବେ ଓ ନିଜ ପରିବାରକୁ ସବୁ ପ୍ରକାରର ସୁଖ ଦେଇପାରିବେ । ହେଲେ ବହୁତ ଲୋକ କଷ୍ଟ କରି ମଧ୍ୟ ଫଳ ପାଇପାରନ୍ତି ନାହିଁ । ସେମାନଙ୍କର ଧନ ହାନି ହେବା ସହ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ ।

ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ଆପଣ ଠିକ ଭାବରେ ଉପଯୋଗ କଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ଆପଣ ସବୁ ପ୍ରକାରର ସୁଖ ପ୍ରାପ୍ତି କରିବା ସହ ଆପଣଙ୍କ ଆଗାମୀ ଜୀବନ ବହୁତ ସୁଖମୟ ହେବ । ଏହି ସୁଖମୟ ଜୀବନ ପାଇଁ ଆଜି ଆମେ ଆପଣଙ୍କୁ ଚାନ୍ଦିର ମହତ୍ଵ ବିଷୟରେ କହିବାକୁ ଯାଉଛୁ । ତେଣୁ ଯଦି ଆପଣ ଏହି ଜିନିଷ ଗୁଡିକ ନିଜ ଘରେ ରଖିବେ ତେବେ ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳି ଯିବ । ତେବେ ଆସନ୍ତୁ ଜାଣିବା ଚାନ୍ଦିର ବିଶେଷତ୍ଵ ବିଷୟରେ ।

ଚାନ୍ଦିର ବର୍ଗାକାର ଖଣ୍ଡ

ପରିବାରର ସୁଖ ସମୃଦ୍ଧି ଓ ଧନ ପ୍ରାପ୍ତି ପାଇଁ ଆପଣ ଏକ ଚାନ୍ଦିର ବର୍ଗାକାର ଖଣ୍ଡକୁ ନିଜ ଘରେ ରଖନ୍ତୁ । ଯଦି ଆପଣ ନିଜ ବ୍ୟାପାରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ପକେଟରେ ମଧ୍ୟ ଏହାକୁ ରଖିପାରିବେ ।

ଚାନ୍ଦିର ଡବା

ଯଦି ଆପଣଙ୍କୁ ନିଜ ଜୀବନରେ ରାହୁର ଖରାପ ପ୍ରଭାବର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଆପଣ ନିଜ ତିଜୋରିରେ ଏକ ଚାନ୍ଦିର ଡବା ରଖନ୍ତୁ ଓ ଏହି ଚାନ୍ଦିର ଡବାରେ ପାଣି ଭରି ଦିଅନ୍ତୁ । ପାଣି ସରିବା ପରେ ପୁନର୍ବାର ପାଣି ଭରି ରଖିଦିଅନ୍ତୁ । ଯଦି ଚତୁର୍ଥରେ ରାହୁ ଅଛନ୍ତି ତେବେ ଚାନ୍ଦିର ଡବାରେ ମହୁ ଭରି ଘର ବାହାରେ ଭୂମିରେ ପୋତି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ରାହୁ ଦୋଷ କଟିଯିବା ସହ ଆପଣଙ୍କ ଆଗାମୀ ଜୀବନ ସୁଖମୟ ହେବ ।

ଚାନ୍ଦିର ହାତୀ

ବ୍ୟାପାରରେ ଉନ୍ନତି ପାଇଁ ଆପଣ ନିଜ ଘରେ ଚାନ୍ଦିରେ ତିଆରି ହୋଇଥିବା ହାତୀକୁ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ବ୍ୟାପାରରେ ଉନ୍ନତି ହେବା ସହିତ ଆପଣଙ୍କୁ ପ୍ରଚୁର ଧନ ପ୍ରାପ୍ତି ହେବ ।

ଚାନ୍ଦିର ଚେନ ବା ଆଙ୍ଗୁଠି

ଯଦି କୌଣସି ବ୍ୟକ୍ତିର ବିବାହରେ ବିଳମ୍ବ ହେଉଛି ତେବେ ସେମାନେ ଚାନ୍ଦିର ଆଙ୍ଗୁଠିକୁ ଶୁକ୍ଲ ପକ୍ଷର ପ୍ରଥମ ସୋମବାର ସକାଳେ ଧାରଣ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ବିବାହ ବହୁତ ଶୀଘ୍ର ହୋଇଯିବ ।