ସବୁ ଦୁଃଖି ବ୍ୟକ୍ତିଙ୍କୁ କରିବା ଦରକାର ଶନି ଦେବତାଙ୍କର ଏହି ୩ଟି ଉପାୟ, ଖୁସିରେ ଭରିଯିବ ଜୀବନ

ଦୁଃଖ ଏକ ଏମିତି ପରିସ୍ଥିତି ଅଟେ, ଯାହା ସମସ୍ତଙ୍କ ଜୀବନରେ ବାରମ୍ବାର ଆସିଥାଏ । ସବୁ ମଣିଷଙ୍କ ଜୀବନରେ ଦୁଃଖ ଆସିଥାଏ, ହେଲେ କେତେ ଜଣଙ୍କ ଜୀବନରେ କମ ଦୁଃଖ ଥାଏ, ତ କେତେ ଜଣଙ୍କର ଅଧିକ । ସାଧାରଣତଃ ମଣିଷ ତା ଜୀବନରେ କିଛି ହରାଇ ଥାଏ ବା କିଛି ପାଇବା ପାଇଁ ଅଯୋଗ୍ୟ ହୋଇଥାଏ, ଯାହା ଫଳରେ ସେ ଦୁଃଖ ଅନୁଭବ କରିଥାଏ ।

ହେଲେ ଆଜି ଆମେ ଆପଣମାନଙ୍କୁ ଶନି ଦେବତାଙ୍କର ଏମିତି ୩ଟି ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କରି ବହୁତ ଶୀଘ୍ର ଦୁଃଖରୁ ମୁକ୍ତ ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ଦୀପ ଓ ମନ୍ତ୍ର

ସାଧାରଣତଃ ଲୋକମାନେ ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଦୀପ ଲଗାଇଥାନ୍ତି । ଦୁଃଖରୁ ମୁକ୍ତ ହେବା ପାଇଁ ଆପଣମାଙ୍କୁ ଏକ ଉପାୟ କରିବାକୁ ହେବ । ଦୀପ ଲଗାଇବା ବେଳେ ଧ୍ୟାନ ରଖିବେ କି ଆପଣ କେବଳ ସୋରିଷ ବା ରାଶି ତେଲର ଉପଯୋଗ କରିପାରିବେ । ଏହି ଦୀପରେ କଳା ରାଶି ପକାଇବେ ।

ଯେବେ ଏହି ଦୀପକୁ ଲଗାଇବେ ସେହି ସମୟରେ ଆପଣଙ୍କୁ ଏକ ଶନି ମନ୍ତ୍ରର ଜପ କରିବାର ଅଛି_ଓଁ ପ୍ରାଂ ପ୍ରୀଂ ପ୍ରୌଂ ସ: ଶନୈଶ୍ଚରାୟ ନମଃ । ଏହି ମନ୍ତ୍ରକୁ ଆପଣ ସାତ ଥର ହାତ ଯୋଡି ଜପ କରନ୍ତୁ । ଏହା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ଦୁଃଖ ଦୂର ହୋଇଯିବ । ଏହି ଉପାୟକୁ ସାତଟି ଶନିବାର ପର୍ଯ୍ୟନ୍ତ କରନ୍ତୁ ।

୨. ଘୋଡା ନାଲ

ଏହି ଉପାୟ ପାଇଁ ଆପଣ କଳା ରଙ୍ଗର ଘୋଡା ନାଲ କିଣି ଆଣନ୍ତୁ । ଏହାକୁ ଏକ କଳା କପଡା ଉପରେ ରଖନ୍ତୁ । ଏହା ପରେ ଶନି ଦେବତାଙ୍କ ପୂଜା ସମୟରେ ଏହି କପଡାକୁ ରଖନ୍ତୁ ଓ ନିଜ ପରିବାରର ସୁରକ୍ଷା ପାଇଁ ବିନତି କରନ୍ତୁ । ଏହା ପରେ ସେହି ଘୋଡା ନାଲକୁ ତେଲରେ ଧୋଇ ଦିଅନ୍ତୁ । ତା’ପରେ ଏକ କଳା ଫିତା ସହ ଘୋଡା ନାଲକୁ ନେଇ ନିଜ ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ରଖିଦିଅନ୍ତୁ ।

୩. କଳା ଫିତା

ଏଥିପାଇଁ ଆପଣଙ୍କୁ ଏକ ନଡିଆରେ ଏକ କଳା ଫିତା ବାନ୍ଧିବାକୁ ହେବ ଓ ସେହି କଳା ଫିତାକୁ ନେଇ ଶନିଙ୍କ ପୂଜା ସାମ୍ନାରେ ରଖିଦିଅନ୍ତୁ । ଆପଣଙ୍କୁ ଏହି ଓଁ :ଶନ୍ନୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପୀତୟେ ଶନ୍ୟୋରଭିସ୍ତ୍ରଵନ୍ତୁ ନ: ମନ୍ତ୍ରକୁ ୫୧ ଥର ଜପ କରିବାକୁ ହେବ । ଜପ କରିସାରିବା ପରେ କଳା ଫିତାକୁ ନଡିଆରୁ ଖୋଲି ନିଜ ହାତରେ ପିନ୍ଧି ଦିଅନ୍ତୁ । ଏହାଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ଜୀବନରେ ଥିବା ଦୁଃଖ ଦୂର ହୋଇଯିବ ।