ଏହାକୁ ମାତ୍ର ଥରେ ପିଇକି ଦେଖନ୍ତୁ, ଗ୍ୟାସ, ଏସିଡିଟି, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ପାଚନ ସମ୍ଵନ୍ଧିତ ସମସ୍ୟା ଥରକରେ ଭଲ ହେଇଯିବ- Health Tips

ବଦହଜମ ବା ଅଜୀର୍ଣ୍ଣ ପାଚନ ସହ ଜଡିତ ଏକ ସାଂଘାତିକ ସମସ୍ଯା ଅଟେ । ଏହା ଦ୍ଵାରା ପେଟର ଉପର ଭାଗରେ ବହୁତ ଧିକ ଯନ୍ତ୍ରଣା ଅନୁଭୂତ ହୁଏ । ଆମ ପେଟରେ ଯେଉଁ ଏସିଡ ତିଆରି ହୋଇଥାଏ, ତାହା ଯେତେବେଳେ ଆମ ପାଚନ ତନ୍ତ୍ରର ସୁରକ୍ଷାତ୍ମକ ସ୍ତରକୁ କ୍ଷତି ପହଞ୍ଚାଏ, ସେତେବେଳ ପେଟରେ ଜ୍ଵଳନ ଓ ପେଟ ଫୁଲିବା ପରି ସମସ୍ୟା ସୃଷ୍ଟି ହୋଇଥାଏ ।

ଯାହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଭୁଲ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ ଯୋଗୁଁ ଅଜୀର୍ଣ୍ଣତା ଭଳି ପେଟ ସମସ୍ଯା ଭୋଗିବାକୁ ପଡିଥାଏ । ଏପରି ସମସ୍ଯା ଠାରେ ଆରମ୍ଭ ହେଲେ ବହୁତ କଷ୍ଟ ହେବା ସହ ବାରମ୍ବାର ମଧ୍ୟ ହେବାର ସମ୍ଭାବନା ରହିଥାଏ । ଯାହା ମଧ୍ୟ ଖାଇଲେ ଠିକ ଭାବେ ହଜମ ହୋଇ ନ ଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର କହିବୁ ଯାହା ଦ୍ଵାର ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଏକ କାଗିଜି ଲେମ୍ବୁ । ଏକ କାଗିଜି ଲେମ୍ବୁ ନେଇ ତା ମଧ୍ୟ ଭାଗରେ ଏକ ଛୁରି ସାହାଯ୍ୟରେ ଟିକିଏ ଭିତର ପର୍ଯ୍ୟନ୍ତ ଏକ କଣା କରି ଦିଅନ୍ତୁ । ଏବେ କିଛି ସନ୍ଧବ ଲୁଣ ନିଅନ୍ତୁ । ସେହି ଛୁରି ସାହାଯ୍ୟରେ ସନ୍ଧବ ଲୁଣକୁ ଲେମ୍ବୁର କଣା କରିଥିବା ସ୍ଥାନରେ ଭଲ ଭାବେ ଭରି ଦିଅନ୍ତୁ । ଏବେ ଏକ କଣ୍ଟା ଚାମୁଚ ସାହାଯ୍ୟରେ ଲେମ୍ବୁକୁ ଭଲ ଭାବେ ଗେଞ୍ଜି ଧରନ୍ତୁ, ଯେପରି ଲେମ୍ବୁକୁ ନିଆଁରେ ଦେଖାଇବା ପାଇଁ ସୁବିଧା ହେବ ।

ଏହା ପରେ ଗ୍ଯାସ ଜଳାଇ ଲେମ୍ବୁକୁ କଣ୍ଟା ଚାମୁଚ ସାହାଯ୍ୟରେ ଧରି ଭଲ ଭାବେ ଗରମ କରି ଦିଅନ୍ତୁ । ଏହିପରି ଚାରି ରୁ ପାଞ୍ଚ ମିନିଟ ଯାଏ, ଲେମ୍ବୁକୁ ଗ୍ଯାସରେ ଭଲ ଭାବେ ଚାରିପଟ କରି ଗରମ କରି ନିଅନ୍ତୁ । ଏହା ପରେ ଏକ ଗ୍ଳାସ ପାଣି ନିଅନ୍ତୁ ଓ ଗରମ କରିଥିବା ଲେମ୍ବୁକୁ କାଟି ଦୁଇ ଫାଳ କରି ଦିଅନ୍ତୁ । ଏବେ ସେହି ଏକ ଗ୍ଳାସ ପାଣିରେ ଫାଳେ ଲେମ୍ବୁକୁ ଭଲ ଭାବେ ଚିପୁଡି ଦିଅନ୍ତୁ ଓ ଲେମ୍ବୁ ପାଣିକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ତା ପରେ ଏହି ମିଶ୍ରଣକୁ ସେବନ କରନ୍ତୁ ।

ଆପଣ ଚାହିଁଲେ ଲେମ୍ବୁକୁ ସନ୍ଧବ ଲୁଣ ଦେଇ ଗରମ କରିବା ସେହିପରି ସିଧାସଳଖ ମଧ୍ୟ ସେବନ କରି ପାରିବେ । ଆପଣ ଥରେ ଏହି ଉପାୟରେ ଲେମ୍ବୁକୁ ସେବନ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଗ୍ଯାସ, ଏସିଡିଟି, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଅନ୍ୟ ଯେକୌଣସି ପାଚନ ସମ୍ବନ୍ଧିତ ସମସ୍ଯା ବା ପେଟ ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଏହି ଉପଚାର ବହୁତ ଅଧିକ ଲାଭଦାୟକ ଅଟେ । ଦିନକୁ ଦୁଇ ଥର ଖାଦ୍ଯ ଖାଇବାର ଏକ ଘଣ୍ଟା ଆଗରୁ ଏହି ଲେମ୍ବୁ ମିଶ୍ରଣକୁ ଆପଣ ସେବନ କରି ପାରିବେ ।

ଏପରି କଲେ ଆପଣଙ୍କ ବାଦହଜମ ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଏହା ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହା ଦ୍ଵାରା ଆପଣଙ୍କ ଶରୀରକୁ କୌଣସି କ୍ଷତି ହେବ ନାହିଁ । ଏହା ଆପଣଙ୍କ ପାଚନ ଶକ୍ତି ବୃଦ୍ଧି କରିବାକୁ ଓ ଖାଦ୍ୟକୁ ଶୀଘ୍ର ହଜମ କରିବାକୁ ଏକ ଚମତ୍କାରୀ ଘରୋଇ ଉପଚାର ଅଟେ । କେବଳ ୧୫ ଦିନ ପର୍ଯ୍ୟନ୍ତ ଏହା ସେବନ କରି ଦେଖନ୍ତୁ, ନିଶ୍ଚୟ ସୁଫଳ ପାଇବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।