କେବଳ ୧ ମିନିଟରେ ଏହିପରି କରନ୍ତୁ ପାଟିର ଦୁର୍ଗନ୍ଧର ଚିକିତ୍ସା

ପାଟିରୁ ଦୁର୍ଗନ୍ଧ ଆସିବା ଏକ ସାମାନ୍ୟ ସମସ୍ୟା ଅଟେ, ଏହି ସମସ୍ୟା ପାଇଁ ବହୁତ ଲୋକ ଚିନ୍ତାରେ ଅଛନ୍ତି । ଯେଉଁ ମାନଙ୍କ ପାଟି ଦୁର୍ଗନ୍ଧ ହୁଏ, ସେମାନଙ୍କ ସହ ଅନ୍ୟ କୌଣସି ଲୋକ କଥା ହେବା ପାଇଁ ଇଛା କରନ୍ତି ନାହିଁ । ଏହି ଲୋକମାନଙ୍କ ସହ କୌଣସି ଲୋକ ଭଲ ଭାବରେ ମିଶି ପାରନ୍ତି ନାହିଁ । ଏହି ଲୋକମାନଙ୍କୁ ଅପମାନିତ ମଧ୍ୟ କରାଯାଇଥାଏ । ଏହି ଦୁର୍ଗନ୍ଧ ବିଭିନ୍ନ କାରଣ ପାଇଁ ହୋଇପାରେ । ପାଟିରେ ଇନଫେକ୍ସନ ହେବା, ଭଲ ଭାବରେ ପେଟ ସଫା ନହେବା, ଠିକ ସେ ବ୍ରସ ନକରିବା ଓ ନିଜ ଟଙ୍ଗକୁ କ୍ଳିନ ନକରିବା ଆଦି କାରଣରୁ ଏହି ସମସ୍ୟା ହୋଇଥାଏ ।

ଅଧିକାଂଶ ଲୋକ ମାର୍କେଟରୁ ମିଳୁଥିବା ମାଉଥୱାସ ଓ ପେଷ୍ଟ ଆଦିର ବ୍ୟବହାର କରନ୍ତି, ହେଲେ ଏହା ଦ୍ଵାରା ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୁଏ ନାହିଁ । ସେଥିପାଇଁ ଆଜି ଆମେ ଆପଣମାନଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ, ଯାହାଦ୍ୱାରା ଆପଣ ପାଟିରେ ହେଉଥିବା ଦୁର୍ଗନ୍ଧର ଚିକିତ୍ସା ୧ ମିନିଟ ମଧ୍ୟରେ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଚିକିତ୍ସା ବିଷୟରେ ।

msn

 

୧. ସବୁ ଦିନ ସକାଳେ ଉଠିଲା ପରେ ଓ ରାତିରେ ଶୋଇଲା ପୂର୍ବରୁ ଦୁଇ ଥର ବ୍ରସ କରନ୍ତୁ ।

୨. ଆପଣଙ୍କୁ ବ୍ରସ କରିସାରିବା ପରେ ନିଜ ଟଙ୍ଗକୁ ଭଲ ଭାବରେ କ୍ଳିନ କରିବାକୁ ପଡିବ । ବହୁତ ଲୋକ ବ୍ରସ କରି ନିଜ ଟଙ୍ଗକୁ କ୍ଳିନ କରନ୍ତି ନାହିଁ । ଏହା ଦ୍ଵାରା ସେମାନଙ୍କ ପାଟି ଦୁର୍ଗନ୍ଧ ହୋଇଥାଏ ।

୩. ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣିରେ କୁଳି କରନ୍ତୁ, ଏହା ଆପଣଙ୍କ ପାଟି ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ପାଟିରେ ରହିଯାଇଥିବା ଖାଦ୍ୟ ସଫା ହୋଇଯାଏ, ଯାହାଫଳରେ ପାଟିରୁ ଦୁର୍ଗନ୍ଧ ଆସିନଥାଏ ।

୪. ଯଦି ଆପଣଙ୍କ ପାତିରୁ ଅଧିକ ଦୁର୍ଗନ୍ଧ ଆସୁଛି ତେବେ ଏଥିପାଇଁ ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ହାଲ୍କା ଉଷୁମ ପାଣିରେ ଲେମ୍ବୁ ମିଶାଇ କୁଳି କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପାଟିର ଦୁର୍ଗନ୍ଧ ବହୁତ ଶୀଘ୍ର ଦୂର ହେବ ।

୫. ଖାଦ୍ୟ ଖାଇବା ପରେ ଆପଣ କୁଳି କରନ୍ତୁ ଓ ଏହାପରେ ଏକ ଚୁଇଙ୍ଗମକୁ ଚୋବାନ୍ତୁ । ଏହା ଦ୍ଵାରା ଆପଣଙ୍କ ପାଟିରେ ଥିବା ଅଳ୍ପ କିଛି ଖାଦ୍ୟ ଦାନା ଚୁଇଙ୍ଗମ ମାଧ୍ୟମରେ ସଫା ହୋଇଯାଏ ଓ ଯାହା ଦ୍ଵାରା ପାଟି ଦୁର୍ଗନ୍ଧ ହୋଇ ନଥାଏ ।

୬. ଯଦି ଆପଣଙ୍କ ଦାନ୍ତ ଖରାପ ହୋଇଯାଇଥିବ ତେବେ ଏହା ଦ୍ଵାରା ମଧ୍ୟ ଆପଣଙ୍କ ପାଟି ଦୁର୍ଗନ୍ଧ ହେବ । ତେଣୁ ଏହାକୁ ଦୂର କରିବା ପାଇଁ ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ଅଳ୍ପ ସୋରିଷ ତେଲରେ ଅଳ୍ପ ଲୁଣ ମିଶାନ୍ତୁ ଓ ଏହାକୁ ନିଜ ଆଙ୍ଗୁଠିରେ ନେଇ ଦାନ୍ତକୁ ସଫା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଦାନ୍ତ ମଝବୁତ ହେବା ସହିତ ଆପଣଙ୍କ ପାଟିର ଦୁର୍ଗନ୍ଧ ଦୂର ହୋଇଯିବ ।