କେବଳ 2ଟି ଖୁଣ୍ଟରେ ଛିଡା ହୋଇଛି ବିଶାଳ ପୋଲ, 12ଟା ବାଜିଲେ ସାଇରନ ଶୁଣି ବ୍ରିଜ୍ ବନ୍ଦ ନକଲେ ଘଟିପାରେ ଏଭଳି ଭୟଙ୍କର ଘଟଣା !

ଦୁନିଆରେ କିଛି ଏପରି ଐତିହାସିକ ବ୍ରିଜ ରହିଛି ଯାହା ନିଜର ସ୍ଵତନ୍ତ୍ରତା ପାଇଁ ସାରା ଦୁନିଆରେ ଜଣାଶୁଣା । ଆମ ଦେଶ ଭାରତରେ ମଧ୍ୟ ଏପରି ଏକ ବିଶ୍ଵ ପ୍ରସିଦ୍ଧ ପୋଲ ରହିଛି । ଆଶ୍ଚର୍ଯ୍ୟକର କଥା ହେଉଛି, ଆଜି ପର୍ଯ୍ୟନ୍ତ ଏରହି ପୋଲର ଉଦଘାଟନ ହୋଇନାହିଁ । ଆମେ କହୁଛୁ କଲିକତାର ପ୍ରସିଦ୍ଧ ହାଓଡ଼ା ବ୍ରିଜ କଥା । 80 ବର୍ଷ ତଳେ 2050 ଫୁଟ୍ ଲମ୍ବର ଏହି ପୋଲଟିକୁ ତିଆରି କରାଯାଇଥିଲା । 1942ରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ହାଓଡ଼ା ବ୍ରିଜ ଠାରୁ କିଛି ଦୂରରେ ବୋମା ପଡିଥିଲେ ମଧ୍ୟ ଏହାର କିଛି କ୍ଷୟକ୍ଷତି ହୋଇ ନଥିଲା ।

ଏହି ବ୍ରିଜ ଦ୍ଵାରା କଲିକତାରେ ଯାତାୟାତ ସୁବିଧା ହେଲା ଓ ବ୍ରିଜଟି ପୂର୍ବେ ଯେପରି ଥିଲା ଆଜି ବି ସେମିତି ରହିଛି । ନଦୀ ଉପରେ ହୋଇଥିବା ଏହି ଭସାପୋଲର ନିର୍ମାଣ 1936 ମସିହାରେ ଆରମ୍ଭ ହୋଇ 1942ରେ ଶେଷ ହୋଇଥିଲା । ସେହି ସମୟରେ ଏହି ପୋଲ ଦୁନିଆର ସବୁଠୁ ବଡ ପୋଲ ଲିଷ୍ଟରେ ତୃତୀୟ ନଂରେ ରହିଥିଲା । ହେଲେ ଏହି ବ୍ରିଜର ଉଦଘାଟନ ହୋଇପାରିଲା ନାହିଁ । ପରେ 1965 ମସିହାରେ ରବୀନ୍ଦ୍ରନାଥ ଟାଗୋରଙ୍କ ନାଁରେ ଏହାର ନାଁ ରବୀନ୍ଦ୍ର ସେତୁ ରଖାଗଲା ।

ଏହି ବ୍ରିଜକୁ ନିର୍ମାଣ କରିବା ପାଇଁ 26,500 ଟନ୍ ର ଷ୍ଟିଲ ବ୍ୟବହାର କରାଯାଇଥିଲା । ଏହି ବ୍ରିଜର ବିଶେଷତ୍ଵ ହେଉଛି ନଦୀର ଦୁଇ ପାର୍ଶ୍ଵରେ 280 ଫୁଟ୍ ଉଚ୍ଚର ଦୁଇଟି ଖୁଣ୍ଟ ଉପରେ ଠିଆ ହୋଇଥିବା ବେଳେ ଏହି ଦୁଇ ଖୁଣ୍ଟ ମଧ୍ୟରେ 1500 ଫୁଟ୍ ର ଦୂରତା ରହିଛି । ଏହି ଦୁଇଟି ଖୁଣ୍ଟ ବ୍ଯତୀତ ଏହା ମଝିରେ ଆଉ କୌଣସି ଖୁଣ୍ଟ ନାହିଁ ।

ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ବ୍ରିଜରେ କେଉଁଠି ନଟ୍ ବୋଲ୍ଟ ମଧ୍ୟ ଲାଗିନାହିଁ । ଠିକ 12ଟା ବାଜିଲେ ଏହି ବ୍ରିଜକୁ ବନ୍ଦ କରି ଦିଆଯାଏ । କୁହାଯାଏ କି ଏହି ବ୍ରିଜ ର ଚାବି ମଧ୍ୟ ଅଛି, ଯାହାକି ଇଂରେଜଙ୍କ ପାଖରେ ଅଛି ଏବଂ ସେମାନେ ଭାରତକୁ ତାହା ଦେଇନାହାନ୍ତି । କୁହାଯାଏ କି ଯେତେବେଳେ କିଛି ବଡ ପୋଲ ନିର୍ମାଣ କରାଯାଏ ସେହି ସ୍ଥାନରେ ମଣିଷ ବଳୀ ପକାଯାଏ । କିଛି ଲୋକ ସେହି ଠାରେ ଜୀବନ ହାରିବା ପରେ ତିଆରି ହୋଇଥିବା ବ୍ରିଜ ମଜବୁତ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କାହିଁକି 12ଟା ବାଜିଲେ ବନ୍ଦ ହୋଇଯାଏ ହାଓଡ଼ା ବ୍ରିଜ । ଯେଉଁ ଇଞ୍ଜିନିୟର ମାନେ ଏହି ହାଓଡ଼ା ବ୍ରିଜକୁ ତିଆରି କରିଥିଲେ ସେମାନେ କହିଥିଲେ କି 12ଟା ବାଜିଲେ ଏହି ବ୍ରିଜକୁ ଯଦି ବନ୍ଦ ନ କରାଯାଏ ତେବେ ଏହା ଭୁଷୁଡିଯିବ । ହେଲେ ଏହା ଦିନ 12ଟା କି ରାତି 12ଟାରେ ବନ୍ଦ ହେବା କଥା କୁହାଯାଏ ଏହି ଖବର କାହା ପାଖେ ନାହିଁ ।

ସେଥିପାଇଁ ଏବେବି 12ଟା ବାଜିଲେ କିଛି ସମୟ ପାଇଁ ହାଓଡ଼ା ବ୍ରିଜକୁ ବନ୍ଦ କରାଯାଉଛି । ବଡ ବଡ ଜାହାଜ ଆସିଲେ ଏହି ବ୍ରିଜ ଯେପରି ଖୋଲା ଯାଇପାରିବ ଏହାକୁ ସେଭଳି ନିର୍ମାଣ କରାଯାଇଥିଲା । ଆଉ ବ୍ରିଜର ଚାବି ଇଂରେଜଙ୍କ ପାଖରେ ଅଛି ବୋଲି କୁହାଯାଏ ।

ତେବେ ଏହି କଥା କେତେ ସତ ତାହା ଆଜି ମଧ୍ୟ ରହସ୍ୟମୟ ହୋଇ ରହିଛି । ଏହି ବ୍ରିଜ ନିହାତି ଭାବେ ଦୁନିଆର ଏକ ଆଶ୍ଚର୍ଯ୍ୟ କହିଲେ ଭୁଲ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।