ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରାକୃତିକ ପତ୍ର ବିଷୟରେ କହିବୁ ଯାହାର ମହତ୍ଵ ଆୟୁର୍ବେଦରେ ହଜାର ହଜାର ବର୍ଷ ଧରି ରହିଛି । ଏହି ପତ୍ରର ଧାର୍ମିକ ମହତ୍ଵ ଥିବା ସହ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ଚମତ୍କାରୀ ପତ୍ର ବିଷୟରେ । ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟରେ କହୁଛୁ ତାହା ହେଉଛି, ଓସ୍ତଗଛର ପତ୍ର (Sacred Fig Leaf) । ଓସ୍ତଗଛକୁ ପୂଜା କରିଯିବା ସହ ଏହି ଗଛର ଚେର, ଡାଳ, ଛାଲ, ପତ୍ର ସବୁକିଛି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ ।
ଏହି ପତ୍ର ବାତ, ପିତ ଓ କଫ ଦୋଷକୁ ଦୂର କରିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ମୋଟାପଣକୁ ମଧ୍ୟ ଦୂର କରିଥାଏ । ଏହି ପତ୍ର ଆମ ଶରୀରର କୋଲୋଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ମଧୁମେହ ଭଳି ରୋଗକୁ ଏହି ପତ୍ର ଭଲ କରିବା ସହ ଲିଭରକୁ ମଧ୍ୟ ସୁସ୍ଥ ରଖିଥାଏ । ତ୍ଵଚା ସମ୍ବନ୍ଧିତ ସମସ୍ଯା ପାଇଁ ଏହା ରାମବାଣ ଭଳି କମ କରିଥାଏ । ଏହାର ପତ୍ରକୁ ବାଟି କୌଣସି ଘା’ ଉପରେ ଲଗାଇଲେ ତାହା ସଂପୂର୍ଣ୍ଣ ଭଲ ହୋଇଯାଏ ।
ଏହାସହ ଶ୍ଵାସରୋଗ, ଦାନ୍ତବିନ୍ଧା ଏବଂ ପେଟ ଯନ୍ତ୍ରଣା ତଥା ଡାଇରିଆ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏହି ପତ୍ରକୁ ଆପଣ ଜୁସ୍ ବା କାଢା ବନେଇ ପିଇପାରିବେ କିମ୍ବା ଏହାଏ ଗୋଟିଏ କଅଁଳିଆ ପତ୍ରକୁ ଚୋବେଇକି ଖାଇପାରିବେ । କେଉଁ ରୋଗ ପାଇଁ ଏହାକୁ କିଭଳି ସେବନ କରିବେ ତାହା ଜାଣିରଖିବା ଉଚିତ ।
ଅନେକ ଧାର୍ମିକ ଗ୍ରନ୍ଥରେ ଏହି ଗଛର ମହତ୍ଵ ବର୍ଣ୍ଣିତ ରହିଛି । ଆପଣ ତିନିରୁ ଚାରୋଟି ଓସ୍ତପତ୍ରକୁ ନେଇ ଭଲଭାବେ ଧୋଇ ଦିଅନ୍ତୁ ଓ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଏକ ପାତ୍ରରେ ରଖନ୍ତୁ । ଏବେ ଏଥିରେ ଏକ ଗ୍ଳାସ ପାଣି ଦେଇ ଗ୍ଯାସରେ ୫-୭ମିନିଟ ଯାଏଁ ଭଲଭାବେ ଫୁଟାନ୍ତୁ । ଏହାଦ୍ବାରା ଏହି ପତ୍ରର ସବୁ ପୋଷକତତ୍ତ୍ବ ପାଣିକୁ ଆସିଯିବ । ପେଟ ସମ୍ବନ୍ଧିତ ରୋଗ ସହ ହୃଦରୋଗ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଶକ୍ତିଶାଳୀ ଅଟେ ।
ଆପଣ ଚାହିଁଲେ ଓସ୍ତପତ୍ରକୁ ଏହିଭଳି ପାଣିରେ ଫୁଟାଇ କାଢା ଭଳି ସେବନ କରିପାରିବେ କିମ୍ବା ଦୁଇଟି ଓସ୍ତପତ୍ରକୁ ରାତିସାରା ପାଣିରେ ଭିଜାଇ ରଖି ସକାଳୁ କେବଳ ସେହି ପାଣିକୁ ଫୁଟାଇ ସେବନ କରିପାରିବେ । ୪-୫ଦିନ ଏହି ଉପଚାରକୁ ପ୍ରୟୋଗ କରି ଦେଖନ୍ତୁ ହୃଦୟ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହୋଇଯିବ ।
ବ୍ଲଡ଼ସୁଗାର ଲେବୁଲକୁ ଏହି ଉପଚାର ନିୟନ୍ତ୍ରଣରେ ରଖିଥାଏ । ଏହି ପତ୍ର ଏତେ ଚମତ୍କାରୀ ଯେ ଶରୀରର ହଜାରେରୁ ଅଧିକ ରୋଗକୁ ଭଲ କରିଥାଏ । ଶିରରେ ଥିବା ବ୍ଲକେଜକୁ ଖୋଲିବାରେ ଏହା ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ । ଓସ୍ତପତ୍ରକୁ କେବଳ ବାଟି ଆପଣ ଯଦି ନିଜ ଚର୍ମ ସଂକ୍ରମଣ ଦେଉଥିବା ସ୍ଥାନରେ ଲଗାଇବେ ତାହା ସଂପୂର୍ଣ୍ଣ ଦୂର ହୋଇଯିବ ।
ପୁରୁଣାରୁ ପୁରୁଣା ଆଣ୍ଠୁଗଣ୍ଠି ସମସ୍ଯା ଦୂର କରିବାରେ ମଧ୍ୟ ଏହା ଚମତ୍କାରୀ ଔଷଧ ଭାବେ କାମ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।