ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଏହି କଥା, କାହାର ୧୨ ପତ୍ରକୁ ଯିବା ପୂର୍ବରୁ ଆପଣ ବି ଜାଣି ନିଅନ୍ତୁ ଏହି କଥା

ଏହି ପୃଥିବୀରେ ଜନ୍ମ ନେଉଥିବା ସମସ୍ତ ମଣିଷକୁ ଦିନେ ନା ଦିନେ ନିଶ୍ଚିତ ଏହି ଦୁନିଆ ଛାଡି ଯିବାକୁ ପଡେ, ଅର୍ଥାତ ତାହାର ମୁର୍ତ୍ୟୁ ନିଶ୍ଚିତ ଅଟେ । ଆଜି ପର୍ଯ୍ୟନ୍ତ ଏମିତି କେହି ଜନ୍ମ ହୋଇ ନାହାନ୍ତି, ଯିଏକି ସବୁଦିନ ପାଇଁ ଜୀବିତ ରହି ଥିବେ । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିର ମୁର୍ତ୍ୟୁ ହୋଇଯାଏ ତେବେ ତାହାର ଆତ୍ମା ଶାନ୍ତି ପାଇଁ ପୂଜା ପାଠ କରାଯାଏ ।

ତାଙ୍କର ପରିଜନମାନଙ୍କ ଦ୍ଵାରା ମୁର୍ତ୍ୟୁର ୧୨ ଦିନରେ ଭୋଜନର ଆୟୋଜନ କରାଯାଏ । ବର୍ତ୍ତମାନ ବଡ ପ୍ରଶ୍ନ ଉଠୁଛି କି କଣ କାହାର ୧୨ ପତ୍ରରେ ଯାଇ ଭୋଜନ କରିବା ଠିକ ହୋଇଥାଏ, କି ନାହିଁ ?

କେଉଁଠୁ ଆସିଲା ୧୭ତମ ସଂସ୍କାର :

ଏହି ପ୍ରଶ୍ନ ପ୍ରାୟତଃ ସମସ୍ତଙ୍କ ମନରେ ଆସିଥାଏ କି କୌଣସି ଲୋକର ମୁର୍ତ୍ୟୁର ୧୨ ଦିନରେ ଯାଇ ଭୋଜନ ଗ୍ରହଣ କରିବାରେ କେତେକ ଲୋକମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ, କିନ୍ତୁ କେତେକ ଲୋକଙ୍କୁ ୧୨ ଦିନରେ ଯାଇ ଭୋଜନ ଖାଇବାକୁ ଭଲ ଲାଗେ ନାହିଁ । ହିନ୍ଦୁ ଧର୍ମରେ ୧୬ଟି ସଂସ୍କାର ବିଷୟରେ କୁହାଯାଇଛି । ଏଥିରେ ପ୍ରଥମ ସଂସ୍କାର ଗର୍ଭାଧାନ ଅଟେ ଓ ଶେଷ ସଂସ୍କାର ଅଂନ୍ତେଷ୍ଟି ଅଟେ ।

ଏହା ପରେ ଅନ୍ୟ କୌଣସି ସଂସ୍କାର ହୋଇ ନଥାଏ । ବର୍ତ୍ତମାନ ଆପଣମାନେ ଭାବୁଥିବେ କି ଯଦି ୧୬ ଟି ସଂସ୍କାର ବିଷୟରେ କୁହାଯାଇଛି ତେବେ ୧୭ ତମ ସଂସ୍କାର କେଉଁଠୁ ଆସିଲା ?

ଶ୍ରୀକୃଷ୍ଣ ଦୁର୍ଜ୍ୟୋଧନଙ୍କୁ କହିଲେ ସନ୍ଧି କରିବା ପାଇଁ :

ଏହାକୁ ଆମେ ଭଲ ଭାବରେ ବୁଝାଇବା ପାଇଁ ମହାଭାରତର ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ । ଏହା ପରେ ଆପଣ ବୁଝି ପାରିବେ କି କାହାର ମୁର୍ତ୍ୟୁଭୋଜନରେ ଯିବା ଉଚିତ ଅଟେ କି ନାହିଁ । ଶ୍ରୀ କୃଷ୍ଣ ନିଜେ ଦୁଃଖ କିମ୍ବା ଶୋକରେ କରାଯାଉଥିବା ଭୋଜନକୁ ଗ୍ରହଣ କରିବା ଦ୍ଵାରା ତାହା ଶରୀରର ଊର୍ଜାକୁ ନାଶ କରେ ବୋଲି କହିଛନ୍ତି ।

ଏହି କାହାଣୀ ଅନୁସାରେ ମହାଭାରାତର ଯୁଦ୍ଧ ଆରମ୍ଭ ହେବାର ଥିଲା । ମହାଭାରତର ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଦୁର୍ଯୋଧନଙ୍କ ଘରକୁ ଯାଇ ତାଙ୍କୁ ସନ୍ଧି କରିବା ପାଇଁ କହିଲେ । ଶ୍ରୀକୃଷ୍ଣ ଦୁର୍ଯୋଧନଙ୍କୁ ଯୁଦ୍ଧ ନ କରିବା ପାଇଁ କହିଲେ କିନ୍ତୁ ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କର କଥା ଶୁଣିଲେ ନାହିଁ ।

ମନ ଦୁଖରେ ଅଛି ତେବେ ଗ୍ରହଣ କରିବା ଉଚିତ ନୁହେଁ ଭୋଜନ :

ଏହା ଦ୍ଵାରା ଶ୍ରୀକୃଷ୍ଣଙ୍କୁ ବହୁତ ଦୁଃଖ ହୋଇଥିଲା । ସେହି ସମୟରେ ଶ୍ରୀକୃଷ୍ଣ ଫେରି ଯାଉଥିଲେ କି ଦୁର୍ଯୋଧନ ତାଙ୍କୁ ଭୋଜନ ଗ୍ରହଣ କରିବା ପାଇଁ କହିଲେ । ଦୁର୍ଯୋଧନଙ୍କର କଥା ଶୁଣି ଶ୍ରୀକୃଷ୍ଣ କହିଲେ କି, “ସମ୍ପ୍ରୀତି ଭୋଜ୍ୟାନି ଆପଦା ଭୋଜ୍ୟାନି ବା ପୁନୈ: । ଏହାର ଅର୍ଥ ଯେତେବେଳେ ଖାଇବା ଦେଉଥିବା ବ୍ୟକ୍ତିର ମନ ପ୍ରସନ୍ନ ଥିବ, ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିର ବି ମନ ପ୍ରସନ୍ନ ହେବ ତେବେ ଭୋଜନ ଗ୍ରହଣ କରିବା ଉଚିତ ।

ଏହାର ଓଲଟା ଯେତେବେଳେ ଖାଇବାକୁ ଦେଉଥିବା ଓ ଖାଦ୍ୟ ଗ୍ରହଣ କରୁଥିବା ଉଭୟ ବ୍ୟକ୍ତିଙ୍କର ମନ ଦୁଃଖି ଥିବ ତେବେ ଏହି ପରିସ୍ଥିତିରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ । ମହାଭାରତର ଏହି କାହାଣୀକୁ ପରେ ମୁର୍ତ୍ୟୁଭୋଜ ସହିତ ଯୋଡି କରି ଦେଖାଗଲା ।

କୌଣସି ବି ବ୍ୟକ୍ତିର ପରିଜନର ମୁର୍ତ୍ୟୁ ପରେ ତା’ର ମନ ବହୁତ ଦୁଃଖ ଥାଏ । ଏମିତିରେ କେହି କେମିତି ଖୁସି ହୋଇ ଭୋଜନର ଆୟୋଜନ କରି ପାରିବେ ଓ ସେଠାରେ ଯିଏ ଏହି ଭୋଜନରେ ସାମିଲ ହୁଅନ୍ତି, ସେମାନେ ବି ଦୁଃଖ ମନରେ ହିଁ ସାମିଲ ହୁଅନ୍ତି । ସେଥିପାଇଁ ଏହିଭଳି ଭୋଜନକୁ ଗ୍ରହଣ କଲେ ଊର୍ଜାର ବିନାଶ ହୋଇଥାଏ । କିଛି ଲୋକମାନଙ୍କର କହିବା ଅଟେ କି ୧୨ ଦିନର ସଂସ୍କାର ସମାଜର କିଛି ଚାଲାଖ ଲୋକମାନଙ୍କର ମସ୍ତିସ୍କର ବିକାର ଅଟେ ।

ମହର୍ଷି ଦୟାନନ୍ଦ ସରସ୍ୱତୀ, ପଣ୍ଡିତ ଶ୍ରୀରାମ ଶର୍ମା, ସ୍ୱାମୀ ବିବେକାନନ୍ଦ ଭଳି ଲୋକମାନେ କାହାର ମୁର୍ତ୍ୟୁ ପରେ ମୁର୍ତ୍ୟୁଭୋଜର ଆୟୋଜନକୁ ବହୁତ ବିରୋଧ କରିଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।