କଥା କଥାରେ କାନ୍ଦୁ ଥିବା ଅଟନ୍ତି ଖାସ, ଯଦି ଆପଣଙ୍କୁ ବି ଆସିଥାଏ ବାରମ୍ବାର କାନ୍ଦ, ତେବ ଜାଣନ୍ତୁ ଆପଣଙ୍କ ଭିତରେ ବି ଅଛି ଏହି ଖାସ କଥା

ଭାବନା ସମସ୍ତଙ୍କ ମଧ୍ୟରେ ଥାଏ । ଯେତେବେଳେ କୌଣସି ବ୍ୟକ୍ତି ବହୁତ ଖୁସି ହୋଇଥାଏ ତେବେ ସେ ହସିବାକୁ ଲାଗେ ଏବଂ ଦୁଖୀ ହେଲେ କାନ୍ଦି ଥାଏ । କିନ୍ତୁ ବ୍ୟକ୍ତିଙ୍କୁ ଅଧିକ ଖୁସି ମିଳିଲେ ବି ତାହାର ଆଖିରୁ ଲୁହ ଚାଲିଆସେ । କଥା କଥାରେ କାନ୍ଦୁ ଥିବା ଲୋକମାନଙ୍କୁ କମଜୋର ବୋଲି କୁହାଯାଏ । କିନ୍ତୁ ଏହା ସତ ନୁହେଁ । ସେମାନେ କେବେ ବି କମଜୋର ହୁଅନ୍ତି ନାହିଁ ।

ଏକ ରିପୋର୍ଟ ଅନୁସାରେ ଏହି ଲୋକମାନେ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ବହୁତ ଅଲଗା ହୋଇଥାନ୍ତି । ଆଜି ଆମେ କଥାବାର୍ତ୍ତା କରିବୁ ଏହି ବିଷୟରେ କି ବାରମ୍ବାର କାନ୍ଦୁ ଥିବା ଲୋକମାନଙ୍କ ମଧ୍ୟରେ କଣ ଅଛି ଏମିତି ଲୋକମାନେ କେଉଁ ଜିନିଷରେ ହୋଇଥାନ୍ତି । ଆସନ୍ତୁ ଜାଣିବା ।

କଥା କଥାରେ କାନ୍ଦୁଥିବା ଲୋକମାନଙ୍କର

·    କଥା କଥାରେ କାନ୍ଦୁଥିବା ବ୍ୟକ୍ତିଙ୍କୁ ଭୁଲରେ ବି କମଜୋର ଭାବିବେ ନାହିଁ । ଏହିଭଳି ଲୋକମାନେ ମନ ଭିତରୁ ବହୁତ ମଜବୁତ ହୋଇଥାନ୍ତି । କୌଣସି ବି ଅସୁବିଧା ହେଉ ଏମାନେ ସମ୍ଭାଳି ନିଅନ୍ତି । କାନ୍ଦିବାର ଅର୍ଥ ନୁହେଁ କି ସେମାନେ କମଜୋର ଅଟନ୍ତି । କାନ୍ଦିବା ଦ୍ଵାରା ସେମାନେ ନିଜକୁ ଭଲ ଏବଂ ମଜବୁତ ମନେ କରନ୍ତି ।

·    କାନ୍ଦିବା ଦ୍ଵାରା ମନୁଷ୍ୟର ଦୁଖ ଦୂର ହୋଇଥାଏ । ବ୍ୟକ୍ତି ଦୁଖରେ ଥିଲେ ତାହକୁ କାନ୍ଦିବା ପାଇଁ କୁହାଯାଏ କାରଣ ଦୁଖୀ ଥିଲେ କାନ୍ଦିବା ଏକ ଔଷଧ ଭଳି କାମ କରିଥାଏ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ଦୁଖ ଏବଂ କଷ୍ଟ ଲୁହରେ ବାହାରି ଯାଏ ।

·    ଆଜିକାଲି ସମୟରେ ଇମୋଶନଲ ଇଂଟେଲିଜେଂସ କିମ୍ବା ଇମୋଶନଲ କୋଶେଂଟକୁ ଲୋକମାନେ ଅଲଗା ଭାବରେ ଦେଖନ୍ତି । ଯେମିତି କି ଯଦି କୌଣସି ବ୍ୟକ୍ତି ଦୁଖୀ ଅଛି ଏବଂ କାନ୍ଦୁଛି ତେବ ତାହାର ସାଥ ଦେବା ପାଇଁ ସାମନାରେ ଥିବା ବ୍ୟକ୍ତି ବି କାନ୍ଦି ବାକୁ ଲାଗେ । ଯାହାକୁ ଏକ ଭଲ ବୋଲି କୁହାଯାଏ ।

·    କଥା କଥାରେ କାନ୍ଦୁଥିବା ଲୋକମାନଙ୍କ ହୃଦୟରେ କୌଣସି ପ୍ରକାରର ଛନ୍ଦ କପଟ ନଥାଏ । ଏହି ବ୍ୟକ୍ତିମାନେ ଅନ୍ୟଲୋକମାନଙ୍କ ପାଇଁ ଭଲ ଚିନ୍ତାଧାରା ରଖନ୍ତି ।

·    କିନ୍ତୁ ପ୍ରାୟତଃ ଅତ୍ୟଧିକ କାନ୍ଦିବା ଦ୍ଵାରା ଆପଣଙ୍କୁ ଅସୁବିଧା ହୋଇପାରେ । କେବେ କେବେ କଥା କଥାରେ କାନ୍ଦୁ ଥିବା ବ୍ୟକ୍ତିଙ୍କୁ ଲୋକମାନେ ଭାବନ୍ତି କି ସେ ଖରାପ ଅଟେ । ଏହା ଭାବି ସେମାନେ ବି କାନ୍ଦିବାକୁ ଲାଗନ୍ତି । ଏମିତିରେ କୌଣସି ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।