କଟକ ଏସସିବି ମେଡିକାଲରେ ଘଟିଲା ଚମତ୍କାର, ୮ ଘଣ୍ଟାର ଅସ୍ତ୍ରୋପଚାର ପରେ ପୁଅ ହୋଇଗଲା ଝିଅ

କଟକ ଏସସିବି ମେଡିକାଲ ରେ ଏକ ବିରଳ ଅପରେଶନ ହୋଇଛି ଯେଉଁଥିରେ ଗୋଟିଏ ପୁଅକୁ ଝିଅ କରି ଦିଆଯାଇଛି । ଏହା ମେଡିକାଲ ସାଇନ୍ସ ର ଏକ ଚମତ୍କାର ଅଟେ । ପୁଅଙ୍କର ନାମ ଧର୍ମନାରାୟଣ ମଲ୍ଲିକ ଅଟେ ଓ ସେ ଭୁବନେଶ୍ଵର ସ୍ଥିତ ବରମୁଣ୍ଡା ପାଇକ ନଗରର ନିବାସୀ ଅଟନ୍ତି । ବର୍ତ୍ତମାନ ସେ ଗୋଟିଏ ପୁଅରୁ ଝିଅ ହୋଇଯାଇଛନ୍ତି ।

ଏହି ଅପରେଶନ ଦୀର୍ଘ ୮ ଘଣ୍ଟା ଧରି ଚାଲିଥିଲା । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଏଚଓଡ଼ି ପ୍ରଫେସର ଅରୁଣ ଚୌଧୁରୀ ଏହାର ନେତୃତ୍ତ୍ଵ ନେଇଥିଲେ । ଡାକ୍ତରଙ୍କ ଅନୁସାରେ ଧର୍ମଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି ।

 

ଧର୍ମନାରାୟଣ ମଲ୍ଲିକ ଜଣେ ମେଧାବୀ ଛାତ୍ର ଅଟନ୍ତି ଓ ସେ ଏମଏ ପାସ କରିଛନ୍ତି । ଧର୍ମଙ୍କର ବୟସ ବଢିବା ସହିତ ତାଙ୍କ ମଧ୍ୟରେ ଝିଅର ସ୍ଵଭାବ ଦେଖିବାକୁ ମିଳିଥିଲା । କିନ୍ତୁ ଧର୍ମ ଏହି କଥା କାହାକୁ ଜଣାଇ ପାରି ନଥିଲେ ଓ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ଡାକ୍ତର ସତ୍ୟତା ଜାଣିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷା କରି ଅପରେଶନ କରିଥିଲେ ।

ପ୍ରଥମେ ଡାକ୍ତର ମାନସିକ ବିଭାଗରେ ତାଙ୍କର ମାନସିକ ସ୍ଥିତି ପରୀକ୍ଷା କରିଥିଲେ ଓ ସେଠାରୁ ସ୍ଵିକୃତି ଆଣି ଧର୍ମଙ୍କ ଶରୀରରେ ଝିଅ ହରମୋନ ଛାଡିଥିଲେ । ଏହା ପରେ ବର୍ଷକ ମଧ୍ୟରେ ଧର୍ମଙ୍କର ଶରୀରର ଗଠନ ଝିଅ ପରି ହୋଇଗଲା । ତେବେ ଯାଇ ଡାକ୍ତରମାନେ ଅପରେଶନ ଆରମ୍ଭ କରିଥିଲେ ।

ଏହି ଅପରେଶନ ଦିନ ୧୦ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅପରେଶନ କୁ ୫ ଟି ବିଭାଗର ବିଶେଷଜ୍ଞ ମିଶି କରିଥିଲେ ଓ ସେମାନେ ଏଥିରେ ସଫଳ ମଧ୍ୟ ହୋଇଥିଲେ ।